Categories: ଫୁରସତ

ରହସ୍ୟମୟ ପାତାଳଗଙ୍ଗା, ଅନ୍ତର୍ଦ୍ଧାନ ହୋଇଯାଉଛି ଜଳ

ପାତାଳଲୋକର ପାତାଳଗଙ୍ଗା ବିଷୟରେ ଅନେକେ କିଛି ଜ୍ଞାନ ନିଶ୍ଚୟ ଆହରଣ କରିଥିବେ। କିନ୍ତୁ ଏକ ପ୍ରାଚୀନ ଗୁମ୍ଫାରେ ପ୍ରବାହିତ ହେଉଥିବା ପାତାଳଗଙ୍ଗା ଏବେ ରହସ୍ୟଘେରରେ ରହିଛି। ଆନ୍ଧ୍ରପ୍ରଦେଶର କୁରନୁଲ୍‌ଠାରୁ ପ୍ରାୟ ୧୦୬ କିଲୋମିଟର ଦୂରରେ ବେଲମ୍‌ ନାମରେ ରହିଛି ଏକ ପ୍ରାଚୀନ ଗୁମ୍ଫା। ଏହା ଭାରତର ଦ୍ୱିତୀୟ ବୃହତ୍‌ ଗୁମ୍ଫା । ୧୮୮୪ରେ ବ୍ରିଟିଶ୍‌ ସର୍ଭେୟର୍‌ ରବର୍ଟ ବ୍ରୁସ୍‌ ଫୁଟେ ଏହାର ସନ୍ଧାନ କରିଥିଲେ। ଗୁମ୍ଫାର ଲମ୍ବ ୩୨୨୯ ମିଟର। ଗୁମ୍ଫାର ମୁଖ୍ୟ ଦ୍ୱାରର ଠିକ୍‌ ୧୫୦ ଫୁଟ୍‌ ତଳକୁ ଏକ ନଦୀ ପ୍ରବାହିତ ହୋଇଛି, ଯାହାକୁ ପାତାଳଗଙ୍ଗା ନାମରେ ନାମିତ କରାଯାଇଛି। ତେବେ ଆଶ୍ଚର୍ଯ୍ୟଜନକ ଘଟଣା ହେଲା, ଏହି ପାତାଳଗଙ୍ଗାର ପ୍ରବାହିତ ଜଳ ଗୁମ୍ଫାରୁ କିଛି ଦୂର ଯିବା ପରେ ରହସ୍ୟମୟ ଭାବେ ଅନ୍ତର୍ଦ୍ଧାନ ହୋଇଯାଉଛି। ଏପର୍ଯ୍ୟନ୍ତ ବୈଜ୍ଞାନିକ ମଧ୍ୟ ଏହି ସମସ୍ୟାର ସମାଧାନ ରାସ୍ତା ଖୋଜି ପାଇବାରେ ଅସମର୍ଥ ଅଛନ୍ତି। ଗୁମ୍ଫା ଭିତରେ ଜୈନ ଏବଂ ବୌଦ୍ଧ ଭିକ୍ଷୁ ରହିଥିବାର ପ୍ରମାଣ କିଛି ଅବଶେଷରୁ ମିଳିଛି। ଏହି ଅବଶେଷକୁ ଅନନ୍ତପୁର ମ୍ୟୁଜିୟମ୍‌ରେ ସୁରକ୍ଷିତ ଭାବେ ରଖାଯାଇଛି।

Share