Posted inଖେଳ

ରସିଦଙ୍କ ଅଲରାଉଣ୍ଡ ଶୋ: ସୁବିଧାଜନକ ସ୍ଥିତିରେ ଆଫଗାନିସ୍ତାନ

ଚିଟ୍ଟାଗଙ୍ଗ,୭।୯(ଏଏଫ୍‌ପି)- ତାରକା ଅଲରାଉଣ୍ଡର ରସିଦ ଖାଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଛନ୍ତି। ରସିଦ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରି ଦଳର ସ୍ଥିତି ଦୃଢ଼ କରିଛନ୍ତି।
ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ଏହି ମୁକାବିଲାରେ ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମ ଇନିଂସରେ ୧୧୭ ଓଭରରେ ୩୪୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ବାଂଲାଦେଶ ପ୍ରଥମ ଇନିଂସ ଆରମ୍ଭ କରି ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୬୭ ଓଭରରେ ୮ ଉଇକେଟ ହରାଇ ୧୯୪ ରନ ସଂଗ୍ରହ କରିଛି। ଫଳରେ ୨ ଉଇକେଟ ବାକି ରଖି ବାଂଲାଦେଶ ଏବେ ୧୪୮ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ମୋସାଡେକ ହୋସେନ ୪୪ ଓ ତାଇଜୁଲ ଇସ୍‌ଲାମ ୧୪ ରନ କରି ଅପରାଜିତ ରହିଛନ୍ତି। ବାଂଲାଦେଶ ତରଫରୁ ମଧ୍ୟରେ ମୋମିନୁଲ ହକ୍‌ ୫୨, ଲିଟନ ଦାସ ୩୩, ସୌମ୍ୟ ସରକାର ୧୭, ଅଧିନାୟକ ସାକବ ଅଲ ହାସନ ୧୧, ମେହିଦି ହାସନ ମିରାଜ ୧୧ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ରସିଦ ସର୍ବାଧିକ ୪, ମହମ୍ମଦ ନବୀ ୨, ୟାମିନ ଅହମ୍ମଦ ଜାଇ ଓ କ୍ୱାଇସ୍‌ ଅହମ୍ମଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୭୧/୫ରୁ ଆଫଗାଗିସ୍ତାନ ଖେଳ ଆରମ୍ଭ କରି ଶୁକ୍ରବାର ଅଲ୍‌ଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଅସଘର ଆଫଗାନ ୮୮ରୁ ଖେଳ ଆରମ୍ଭ କରି ୯୨ ରନର ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ଓଭରନାଇଟ ସ୍କୋର ୩୫ ରନରୁ ଖେଳ ଆରମ୍ଭ କରି ଉଇକେଟକିପର ବ୍ୟାଟ୍ସମ୍ୟାନ ଅଫ୍‌ସର ଜଜାଇ ୪୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ରସିଦ ଖଁା ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ବାକି ଟେଲ ଏଣ୍ଡରମାନେ ବିଫଳ ହୋଇଥିଲେ ମଧ୍ୟ ଦଳ ସମ୍ମାନଜନକ ସ୍କୋର ହାସଲ କରିଥିଲା। ତାରକା ବ୍ୟାଟ୍ସମ୍ୟାନ ରହମତ ଶାହ ୧୦୨ ରନର ଲଢୁଆ ଶତକୀୟ ପାଳି ଖେଳିଥିଲେ। ବୋଲିଂରେ ବାଂଲଦେଶ ତରଫରୁ ତାଇଜୁଲ ଇସ୍‌ଲାମ ୪, ସାକିବ ଓ ନଇମ ହାସନ ଦୁଇଟି ଲେଖାଏ, ମିରାଜ ଓ ମହମୁଦୁଲ୍ଲା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୧୧୭ ଓଭରରେ ୩୪୨ ଅଲ୍‌ଆଉଟ
(ରହମତ ଶାହ- ୧୦୨, ଅସଘର ଆଫଗାନ- ୯୨, ରସିଦ ଖାଁ- ୫୧, ଅଫସର ଜଜାଇ- ୪୧, ତାଇଜୁଲ ଇସ୍‌ଲାମ- ୪/୧୧୬, ସାକିବ ଅଲ ହାସନ- ୨/୬୪, ନୟିମ ହାସନ ୨/୪୩)।
ବାଂଲାଦେଶ ପ୍ରଥମ ଇନିଂସ- ୬୭ ଓଭରରେ ୧୯୪/୮
(ମୋମିନୁଲ ହକ- ୫୨, ଲିଟନ ଦାସ-୩୩, ମୋସାଡେକ ହୋସେନ- ୪୪*, ରସିଦ ଖାଁ- ୪/୪୭, ମହମ୍ମଦ ନବୀ- ୨/୫୩)।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri