ରବି ଚାଷରେ ଆଗୁଆ ଯୋଡ଼ା

ଚମ୍ପୁଆ/ଯୋଡ଼ା, ୮।୨(ଡି.ଏନ.ଏ)-ଖଣି ଖାଦାନ ଭରା ଚମ୍ପୁଆ ଉପଖଣ୍ଡ ଏବେ ଚାଷ ଆଡ଼କୁ ମୁହଁ।ଉଛି। ଖଣି ଖାଦାନ ବନ୍ଦ ଫଳରେ ଲୋକେ ବେରୋଜଗାର ହଟାଇବା ସହିତ କୃଷି କାର୍ଯ୍ୟକୁ ଆଦରି ନେଉଛନ୍ତି। ଯାହାର ଉଦାହରଣ ପାଲଟିଛି ଚମ୍ପୁଆ କୃଷି ଜିଲାରେ ୨୦୧୯-୨୦ ରବି ଋତୁରେ ଟାର୍ଗେଟଠାରୁ ଅଧିକ ଚାଷ କରିଛି ଯୋଡ଼ା ବ୍ଲକ। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୧୯-୨୦ ରବି ଋତୁରେ ଚମ୍ପୁଆ ବ୍ଲକରେ ୭୭୫୧ ହେକ୍ଟର ଜମିରେ ଚାଷ ପାଇଁ ଟାର୍ଗେଟ ଦିଆଯାଇଥିବାବେଳେ ୭୭୩୫ ହେକ୍ଟର ଜମିରେ ଚାଷ କରାଯାଇଥିଲା। ସେହିପରି ଝୁମ୍ପୁରା ବ୍ଲକର ୬୩୮୫ ହେକ୍ଟର ଟାର୍ଗେଟ ରହିଥିବାବେଳେ ୫୫୦୬ ହେକ୍ଟର ଜମିରେ ଚାଷ କରାଯାଇଥିଲା। ମାତ୍ର ଯୋଡ଼ାରେ ୩୯୧୦ ହେକ୍ଟର ଜମି ଟାର୍ଗେଟ ଦିଆଯାଇଥିଲା। ୪୬୫୦ ହେକ୍ଟର ଜମିରେ ଚଳିତ ରବିଋତୁରେ ଚାଷ କରାଯାଇଛି।
୨୦୧୧ ଜନଗଣନା ଅନୁଯାୟୀ ଚମ୍ପୁଆରେ ୨୦୩୪୪, ଯୋଡ଼ାରେ ୧୦୪୯୫ ଓ ଝୁମ୍ପୁରାରେ ୧୭୨୮୩ ଜଣ ଚାଷୀ ରହିଛନ୍ତି। ଏହାଛଡ଼ା ଚମ୍ପୁଆରେ ୧୯୧୮୧ ହେକ୍ଟର, ଝୁମ୍ପୁରାରେ ୧୩୬୯୧ ଓ ଯୋଡ଼ାରେ ୭୮୮୮ ହେକ୍ଟର ଚାଷଜମି ରହିଛି। ଚଳିତବର୍ଷ ବର୍ଷା ଅଭାବରୁ ଠିକ୍‌ ଭାବେ ଧାନ ଚାଷ ହୋଇପାରି ନ ଥିବାବେଳେ ରବି ଋତୁରେ ଚମ୍ପୁଆ ବ୍ଲକକୁ ୧୦୦ କୁଇଣ୍ଟାଲ ସୋରିଷ, ୨୫୦ କୁଇଣ୍ଟାଲ ଚଣା ଓ ୧୨୫ କୁଇଣ୍ଟାଲ ମଟର ଦିଆଯାଇଥିଲା। ସେହିପରି ଯୋଡ଼ା ବ୍ଲକକୁ ୧୦୦ କୁଇଣ୍ଟାଲ ସୋରିଷ, ୩୩୦ କୁଇଣ୍ଟାଲ ଚଣା ଓ ୭୫ କୁଇଣ୍ଟାଲ ମଟର ଦିଆଯାଇଥିଲା। ଝୁମ୍ପୁରାକୁ ୪୨ କୁଇଣ୍ଟାଲ ସୋରିଷ, ୧୦୫ କୁଇଣ୍ଟାଲ ଚଣା ଓ ୫୦ କୁଇଣ୍ଟାଲ ମଟର ପ୍ରଦାନ କରାଯାଇଥିବା ଜିଲା କୃଷି ଅଧିକାରୀ ଗଜେନ୍ଦ୍ର ନାଥ ଗୋଚ୍ଛାୟତ ସୂଚନା ଦେଇଛନ୍ତି। ବିଭାଗୀୟ ମତ ଅନୁଯାୟୀ ଚଣା, ସୋରିଷ ଓ ମଟର ଚାଷ ପାଇଁ ମଟାଳ ମାଟିର ଆବଶ୍ୟକତା ରହିଥିବାବେଳେ ଚମ୍ପୁଆ ଓ ଯୋଡ଼ା ବ୍ଲକରେ ଏହି ଚାଷର ସଫଳତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri