ରବିଧାନ ପାଇଁ ୧୦ରୁ ଖୋଲିବ ମଣ୍ଡି: ସାମାଜିକ ଦୂରତା, ସାନିଟାଇଜର, ମାସ୍କ ସବୁ ମଣ୍ଡିରେ ବାଧ୍ୟତାମୂଳକ

ରାୟଗଡ଼ା ଅଫିସ,୨୭ା୪: ରାୟଗଡ଼ା ଜିଲାରେ ପୂର୍ବରୁ ୧୩ଟି ମଣ୍ଡିରୁ ଧାନ ସଂଗ୍ରହ କରାଯାଉଥିବା ବେଳେ ଏଥର ୪ଟି ଅଧିକ ମଣ୍ଡି ଖୋଲାଯିବ। ସେହି ୪ଟି ନୂଆ ମଣ୍ଡିଗୁଡ଼ିକ ହେଲା ରାମନାଗୁଡ଼ା ବ୍ଲକ ଗୁମୁଡ଼ା, ବିଷମକଟକ ବ୍ଲକ ଗଜମହଲ, ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି, ପଦ୍ମପୁର ବ୍ଲକ ଗୁଡ଼ିଆବନ୍ଧ। ଆସନ୍ତା ୧୦ ତାରିଖରୁ ମଣ୍ଡି ଆରମ୍ଭ ହେବ। ରାୟଗଡ଼ା ଜିଲାରେ ରବି ଋତୁରେ ଧାନ ସଂଗ୍ରହ ପାଇଁ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ସୋମବାର ବସିଥିବା ଜିଲାସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ବିଗତ ବର୍ଷ ୧୪୭୪ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଥିଲେ। ସେଥିରୁ ୮୩୩ ଜଣ ଧାନ ବିକ୍ରି କରିଥିଲେ। ୭୪,୮୦୫ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ରବିଋତୁରେ ବର୍ତ୍ତମାନ ସୁଦ୍ଧା ୨,୨୨୧ ଜଣ ଚାଷୀ ଜିଲାରେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଛନ୍ତି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୫୨,୨୩୯ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସାରା ବିଶ୍ୱରେ ବର୍ତ୍ତମାନ କୋଭିଡ୍‌-୧୯ କାୟା ବିସ୍ତାର କରିଛି। ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର, ମାସ୍କ ସବୁ ମଣ୍ଡିରେ ବାଧ୍ୟତାମୂଳକ ହେବ ବୋଲି ଜିଲାପାଳ କହିଛନ୍ତି। ସକାଳ ୬ରୁ ଦିନ ୧୨ ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବ। ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଉପଜିଲାପାଳ ପ୍ରତାପ ଚନ୍ଦ୍ର ବେହେରା, ସହକାରୀ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ରଥ, ମିଲର୍ସ ସଂଘ ସଭାପତି କାଶୀ ନାଇଡୁ, ସମସ୍ତ ଲ୍ୟାମ୍ପ ପରିଚାଳକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri