Categories: ଫୁରସତ

ରବର ବ୍ୟାଣ୍ଡ ଡ୍ରେସ୍‌

ଏହି ଷ୍ଟାଇଲିଶ୍‌ ଡ୍ରେସ୍‌ ଦେଖି ଭାବୁଥିବେ ଏହା ବାଦାମୀ ରଙ୍ଗର ଉଲ୍‌ରେ ତିଆରି ବୋଲି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯୁବତୀଜଣକ ପିନ୍ଧିଥିବା ଡ୍ରେସ୍‌ ରବର୍‌ ବ୍ୟାଣ୍ଡରେ ତିଆରି। ଏହି ରବର ବ୍ୟାଣ୍ଡର ଡ୍ରେସ୍‌ ପିନ୍ଧିଥିବା ଯୁବତୀଜଣକ ହେଉଛନ୍ତି ଟୋକିଓର ତାମା ଆର୍ଟ ୟୁନିଭର୍ସିଟିରେ ପଢୁଥିବା ରିଏ ସାକାମୋତୋ। ସେ ହଜାର ହଜାର ରବର ବ୍ୟାଣ୍ଡକୁ ବୁଣି ଉକ୍ତ ଡ୍ରେସ୍‌ ତିଆରି କରିଛନ୍ତି। ଆପଣ ରବରବ୍ୟାଣ୍ଡକୁ ବିଭିନ୍ନ ପ୍ରକାରରେ ବ୍ୟବହାର କରିଥିବେ, ହେଲେ କେବେ ଏହା ଫ୍ୟାଶନେବୁଲ ଡ୍ରେସ୍‌ ହୋଇପାରିବ ବୋଲି ଭାବି ନ ଥିବେ। କିନ୍ତୁ ସାକାମୋତୋ ଏହାକୁ ବାସ୍ତବରେ ପରିଣତ କରି ଦେଖାଇଛନ୍ତି। ଏଥିରେ ସେ ବୋଲେରୋ ଜ୍ୟାକେଟ୍‌, ଶର୍ଟ ଡ୍ରେସ୍‌, ଲଙ୍ଗ ଗାଉନ୍‌ ଆଦି ତିଆରି କରିଛନ୍ତି। ପାଠ୍ୟକ୍ରମର ଶେଷବର୍ଷରେ ସାକାମୋତୋ ଏହି ରବର ବ୍ୟାଣ୍ଡ ଡ୍ରେସ୍‌ସବୁକୁ ପ୍ରଦର୍ଶିତ କରିଥିଲେ। ଆଉ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ।

Share