Categories: ବାଣିଜ୍ୟ

ରପ୍ତାନି ୨.୨୫% ବୃଦ୍ଧି, ବାଣିଜ୍ୟ ନିଅଣ୍ଟ କମିଲା

ନୂଆଦିଲ୍ଲୀ,୧୬-୮: ଜୁଲାଇରେ ଦେଶର ରପ୍ତାନି ୨.୨୫ପ୍ରତିଶତ ବୃଦ୍ଧି ପାଇ ୨୬.୩୩ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ସରକାରୀ ତଥ୍ୟରୁ ପ୍ରକାଶ। ଏହି ଅବଧିରେ ଦେଶର ଆମଦାନୀ ୧୦.୪୩ ପ୍ରତିଶତ ହ୍ରାସ ପାଇ ୩୯.୭୬ ବିଲିୟନ ଡଲାର ହୋଇଛି। ଫଳରେ ଦେଶର ବାଣିଜ୍ୟ ନିଅଣ୍ଟ ପରିମାଣ ହ୍ରାସ ପାଇ ଜୁଲାଇରେ ୧୩.୪୩ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତବର୍ଷ ଜୁଲାଇରେ ଏହି ନିଅଣ୍ଟ ୧୮.୬୩ ବିଲିୟନ ଡଲାର ଥିଲା। କେମିକାଲ, ଲୁହା ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ରପ୍ତାନି ବୃଦ୍ଧି ପାଇଥିବା ଦେଖାଯାଇଛି। ତେବେ ଗହଣା ଓ ରନତ୍, ଇଞ୍ଜିନିୟରିଂ, ପେଟ୍ରୋଲିୟମ ସାମଗ୍ରୀ ରପ୍ତାନି ଆଲୋଚ୍ୟ ମାସରେ ହ୍ରାସ ପାଇଛି। ଏହି ସମୟରେ ଦେଶର ଅଶୋଧିତ ତୈଳ ଆମଦାନୀ ୨୨.୧୫ ପ୍ରତିଶତ ହ୍ରାସ ପାଇ ୯.୬ ବିଲିୟନ ଡଲାର ଏବଂ ଅଣ-ତୈଳ ସାମଗ୍ରୀ ୫.୬୨ ପ୍ରତିଶତ ହ୍ରାସ ପାଇ ୩୦.୧୬ ବିଲିୟନ ଡଲାର ହୋଇଛି। ମୋଟରେ ଧରିଲେ ଏପ୍ରିଲରୁ ଜୁଲାଇ ମଧ୍ୟରେ ରପ୍ତାନି ୦.୩୭ ପ୍ରତିଶତ ହ୍ରାସ ପାଇ ୧୦୭.୪୧ ବିଲିୟନ ଡଲରରେ ପହଞ୍ଚତ୍ଥିବା ବେଳେ ଆମଦାନୀ ୩.୬୩ ପ୍ରତିଶତ କମି ୧୬୬.୮ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ସରକାରୀ ତଥ୍ୟରୁ ପ୍ରକାଶ।

Share