Categories: ବାଣିଜ୍ୟ

ରପ୍ତାନି, ବାଣିଜ୍ୟ ନିଅଣ୍ଟ ହ୍ରାସ

ନୂଆଦିଲ୍ଲୀ,୧୬-୭: ଦେଶର ରପ୍ତାନୀ ଜୁନ୍‌ରେ ୯.୭୧% ହ୍ରାସ ପାଇ ୨୫.୦୧ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତବର୍ଷ ଏହି ସମୟରେ ଏହା ୨୭.୭ ବିଲିୟନ ଡଲାର ଥିଲା। ଜେମ୍ସ ଆଣ୍ଡ ଜୁଏଲାରୀ, ଇଞ୍ଜିନିୟରିଂ ସାମଗ୍ରୀ, ପେଟ୍ରୋଲିୟମ ପଦାର୍ଥ ରପ୍ତାନି ହ୍ରାସ ପାଇଥିବା ସରକାରୀ ଡାଟାରୁ ଜଣାପଡିଛି। ସେହିପରି ଆଲୋଚ୍ୟ ମାସରେ ଆମଦାନୀ ମଧ୍ୟ ୯% ହ୍ରାସ ପାଇ ଜୁନ୍‌ରେ ୪୦.୨୯ ବିଲିୟନ ଡଲାର ହୋଇଛଇ। ୨୦୧୮ର ଏହି ମାସରେ ଏହା ୪୪.୩ ବିଲିୟନ ଡଲାର ଥିଲା। ଅଶୋଧିତ ତେଲ ଦର ହ୍ରାସ ପାଇବା କାରଣରୁ ଦେଶର ଆମଦାନୀ ବାବଦ ଅର୍ଥ ଖର୍ଚ୍ଚ କମିଛି। ତଦନୁଯାୟୀ ଦେଶର ବାଣିଜ୍ୟ ନିଅଣ୍ଟ ପରିମାଣ ଆଲୋଚ୍ୟ ମାସରେ ୧୫.୨୮ ବିଲିୟନ ଡଲାରକୁ ହ୍ରାସ ପାଇଛି। ୨୦୧୮ ଜୁନ୍‌ରେ ଏହା ୧୬.୬ ବିଲିୟନ ଡଲାର ଥିଲା।

Share