ରପ୍ତାନି କଟକଣା ପରେ କମୁଛି ପିଆଜ ଦର

ଭୁବନେଶ୍ୱର,୪-୧୦: ସରକାର ପିଆଜ ରପ୍ତାନିକୁ ନିଷେଧ ଏବଂ ମହଜୁଦ ଉପରେ ସୀମା ଲଗାଇବା ପରେ ଏହାର ଦର ଆସ୍ତେ ଆସ୍ତେ କମୁଛି। ଏହାର ପାଇକାରୀ ଦର ମହାରାଷ୍ଟ୍ରର ଲାସାଲଗାଁରେ ୩୦ ଟଙ୍କାରୁ ନିମ୍ନ ସ୍ତରକୁ ଖସିଛି। ଅପରପକ୍ଷରେ ସାରା ଦେଶରେ କିଛି ଭାଗରେ ପିଆଜର ଉଭୟ ପାଇକାରୀ ଏବଂ ଖୁଚୁରା ମୂଲ୍ୟ କମୁଥିବା ଗୁରୁବାର କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ କହିଛନ୍ତି। କିଛି ଦିନ ତଳେ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଦେଶର ଆଉ କିଛି ସ୍ଥାନରେ ପିଆଜ ଦର ୬୦ରୁ ୭୦ ଟଙ୍କା ଛୁଇଁଥିଲା। ଗୁରୁବାର ପିଆଜ ଦର ୬୦ ଟଙ୍କା ତଳକୁ ଖସିଥିବା ବଜାର ଡାଟାରୁ ଜଣା ପଡିଛି।
ସେ କହିଛନ୍ତି ଯେ, ସରକାର ଉଭୟ ଚାଷୀ ଏବଂ ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖିଛନ୍ତି। ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କ ଲାଗି ପିଆଜ ମହଜୁଦ ସୀମା ଯଥାକ୍ରମେ ୧୦୦ ଏବଂ ୫୦୦ କୁଇଣ୍ଟାଲ ଧାର୍ଯ୍ୟ କରାଯାଇଛି। ସରକାର ୫୬,୦୦୦ ଟନ୍‌ ବଫର ଷ୍ଟକ ମଧ୍ୟରୁ ୧୮୦୦୦ ଟନ ବଜାରକୁ ଛାଡିଛନ୍ତି। ଷ୍ଟକରେ ଏବେ ମଧ୍ୟ ବୃହତ୍ତ ପରିମାଣର ପିଆଜ ରହିଛି। ଏହି ଷ୍ଟକରୁ ରାଜ୍ୟଗୁଡିକ ସେମାନଙ୍କ ଆବଶ୍ୟତା ଅନୁସାରେ ପିଆଜ ନେବା ଲାଗି କୁହାଯାଇଛି। ଦର ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ଯୋଗାଣକୁ ଉନ୍ନତ କରିବା ସହ କିଲୋ ପିଛା ୨୩.୯୦ ଟଙ୍କାରେ ପିଆଜ ଲୋକଙ୍କୁ ବିକ୍ରି କରିବାକୁ କୁହାଯାଇଥିବା ପାଶ୍ୱାନ ସ୍ପଷ୍ଟ କରିଛନ୍ତି।
ପିଆଜ ଉପରେ ରପ୍ତାନୀ କଟକଣା ଏବଂ ମହଜୁଦ ସୀମା ଉପରେ ଲାଗୁ ହେବା ପରେ ଏସିଆର ସର୍ବବୃହତ୍ତ ପିଆଜ ବଜାର ମହାରାଷ୍ଟ୍ରର ଲାସାଲଗାଉଁରେ ଉପଲବ୍ଧତା ସ୍ଥିତି ସୁଧୁରିଛି। ପିଆଜର ପାଇକାରୀ ମୂଲ୍ୟ ୫୧ ଟଙ୍କାରୁ ଖସି ୩୦ ଟଙ୍କା ତଳକୁ ଆସିଥିବା ନ୍ୟାଶନାଲ ହର୍ଟିକଲଚର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେଶନ (ଏନ୍‌ଏଚ୍‌ ଆର୍‌ଡିଏଫ୍‌) ସୂଚନା ଦେଇଛି। ଏଠାରେ ଶୁକ୍ରବାର ପିଆଜର ମୋଡାଲ ପାଇକାରୀ ମୂଲ୍ୟ ୨୬ ଟଙ୍କା ରହିଛି। ସେହିଭଳି ମୂଲ୍ୟ ସର୍ବୋଚ୍ଚ ମୂଲ୍ୟ ୩୦.୩୨ ଟଙ୍କା ଥିବା ବେଳେ ଅନ୍ୟୁନ ୧୫ ଟଙ୍କାକୁ ଖସୁଥିବା ଦେଖାଯାଉଛି। ଲାସାଲଗାଉଁ ମଣ୍ଡି ସାରା ଦେଶ ଲାଗି ପିଆଜର ମୂଲ୍ୟ ଧାରା ନିର୍ଦ୍ଧାରଣ କରୁଥିବା ବେଳେ ଏଠାରେ ଦର ହ୍ରାସ ବୃଦ୍ଧି ହେଲେ ଏହାର ପ୍ରଭାବ ସାରା ଦେଶରେ ଦେଖାଯାଇଥାଏ।
ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଅଗଷ୍ଟ ମାସରେ ବନ୍ୟା ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି। ଏହାବାଦ ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡିଛି। ବର୍ତ୍ତମାନ ଗତବର୍ଷର ରବି ଋତୁର ଗଛିତ ପିଆଜ ବ୍ୟବହାର ହେଉଛି। ଚଳିତ ବର୍ଷର ଖରିଫ ଫସଲ ନଭେମ୍ବର ପରେ ବଜାରକୁ ଆସିବ। ପିଆଜର ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଉଥିବାରୁ ରିଟେଲ ବଜାର ଦରକୁ ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ନେଉଛନ୍ତି ମାତ୍ର ଏହା ସତ୍ତ୍ୱେ ଏବେ ଏହା ମଧ୍ୟ ଉଚ୍ଚରେ ରହିଛି। ନୂଆଦିଲ୍ଲୀରେ ଲୋକଙ୍କୁ ଶସ୍ତାରେ ପିଆଜ ଯୋଗାଇବା ଲାଗି ରାଷ୍ଟ୍ରାୟତ୍ତ ମଦର ଡେରୀ ଏବଂ ଏନ୍‌ସିସିଏଫ୍‌ ୨୩.୯୦ ଟଙ୍କାରେ ପିଆଜ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri