Categories: ବାଣିଜ୍ୟ

ରପ୍ତାନିକାରୀଙ୍କ ଲାଗି ଅନିବାର୍ଯ୍ୟ ହେବ ଜିଏସ୍‌ଟିଇନ୍‌ ତଥ୍ୟ

ନୂଆଦିଲ୍ଲୀ,୧୦-୨: ରପ୍ତାନିକାରୀ ଏବଂ ଆମଦାନୀକାରୀଙ୍କ ଲାଗି ଫେବୃୟାରୀ ୧୫ରୁ ଜିଏସ୍‌ଟିଇନ୍‌ ତଥ୍ୟ ପ୍ରଦାନ କରିବା ଅନିବାର୍ଯ୍ୟ ହେବ। ସାମଗ୍ରୀ ଓ ସେବା ଟିକସ କ୍ଷେତ୍ରରେ ହେଉଥିବା ରାଜସ୍ବ ଠକେଇକୁ ରୋକିବା ଦିଗରେ ରାଜସ୍ବ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଏ କ୍ଷେତ୍ରରେ ଟିକସ ଠକେଇ କରୁଥିବା ଲୋକଙ୍କୁ ଧରିବା ଲାଗି ବିଭାଗ ଏବେ କଡା ପଦକ୍ଷେପ ଗ୍ରହଣ କରିଛି। ଏଭଳି କେତେକ ମାମଲା ସାମ୍ନାକୁ ଆସିଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ(ସିବିଆଇସି) ପକ୍ଷରୁ ସୂଚନା ଦିଆଯାଇଛି। ସିବିଆଇସି ନୂଆ ନିଷ୍ପତ୍ତି ଉପରେ ଏକ ସର୍କୁଲାର ଜାରି କରିଛି। ଏଥିରେ କୁହାଯାଇଛି ଯେ, ରପ୍ତାନିକାରୀ, ଆମଦାନୀକାରୀ ଜିଏସ୍‌ଟିଏନ୍‌ରେ ପଞ୍ଜୀକରଣ କରିଥିଲେ ମଧ୍ୟ ପ୍ରବେଶ କିମ୍ବା ସିପିଂ ବିଲ୍‌ କ୍ଷେତ୍ରରେ ଜିଏସ୍‌ଟି ଇନ୍‌ ସମ୍ପର୍କରେ ଘୋଷଣା କରୁନାହାନ୍ତି। ଜିଏସ୍‌ଟିଇନ ହେଉଛି ସେହି ୧୫ ସଂଖ୍ୟା ବିଶିଷ୍ଟ ନମ୍ବର ଯାହା ଜିଏସ୍‌ଟିରେ ପଞ୍ଜୀକରଣ କରୁଥିବା ପ୍ରତି ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ସୀମା ଶୁଳ୍କ ବିଭାଗକୁ ଆମଦାନୀକାରୀ ବିଲ୍‌ ଅଫ୍‌ ଏଣ୍ଟ୍ରି ଏବଂ ରପ୍ତାନୀକାରୀମାନେ ସିପିଂ ବିଲ୍‌ ବେଳେ ଫାଇଲିଂ କରିବାର ଆବଶ୍ୟକତା ରହିଛି।

Share