Posted inଫୁରସତ

ରଦି କାଗଜ କାରିଗରୀ

ଓଡ଼ିଶାର ପାରମ୍ପରିକ ହସ୍ତକଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ଯାହା ଫଳରେ ଏହି ନିୟୋଜିତ କାରିଗରମାନଙ୍କୁ କିଛି ରୋଜଗାର ପନ୍ଥା ମିଳିଯାଇଥାଏ। ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମେଳା, ମହୋତ୍ସବରେ କାରିଗରମାନେ ନିଜର ହସ୍ତକଳା ପସରାକୁ ଖୋଲିଥାନ୍ତି। ଏହି କଳାକୃତିଗୁଡ଼ିକ ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଆଁ ହୋଇଥାଏ। ସାଧାରଣତଃ ମାଟି, ଗୋବର, ପିତ୍ତଳ, କାଠ, କାଗଜ କିମ୍ବା ଜଉ ଆଦିରେ ତିଆରି ନାନା ପାରମ୍ପରିକ ହସ୍ତକଳାରେ ଘରକୁ ସଜାଇବାରେ ଅନେକେ ପସନ୍ଦ କରିଥାନ୍ତି। କିନ୍ତୁ ବିଭିନ୍ନ ରଦି କାଗଜକୁ ବ୍ୟବହାର କରି କେତେକ ମହିଳାଶିଳ୍ପୀ ତିଆରି କରିଛନ୍ତି ଅନେକ ପ୍ରକାର କଳାକୃତି, ଯାହାକୁ ଦେଖିଲେ ମନେହୁଏ- ସତେଯେମିତି ଏହା କାଠ କି ମାଟିରେ ତିଆରି କଳାକୃତି ସଦୃଶ। ସେମିତି କଳାକୃତି ସମ୍ପର୍କରେ…

କାଗଜମୁଖା ହସ୍ତକଳା ତିଆରିରେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କରଡ଼ଗାଡ଼ିଆ ଗାଁର ବେଶ୍‌ ନାଁ ରହିଛି। ଏହି ଗାଁର କାରିଗରମାନେ କାଗଜମୁଖା ତିଆରି କରିବା ପୂର୍ବରୁ ତେନ୍ତୁଳି ମଞ୍ଜିକୁ ଛେଚି ପରେ ତାକୁ ସିଝାଇ ସେଥିରୁ ଅଠା ପ୍ରସ୍ତୁତ କରିଥାନ୍ତି। ସେହି ତରଳ ଅଠାକୁ ଛାଣି ଥଣ୍ଡାକରି ରଖିଥାନ୍ତି। ପରେ ବିଭିନ୍ନ କଳାକୃତି ଛାଞ୍ଚ ଉପରେ କାଗଜ ପରସ୍ତ ପରେ ଅଠାଦେଇ ତା’ପରେ କରତଗୁଣ୍ଡ ଦେଇ ପୁଣି କାଗଜ ପରସ୍ତଦେଇ କାଗଜମୁଖା କରିଥାନ୍ତି। ଛାଞ୍ଚରୁ କାଢିସାରିଲା ପରେ କାଗଜମୁଖାକୁ ଖରାରେ ଶୁଖାଇଥାନ୍ତି।

ତା’ପରେ ମୁଖାରେ ଧଳା ଖଡ଼ିଚୂନ ବୋଳି ଖରାରେ ଶୁଖାଇ ଦେଇଥାନ୍ତି। ଏହା ପରେ ସେହି କାଗଜର କଳାକୃତିଗୁଡ଼ିକରେ ବିଭିନ୍ନ ରଙ୍ଗ ଦେଇଥାନ୍ତି। ଏଥିପାଇଁ କାରିଗରଙ୍କୁ ଏକାଗ୍ରତା ରଖିବାକୁ ପଡ଼ିଥାଏ । ଏହି କାଗଜ ନିର୍ମିିତ ଗୋଟିଏ ଗୋଟିଏ ସାମଗ୍ରୀର ମୂଲ୍ୟ ପ୍ରାୟ ୧୦ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ଯାଏ ବିକ୍ରି କରାଯାଇଥାଏ। ସେହିପରି କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଫକୀରପୁର ଗାଁରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର କେତେଜଣ ସଦସ୍ୟା ବିଭିନ୍ନ ରଦି କାଗଜକୁ ସଂଗ୍ରହ କରିଥାନ୍ତି। ପରେ ସେହି କାଗଜକୁ ପାଣିରେ ଭିଜାଇ ତାହାକୁ ଗ୍ରାଇଣ୍ଡିଂ କରି ସେଥିରେ ତେନ୍ତୁଳି କିମ୍ବା ଫେବିକଲ ଅଠା ମିଶାଇ ଏକପ୍ରକାର ବହଳିଆ ମଣ୍ଡ ପ୍ରସ୍ତୁତ କରିଥାନ୍ତି। ପରେ ବିଭିନ୍ନ ଛାଞ୍ଚରେ ନିଆରା ଶୈଳୀରେ କଳାକୃତି ତିଆରି କରିଥାନ୍ତିି। ଏ ସମ୍ପର୍କରେ ପ୍ରେମଲତା ସୂତାର କୁହନ୍ତି, ଗୁରୁ ହରିହର ସୂତାରଙ୍କଠାରୁ ଏହି କଳାକୃତି ଶିକ୍ଷାଲାଭ କରିଥିଲୁ। ଏମିତି କି ପ୍ରାୟ ୨ଶହ ମହିଳା ଗୋଟିଏ ଅଞ୍ଚଳରେ ଏହି କାମ କରୁଛୁ। ଏବେ ଅନ୍ୟ କେତେକ ମହିଳା ବିଭିନ୍ନ ସ୍ବୟଂ ସହାୟକ ଗ୍ରୁପ୍‌ରେ ଯାଇ ଏହି କଳାକୃତିକୁ ଶିଖାଉଛନ୍ତି। ଏହି କଳା କାରିଗରି କାଯର୍‌ୟରେ ଆମର ସାରା ପରିବାର ବ୍ୟସ୍ତ ରହୁ। ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ପଲ୍ଲିଶ୍ରୀ, ଶିଶିର ସରସ, ମିଶନଶକ୍ତି ମେଳା, ଓର୍‌ମାସ, ତୋଷାଳି ଆଦି ବିଭିନ୍ନ ପ୍ରକାର ମେଳାରେ ରଦି କାଗଜରେ ତିଆରି ପେନ୍‌ଷ୍ଟାଣ୍ଡ, ଫୁଲଦାନି, ଟେବୁଲ ଲାଇଟ ଷ୍ଟାଣ୍ଡ ଆଦି ହସ୍ତକଳାକୁ ଖୋଲାଯାଇଥିବା ଷ୍ଟଲ ମାଧ୍ୟମରେ ବିକ୍ରି କରାଯିବାର ବ୍ୟବସ୍ଥା କରିଥାଉ। ଜଣେ ଜଣେ କାରିଗର ତା’ର କଳାକୃତି କାମକୁ ନେଇ ପ୍ରାୟ ମାସକୁ ୭ରୁ ୨୭ହଜାର ପଯର୍‌ୟନ୍ତ ରୋଜଗାର କରିପାନ୍ତି। ଏମିତି ଏହି କାଗଜତିଆରି କଳାକୃତିଗୁଡ଼ିକ ଆମ ରାଜ୍ୟର ହସ୍ତକଳା କାରିଗରି ସମୃଦ୍ଧିରେ ସହାୟକ ହୋଇଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri