ରଥତ୍ରୟ ଦାରୁବ୍ରହ୍ମଙ୍କର ଆସନ ବିଗ୍ରହ

ପୁରୀ ଅଫିସ,୩ା୭: ଦିନକ ପରେ ଅର୍ଥାତ୍‌ ଆସନ୍ତା ୪ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ରଥ କେବଳ କାଷ୍ଠର ରଥ ବା ସାଧାରଣ ରଥ ନୁହଁନ୍ତି। ଏହି ରଥତ୍ରୟ ସ୍ବୟଂ ଦାରୁବ୍ରହ୍ମଙ୍କର ଆସନ ବିଗ୍ରହ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ସ୍କନ୍ଦ ପୁରାଣର ୨୫ ଅଧ୍ୟାୟ ୧୨ ଶ୍ଲୋକରେ କୁହାଯାଇଛି ଯେ, ନିଖିଳ ଜଗତର ଆସନ ବା ଆଧାର ସେ ସ୍ବୟଂ ଆସନବିଗ୍ରହ ବା ରଥ। ଏଣୁ ସ୍ବୟଂ ଜଗନ୍ନାଥ ହିଁ ତାଙ୍କ ଯାନ ଅଟନ୍ତି। କାରଣ ତାଙ୍କଠାରୁ ଭିନ୍ନ ଆଉ ଅନ୍ୟ କିଛି ଆଧାର ରୂପ ଯାନ ନାହିଁ। ତେଣୁ ବଡ଼ଦାଣ୍ଡରେ ରଥଯାତ୍ରା ଅବସରରେ ଗଡ଼ୁଥିବା ତିନିରଥ ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ଠାକୁରମାନଙ୍କର ଆସନ ବିଗ୍ରହ। ଠାକୁରମାନଙ୍କୁ ବସ୍ତ୍ର ଭୂଷଣରେ ସୁସଜ୍ଜିତ କଲାଭଳି ରଥଗୁଡ଼ିକୁ ମଧ୍ୟ ବସ୍ତ୍ର ଭୂଷଣରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀବଳଭଦ୍ରଙ୍କୁ ନୀଳାମ୍ବର କୁହାଯାଏ। ତେଣୁ ତାଙ୍କ ରଥ ଚକଗୁଡ଼ିକ ନୀଳବର୍ଣ୍ଣରେ ସୁସଜ୍ଜିତ କରାଯାଏ। ଏହି ରଥରେ ଯେଉଁ ବସ୍ତ୍ର ଆବରଣ କରାଯାଏ ତାହା ରକ୍ତ ଓ ନୀଳବର୍ଣ୍ଣ। ସେହିପରି ରଥର ଆୟୁଧ ଭାବେ ହଳ ଓ ମୂଷଳ ରହିଥାନ୍ତି। ସେହିଭଳି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପୀତାମ୍ବର କୁହାଯାଏ। ସେଥିପାଇଁ ତାଙ୍କ ରଥ ଚକଗୁଡ଼ିକ ପୀତ ବା ହଳଦିଆ ବର୍ଣ୍ଣ। ନନ୍ଦିଘୋଷ ରଥକୁ ଯେଉଁ ବସ୍ତ୍ରରେ ଆବରଣ କରାଯାଏ ତାହା ହେଉଛି ପୀତ (ହଳଦିଆ) ଓ ଲୋହିତ। ଏହି ରଥର ଆୟୁଧ ଶଙ୍ଖ ଓ ଚକ୍ର। ସେହିପରି ଦେବୀ ସୁଭଦ୍ରାଙ୍କୁ ଶାସ୍ତ୍ରରେ କୁଙ୍କୁମାରୁଣା ବୋଲି କୁହାଯାଏ। ତେଣୁ ମା’ଙ୍କ ଦର୍ପଦଳନ ରଥର ଚକଗୁଡ଼ିକ କୁଙ୍କୁମ (ନାଲି) ବର୍ଣ୍ଣ। ମା’ ସୁଭଦ୍ରାଙ୍କ ରଥକୁ ଯେଉଁ ବସ୍ତ୍ରରେ ଆବୃତ୍ତ କରାଯାଏ ତାହାର ରଙ୍ଗ କୃଷ୍ଣ ଓ ଲୋହିତ ବର୍ଣ୍ଣ। ଏହି ରଥର ଆୟୁଧ ପଦ୍ମ ଓ କହ୍ଲାର। ଏହିସବୁ ଲକ୍ଷଣରୁ ଜଣାଯାଏ ରଥଗୁଡ଼ିକ କେବଳ କାଠ ନିର୍ମିତ ସାଧାରଣ ରଥ ନୁହଁନ୍ତି, ଠାକୁରମାନଙ୍କର ଆସନ ବିଗ୍ରହ। ଏହି ଆସନ ବିଗ୍ରହରେ ଆସୀନ ହୋଇ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କରିଥାନ୍ତି। ତେଣୁ ଶ୍ରୀଜଗନ୍ନାଥାଦି ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ପ୍ରାପ୍ତି ହୋଇଥାଏ ସେହି ଫଳ ରଥମାନଙ୍କୁ ଦର୍ଶନ କଲେ ମଧ୍ୟ ପ୍ରାପ୍ତି ହୋଇଥାଏ ବୋଲି ଡ. ଦାଶ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri