ରତ୍ନଭଣ୍ଡାରକୁ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ଭକ୍ତଙ୍କ ମନରେ ବଢ଼ିଲା ସନ୍ଦେହ

ପୁରୀ ଅଫିସ, ୨୮ା୧୧: ପୁଣି ଚର୍ଚ୍ଚାକୁ ଆସିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ବିଧାନସଭାରେ ମଙ୍ଗଳବାର ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବେ ଭିତର ରତ୍ନଭଣ୍ଡାର ଖୋଲାଯିବ ନାହିଁ ବୋଲି କହିବା ପରେ ମହାପ୍ରଭୁଙ୍କ ରତ୍ନଅଳଙ୍କାର କେତେ ସୁରକ୍ଷିତ ସେ ନେଇ ସମସ୍ତଙ୍କ ମନରେ ସନ୍ଦେହ ବଢିଛି। ସରକାର ରତ୍ନଭଣ୍ଡାର ଖୋଲି ଅଳଙ୍କାରଗୁଡ଼ିକୁ ପୂର୍ବ ତାଲିକା ସହ ମେଳ କରିବା ଦରକାର। ଏଥିରେ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଅନେକ ପ୍ରଶ୍ନ କରିଛନ୍ତି।
ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି। ୨୦୧୮ ମାର୍ଚ୍ଚ ୨୦ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚ ଲାଗି ନିଷ୍ପତ୍ତି ହୋଇଥିଲା। ଏହି ଅନୁଯାୟୀ ଗତବର୍ଷ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ରତ୍ନଭଣ୍ଡାର ଚାବି ହଜିଥିବାରୁ ଭିତର ଭଣ୍ଡାର ଖୋଲାଯାଇ ପାରି ନ ଥିଲା। ଏହାକୁ ନେଇ ବେଶ୍‌ ତୁମ୍ବିତୋଫାନ ହୋଇଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସରକାରଙ୍କୁ ଘେରିଥିଲେ ବିରୋଧୀ। ଶେଷରେ ଏକ ଡୁପ୍ଲିକେଟ୍‌ ଚାବି ମିଳିଥିବା କୁହାଯାଇଥିଲା। ଚାବି ହଜିବା ଏବଂ ହୋ ହଲ୍ଲା ପରେ ଡୁପ୍ଲିକେଟ ଚାବି ମିଳିବାକୁ ନେଇ ସମସ୍ତେ ସନ୍ଦେହରେ ପଡ଼ିିଥିଲେ। ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେ ନେଇ ଉଠିଥିଲା ପ୍ରଶ୍ନ। ସରକାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। ଜଷ୍ଟିସ ରଘୁବୀର ଦାଶ ଏହାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଏବେ ରାଜ୍ୟ ସରକାରଙ୍କ ପାଖରେ ରହିଥିବାବେଳେ ଅନେକ ସମୟରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି ଉଠୁଛି। ଅନେକ ସଙ୍ଗଠନ ଏ ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ ମାସ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଚିଠି ଲେଖି ରତ୍ନଭଣ୍ଡାରର ଅଡିଟ୍‌ ସହ ଏହାକୁ ଖୋଲି ଅଳଙ୍କାର ଯାଞ୍ଚ କରିବାକୁ ଦାବି କରିଥିଲେ। ପିପିଲି ବ୍ଲକ କମାକନ୍ତିଆର ଭକ୍ତ ଦିଲୀପ ବରାଳ ମଧ୍ୟ ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଅନୁରୋଧପତ୍ର ପଠାଇଥିଲେ। ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ବାହାର ଭଣ୍ଡାର ବର୍ଷକୁ ଏକାଧିକ ଥର ଖୋଲାଯାଏ। କିନ୍ତୁ ଭିତରଭଣ୍ଡାର ଶେଷଥର ଲାଗି ୧୯୮୫ରେ ଖୋଲାଯାଇଥିଲା। ଅନ୍ୟପକ୍ଷରେ ଭିତର ରତ୍ନଭଣ୍ଡାର ଖୋଲିପାରେ ବୋଲି ଯେଉଁ ସମ୍ଭାବନା ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ। ଏଥିଯୋଗୁ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସନ୍ଦେହ ଘନୀଭୂତ ହୋଇଛି। ଏ ସମ୍ପର୍କରେ ବରିଷ୍ଠ ସେବାୟତ ତଥା ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ବତନ୍ତ୍ର ପ୍ରକ୍ରିୟା ରହିଛି। ପ୍ରଥମେ ରତ୍ନଭଣ୍ଡାର ସବ୍‌କମିଟି ଏ ନେଇ ପରିଚାଳନା କମିଟିକୁ ଜଣାଇବ। ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ଏହା ଖୋଲାଯିବାର ନିୟମ ରହିଛି। ସେହିପରି ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ରତ୍ନଅଳଙ୍କାର ଯାଞ୍ଚ କରାଯିବା ନିୟମ ଅଛି। ଫନୀ ପରେ ରତ୍ନଭଣ୍ଡାର ଖୋଲିବା ଲାଗି ପରିଚାଳନା କମିଟି ବୈଠକରେ ସେବାୟତ ପ୍ରତିନିଧି ଦାବି ଉଠାଇଥିଲେ। ହେଲେ ଏହାକୁ ଅଣଦେଖା କରାଯାଇଛି। ଭିତର ରତ୍ନଭଣ୍ଡାର ଖୋଲାଯାଇ ପୂର୍ବ ତାଲିକା ଯାହା ରହିଛି ସେଥିରେ ମେଳକ କରାଗଲେ ସବୁକିଛି ସ୍ପଷ୍ଟ ହୋଇଯିବ। ସେହିପରି ଦିଲୀପ କହିଛନ୍ତି, ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଏବେ ଭକ୍ତମାନଙ୍କ ମନରେ ଥିବା ସନ୍ଦେହକୁ ଅଧିକ ଦୃଢୀଭୂତ କରିଛି। ଯଦି ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି ଓ ସେଥିରୁ କିଛି ଏପଟସେପଟ ହୋଇନାହିଁ ତେବେ କାହିଁକି ସରକାର ଏହାକୁ ଖୋଲିବା ପାଇଁ ଡରୁଛନ୍ତି। ଶୀଘ୍ର ତାହାକୁ ଖୋଲାଯାଇ ରତ୍ନଅଳଙ୍କାର ମେଳ କରାଯିବା ଉଚିତ। ନଚେତ ଭକ୍ତଙ୍କୁ ସମୂହ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri