ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ,୨୯।୧: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ତାଙ୍କୁ ଟାଇକୋନ ପକ୍ଷରୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ପୁରସ୍କାର ସମାରୋହରେ ଅନ୍ୟତମ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଇନ୍‌ଫୋସିସ୍‌ର କୋ-ଫାଉଣ୍ଡର ନାରାୟଣ ମୂର୍ତ୍ତି ଯୋଗ ଦେଇଥିଲେ। ଟାଟାଙ୍କୁ ପୁରସ୍କାର ଦେବା ପାଇଁ ମଞ୍ଚକୁ ତାଙ୍କୁ ଡକାଯାଇଥିଲେ। ୭୩ ବର୍ଷୀୟ ନାରାୟଣ ମୂର୍ତ୍ତି ମଞ୍ଚରେ ପ୍ରଥମେ ୮୩ ବର୍ଷୀୟ ରତନ ଟାଟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ସେଠାରେ ଉପସ୍ଥିତ ଜନତା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟାର୍ଟଅପ୍‌ ବିଷୟରେ ଆଲୋଚନା କରିଥିଲେ।

Share