Categories: ଫୁରସତ

ରତନ ଟାଟାଙ୍କ ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ

ମୁମ୍ବାଇ: ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍‌ ରତନ ଟାଟାଙ୍କ ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇଗଲେଣି। ଏଥିପାଇଁ ରତନ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହା ଅଦ୍ଭୁତ ଅନ୍‌ଲାଇନ୍‌ ପରିବାର। ଯାହା ସହିତ ଜଡ଼ିତ ହୋଇ ମୁଁ ବହୁତ ଖୁସି। କେବେ ଭାବି ନ ଥିଲି ମୋତେ ଏତେ ସମ୍ମାନ ଆଉ ଭଲପାଇବା ଅନ୍‌ଲାଇନ୍‌ରୁ ମିଳିବ ବୋଲି। ଏଥିପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଏହାପରେ ତାଙ୍କର ଏହି କମେଣ୍ଟକୁ ୪ ଲକ୍ଷରୁ ଅଧିକ ୟୁଜର ଲାଇକ୍‌ କରିସାରିଲେଣି। କିଛି ୟୁଜର ରୋଚକପୂର୍ଣ୍ଣ କମେଣ୍ଟ ମଧ୍ୟ ଦେଇଛନ୍ତି। ରେହା ଜୈନ ନାମକ ଜଣେ ଯୁବତୀ ରତନଙ୍କୁ ଛୋଟୁ ସମ୍ବୋଧନ କରି ଶୁଭେଚ୍ଛା ଜଣାଇଛନ୍ତି।


୮୨ ବର୍ଷୀୟ ରତନ ଅକ୍ଟୋବର ୨୦୧୯ରେ ଇନ୍‌ଷ୍ଟାଗ୍ରାମ ଖୋଲିଥିଲେ। ୨୦୧୨ ମସିହାରେ ସେ ଟାଟାଗ୍ରୁପ୍‌ରୁ ଅବସର ନେଇଥିଲେ। ରେହା ରତନଙ୍କୁ ଛୋଟୁ କହିଥିବାରୁ ସେ ବହୁତ ଖୁସି ହୋଇଯାଇଛନ୍ତି। ସେ କହିଛନ୍ତି, ମୁଁ ସବୁବେଳେ ଛୋଟ ହୋଇ ରହିବାକୁ ଚାହେଁ। ଆଉ କିଛି ୟୁଜର ରେହାଙ୍କ ଏପରି କମେଣ୍ଟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୟୁଜର କହିଛନ୍ତି, ଏହା ଅପମାନଜନକ। ରତନ ଜୀ ଆମର ଆଦର୍ଶ। ତେଣୁ ତାଙ୍କୁ ଏମିତି କହିବା ଉଚିତ୍‌ ନୁହଁ। ରତନ ନିଜେ ଏହାର ଉତ୍ତର ରଖିଛନ୍ତି, ମୁଁ ସମସ୍ତଙ୍କ ଭିତରେ ଛୋଟ। ତେଣୁ ରେହାଙ୍କୁ ସମ୍ମାନ ଦେଉଛି। ଆପଣମାନେ ମଧ୍ୟ ତାଙ୍କୁ ସମ୍ମାନ ଦିଅନ୍ତୁ।

Share