Posted inଖେଳ

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨-  ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହୋଇଛି। ଓଡ଼ିଶାର ବସନ୍ତ ମହାନ୍ତି ୬ ଉଇକେଟ ନେଇ ଉତ୍ତରାଖଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ଫଳରେ ଉତ୍ତରାଖଣ୍ଡ ପ୍ରଥମ ଇନିଂସ୍‌ରେ ୧୧୭ ରନ୍‌ କରି ଅଲଆଉଟ ହୋଇଯାଇଛି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ପ୍ରଥମ ଇନିଂସରେ ୩ ଉଇକେଟ ହରାଇ ୯୮ରନ୍‌ କରିଛି। ହାତରେ ୭ ଉଇକେଟ ସୁରକ୍ଷିତ ଥିବାବେଳେ ଓଡ଼ିଶା ମାତ୍ର ୧୯ ରନ୍‌ ପଛରେ ରହିଛି। ଏଥିସହ ଘରୋଇ ମାଟିରେ ଇନିଂସ୍‌ ଅଗ୍ରଣୀ ପଥରେ ରହିଛି ଓଡ଼ିଶା ଦଳ।
ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ଉତ୍ତରାଖଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଉଥିବାରୁ ପ୍ରାରମ୍ଭରୁ ରକ୍ଷଣାତ୍ମକ ଶୈଳୀରେ ଉତ୍ତରାଖଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ଓପ୍‌ନର ତନ୍ମୟ ଶ୍ରୀବାସ୍ତବ ଓ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ପ୍ରଥମ ୧୦ ଓଭରରେ ୧୨ରନ୍‌ କରିଥିଲେ। ଦଳୀୟ ସ୍କୋର ୧୬ ହୋଇଥିବା ବେଳେ ଅଧିନାୟକ ଉନ୍ମୁକ୍ତଙ୍କୁ ୬ ରନ୍‌ରେ ଏଲବିଡବ୍ଲ୍ୟୁ କରି ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ ରାଜ୍ୟର ଯୁବ ପେସ୍‌ ତାରକା ରାଜେଶ ମହାନ୍ତି। ଓଡ଼ିଶାର ଦୁର୍ଦ୍ଧର୍ଷ ପେସ୍‌ ବୋଲିଂ ସମ୍ମୁଖରେ ଉତ୍ତରାଖଣ୍ଡ ବ୍ୟାଟ୍ସମ୍ୟାନ୍‌ମାନେ ହାତ ଟେକି ଦେଇଥିଲେ। ଲଗାତର ଭାବେ ଉଇକେଟ ପତନ ଘଟିଥିଲା। ୬୮ ରନ୍‌ରେ ୫ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ ସାରିଥିବା ଉତ୍ତରାଖଣ୍ଡ ୧୧୭ ରନ୍‌ରେ ଅଲଆଉଟ ହୋଇଥିଲା। ଦୀକ୍ଷାଂଶୁ ନେଗି ସର୍ବାଧିକ ୩୬ରନ୍‌ କରିଥିବା ବେଳେ ତନ୍ମୟ ୨୪, ଧନରାଜ ଶର୍ମା ଓ ଅଭନିଶ ସୁଧା ୧୭ ରନ୍‌ ଲେଖାଏ କରିଥିଲେ। ପୂର୍ବରୁ ଓଡ଼ିଶା ପକ୍ଷରୁ ଖେଳିସାରିଥିବା ଉତ୍ତରାଖଣ୍ଡର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ସୌରଭ ରାୱତ ୪ରନ୍‌ରେ ଆଉଟ ହୋଇଥିଲେ। ଏଠାରେ ଖେଳାଯାଇଥିବା ସର୍ଭିସେସ୍‌ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୬ ଉଇକେଟ ହାସଲ କରିଥିବା ବସନ୍ତ ମହାନ୍ତି ବୁଧବାର ମଧ୍ୟ ସମାନ ସଂଖ୍ୟକ ଉଇକେଟ ନେଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ର ଗୋଟିଏ ଇନିଂସ୍‌ରେ ୫ ଉଇକେଟ ଦଖଲ କରିବା କ୍ଷେତ୍ରରେ ବସନ୍ତଙ୍କର ଏହା ୨୩ତମ ସଫଳତା। ୧୯.୪ ଓଭର ବୋଲିଂ କରିଥିବା ବସନ୍ତ ୧୦ ଓଭର ମେଡେନ ସହ ୧୭ ରନ୍‌ ବିନିମୟରେ ଏହି ସଫଳତା ପାଇଛନ୍ତି। ଏହାଛଡ଼ା ଦେବବ୍ରତ ପ୍ରଧାନ ୨ଟି, ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଛି। ଅନୁରାଗ ଷଡ଼ଙ୍ଗୀ ଆହତ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡ଼ିବା ପରେ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓପ୍‌ନିଂ ଦାୟିତ୍ୱ ସମ୍ଭାଳିଥିଲେ। ଗୋବିନ୍ଦ ଓ ଶାନ୍ତନୁ ମିଶ୍ର ଓପ୍‌ନିଂରେ ୧୫ ରନ୍‌ ଯୋଡ଼ିଥିଲେ। ଗୋବିନ୍ଦ ୧୧ରନ୍‌ କରି ସନ୍ନି ରାଣାଙ୍କ ଶିକାର ହୋଇଛନ୍ତି। ପରେ କ୍ରିଜ୍‌କୁ ଆସିଥିବା ଦେବାଶିଷ ସାମନ୍ତରାୟ ଖାତା ଖୋଲିବା ପୂର୍ବରୁ ଓ ଅଧିନାୟକ ଶୁଭ୍ରାଂଶୁ ୧୬ ରନ୍‌ରେ ଆଉଟ ହୋଇଛନ୍ତି। ଶାନ୍ତନୁ ୩୦, ବିପ୍ଳବ ସାମନ୍ତରାୟ ୩୫ ରନ୍‌ରେ ଅପରାଜିତ ଅଛନ୍ତି।
ସଂକ୍ଷିପ୍ତ ସ୍କୋର
ଉତ୍ତରାଖଣ୍ଡ ପ୍ରଥମ ଇନିଂସ୍‌: ୧୧୭/ଅଲଆଉଟ(ଦୀକ୍ଷାଂଶୁ ନେଗି- ୩୬, ତନ୍ମୟ ଶ୍ରୀବାତ୍ସବ-୨୪, ବସନ୍ତ ମହାନ୍ତି-୬/୧୭, ଦେବବ୍ରତ ପ୍ରଧାନ-୨/୩୯, ରାଜେଶ ମହାନ୍ତି-୧/୩୨, ସୂର୍ଯ୍ୟକାନ୍ତ ପ୍ରଧାନ-୧/୨୭)। ଓଡ଼ିଶା ପ୍ରଥମ ଇନିଂସ: ୯୮/୩(ବିପ୍ଳବ ସାମନ୍ତରାୟ-୩୫*, ଶାନ୍ତନୁ ମିଶ୍ର-୩୦*, ସନ୍ନି ରଣା-୨/୧୮, ଆକାଶ ମଣ୍ଡଓ୍ବାଲ-୧/୨୧)।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri