Categories: ବାଣିଜ୍ୟ

ରଣବୀର ସିଂ ମାନ୍ୟବରର ନୂଆ ବ୍ରାଣ୍ଡ ଆମ୍ବାସାଡର

ଭୁବନେଶ୍ୱର,୧୭-୧୦: ମାନ୍ୟବର ପକ୍ଷରୁ ବଲିଉଡ ଅଭିନେତା ରଣବୀର ସିଂଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଚୁକ୍ତି ମୁତାବକ ରଣବୀର କମ୍ପାନୀର ସଦ୍ୟତମ ପାର୍ବଣ କଲେକ୍ସନଗୁଡିକ ବିଭିନ୍ନ ମାଧ୍ୟମରେ ପ୍ରଚାର କରିବେ। କମ୍ପାନୀ ପ୍ରସ୍ତୁତ କରିଥିବା ଦିଓ୍ବାଲୀ ବାଲୀ ଫିଲିଂ କମର୍ସିଆଲରେ ରଣବୀର ନଜରକୁ ଆସିବେ। ମାନ୍ୟର ସହ ଯୋଡି ହୋଇ ଅତ୍ୟନ୍ତ ଖୁସି ବୋଲି ରଣବୀର କହିଛନ୍ତି। ଭାରତୀୟ ପୋଷାକ ପରିଧାନ କରିବା ଏକ ଆନନ୍ଦର ବିଷୟ। ଜଣେ ଭାରତୀୟ ହୋଇଥିବାରୁ ଇଣ୍ଡିଆନଓ୍ବେର ପରିଧାନ ପ୍ରତି ଭଲ ପାଇବା ରହି ଆସିଛି। ଏହାକୁ ନେଇ ଗର୍ବ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଗ୍ରାହକଙ୍କୁ ସର୍ବୋଚ୍ଚ ଗୁଣବତ୍ତା ବିଶିଷ୍ଟ ପୋଷାକପତ୍ର ପ୍ରଦାନ ଦିଗରେ କାର୍ଯ୍ୟ କରିଥାଉ ବୋଲି ବେଦାନ୍ତ ଫ୍ୟାଶନ୍ସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ରବି ମୋଦି କହିଛନ୍ତି।

Share