ରଣବୀରଙ୍କ ନାଁରେ ମାମଲା: ମହିଳାଙ୍କ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କ ନ୍ୟୁଡ୍‌ ଫଟୋ ଶେୟାର ହେବା ପରେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ମହଲରେ ରଣବୀରଙ୍କୁ ସମାଲୋଚନା କରାଯାଉଥିବା ବେଳେ ଏବେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ତେବେ ଏ ମାମଲା କିଏ କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅଭିନେତା ରଣବୀର ଏକ ମେଗାଜିନ୍‌ ପାଇଁ ନ୍ୟୁଡ ଫଟୋ ଶୁଟ୍‌ କରିଥିଲେ । ଆମେରିକୀୟ ଅଭିନେତା ବର୍ଟ ରିନୋଲ୍ଡସ ମଧ୍ୟ ଏଭଳି ଏକ ଫଟୋ ଶୁଟ୍‌ କରିଥିଲେ। ତେବେ ଫଟୋ ଶେୟାର ହେବା ପରେ ଏହାକୁ ନେଇ ବି ଟାଉନରେ ଖୁବ ଚର୍ଚ୍ଚା ଚାଲିଛି। ତେବେ କେତେକ ସେଲିବ୍ରିଟି ଏହାକୁ ସମର୍ଥନ କରୁଥିବା ବେଳେ ସାଧାରଣରେ ଏହାକୁ ନିନ୍ଦା କରାଯାଉଛି।

Share