ରଣବୀରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ଦୀପିକା, ପ୍ରଶଂସକ କଲେ ଟ୍ରୋଲ୍‌

ବିଗତ ଦିନରେ ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ପ୍ରେମସମ୍ପର୍କକୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ପରେ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ଦୁଇଜଣ ଭଲ ବନ୍ଧୁ ହୋଇଯାଇଛନ୍ତି। ୨୮ ସେପ୍ଟେମ୍ବର ଅର୍ଥାତ୍‌ ଗତକାଲି ରଣବୀର ତାଙ୍କର ୩୭ତମ ଜନ୍ମଦିବସ ପାଳନ କରିଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଜନ୍ମଦିନ ପାର୍ଟି ରଖିଥିଲେ। ଏହି ପାର୍ଟିରେ ବଲିଉଡ୍‌ର କିଛି ଅଭିନେତ୍ରୀ ଅଭିନେତା ଯୋଗଦେଇଥିଲେ। ଏଥିରେ ଦୀପିକା ପାଦୁକୋନ୍‌ ମଧ୍ୟ ଉପସ୍ଥିତ ଥିଲେ।

ଏହି ପାର୍ଟିର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋକୁ ଦେଖି ୟୁଜରମାନେ ଦୀପିକାଙ୍କୁ ଟ୍ରୋଲ୍‌ ବି କରିଛନ୍ତି। ଏହି ଫଟୋରେ ଦୀପିକା କଳାରଙ୍ଗର ଡ୍ରେସ୍‌ ପିନ୍ଧି କାର୍‌ରେ ବସିଥିବାବେଳେ କ୍ୟାମେରାକୁ ଦେଖି ବାଏ କହୁଥିବା ନଜର ଆସିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ନିଶାଡ଼ି ଲୁକ୍‌, ଆଉ ଜଣେ ଲେଖିଛନ୍ତି, ଫୁଲ୍‌ ମଦ ପିଇଛନ୍ତି। କହି ରଖୁଛୁ, ଦୀପିକା ଆଗାମୀ ଫିଲ୍ମ ‘ଛପାକ’କୁ ନେଇ ଖୁବ୍‌ ବ୍ୟସ୍ତ ରହୁଛନ୍ତି।

Share