ରଣପୁର ରାଜନଅରରେ ମା’ ଖିଲାମୁଣ୍ଡା : କାଠିରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି

ରଣପୁର, ୭ା୧୦(ସ୍ବ.ପ୍ର.): ରଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରାଆଁଳାର ଘଞ୍ଚ ଜଙ୍ଗଲରେ ଥିବା ଆସ୍ଥାନ ଛାଡି ୧୬ଦିନ ହେଲା ରଣପୁର ରାଜନଅରକୁ ଆସି କାଠିରେ ରହି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଦେବୀ ପୀଠମାନଙ୍କରେ ଷୋଡଶ ଉପଚାର ପୂଜା ଆରମ୍ଭ ହେବା ଦିନକ ପୂର୍ବରୁ ମା’ ଖିଲାମୁଣ୍ଡାଙ୍କୁ ଆସ୍ଥାନରୁ ଏକ ଆଟୋପ ଶୋଭାଯାତ୍ରାରେ ରାଜନଅରକୁ ଅଣାଯାଇଥାଏ। ମା’ଙ୍କ ଶକ୍ତି ଏକ କାଠି ସାହାଯ୍ୟରେ ଆସିଥାନ୍ତି। ବାଟରେ ମା’ ଭେଟବର, କରଡାପଲ୍ଲୀ, କଳାମାଟିଆ, ଗୁଣ୍ଡରିବାଡି, ଲାଖପଡା, ନନ୍ଦପୁର ଆଦି ଗ୍ରାମବାସୀଙ୍କଠାରୁ ପୂଜାର୍ଘ୍ୟ ଗ୍ରହଣ କରିଥାନ୍ତି। ଶେଷରେ କଂସାରିସାହି ବାଟଦେଇ ମା’ ରଣପୁର ରାଜନଅରରେ ପହଞ୍ଚତ୍ବା ପରେ ରାଜା ସାହେବ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ରାଜନଅରରେ ମାଆ ଦଶହରା ଯାଏ ରହି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ଦିନ ମାଆଙ୍କୁ ରାଜା ରାତ୍ରରେ ତାଙ୍କର ପାତ୍ରମନ୍ତ୍ରୀଙ୍କ ଗହଣରେ ରାଜନଅରରୁ ଦଶହରା ପଡିଆକୁ ନେଇଥାନ୍ତି। ହଜାର ହଜାର ଭକ୍ତଙ୍କ ସମାଗମରେ ମାଆ ଦଶହରା ପଡିଆକୁ ଗଲାବେଳେ ବାଜା, ବାଣ ସହିତ ଢୋଲ ଓ ମହୁରୀ ବାଦ୍ୟରେ ରଣପୁର ଅଞ୍ଚଳ ପ୍ରକମ୍ପିତ ହୋଇଉଠେ। ସେଠାରେ ପହଞ୍ଚତ୍ବା ପରେ ରାଜା ମାଆଙ୍କ ଚରଣ ବନ୍ଦାପନା କରିଥାନ୍ତି। ମାଆଙ୍କ ଉଦ୍ଦେଶ୍ୟରେ ସାତଥର ତୋପ ଧ୍ୱନି ଦିଆଯିବା ପରେ ଏକ ପାରାକୁ ଅନ୍ଧାର ରାତ୍ରର ଆକାଶରେ ଉଡାଇ ଦିଆଯାଏ। କୁହାଯାଏ ମାଆ ପାରା ମାଧ୍ୟମରେ ସେଠାରୁ ବିଦାୟ ନେଇଥାନ୍ତି। ରଣପୁର ନିକଟ ରାଅଁାଳା ମାଳର ମାଆ ଖିଲାମୁଣ୍ଡା କେଉଁ ସମୟରୁ ପୂଜା ପାଉଛନ୍ତି ସେ ନେଇ ଇତିହାସ ନୀରବ। ତେବେ ୧୬୯୧ ମସିହାରେ ରଣପୁର ରାଜା ନରେନ୍ଦ୍ରଙ୍କ ସହ ପୁରୀ ଗଜପତି ପ୍ରତାପ ଦିବ୍ୟସିଂହଦେବଙ୍କ ଯୁଦ୍ଧ ହୋଇଥିଲା। ଏଥିରେ ରାଜା ନରେନ୍ଦ୍ର ବିଜୟୀ ହୋଇଥିଲେ। ଯୁଦ୍ଧ ପୂର୍ବରୁ ରାଜା ମାନସିକ କରିଥିଲେ ଯେ, ସେ ବିଜୟୀ ହେଲେ ମାଆଙ୍କୁ ଦଶହରାର ଷୋଳଦିନ ପୂର୍ବରୁ ରାଜନଅର ନେଇଯାଇ ସେଠାରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିବେ। ଯୁଦ୍ଧରେ ବିଜୟ ହେବା କାରଣରୁ ସେହିବର୍ଷ ରାଜା ନରେନ୍ଦ୍ର ମାଆଙ୍କୁ ରାଆଁଳା ମାଳରୁ ରାଜନଅରକୁ ଆଣି ପୂଜା କରିଥିଲେ। ସେବେଠାରୁ ଏହି ପରମ୍ପରା ଚାଲିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri