ରଣପୁର ଥାନାରେ ଦଲାଲ ସର୍ବେସର୍ବା, ଥାନାକୁ ଯିବାକୁ ଡରୁଛନ୍ତି ଲୋକେ: ଅଧିକାଂଶ ଘଟଣାରେ ରଖାଯାଉନି ଏତଲା

ରଣପୁର,୧୧ା୧ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଚାଲିଛି ଦଲାଲଙ୍କ ରାଜ୍‌। ସେମାନଙ୍କ ବିନା ସହଯୋଗରେ ନ୍ୟାୟ ମିଳୁନି। ଏ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ନ୍ୟାୟ ମିଳିବା ବଦଳରେ ରୋଷର ଶିକାର ହେବାକୁ ପଡୁଛି। ଆମ ପୋଲିସ କାର୍ଯ୍ୟକ୍ରମ ଲୋକଙ୍କ ନିକଟତର ହେଉଛି ବୋଲି ପୋଲିସ ଡିଣ୍ଡିମ ପିଟୁଛି। ହେଲେ ଏଠାରେ ସାଧାରଣ ଲୋକେ ଅଭିଯୋଗ ପାଇଁ ଥାନାକୁ ଯିବାକୁ ଡରୁଛନ୍ତି। ପୋଲିସର ଲାଞ୍ଚଖୋର ମନୋଭାବ, ରୁକ୍ଷ ବ୍ୟବହାର ଏହାର କାରଣ ବୋଲି କୁହାଯାଉଛି। ଏଭଳି ରୁକ୍ଷ ବ୍ୟବହାର ଯୋଗୁ ଚାନ୍ଦପୁର ଥାନାର ପୂର୍ବତନ ଥାନା ଆଇଆଇସିଙ୍କ ୨୪ ଘଣ୍ଟା ମଧ୍ୟରେ ବଦଳି ହୋଇଥିଲା। ଏହା ପରେ ମଧ୍ୟ ରଣପୁର ଥାନା ବାବୁଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ଆସୁନି। ଅଭିଯୋଗକାରୀ ଉପଯୁକ୍ତ ସମ୍ମାନ ପାଉନାହାନ୍ତି। ଲୋକେ ଥାନାକୁ ଅଭିଯୋଗ କରିବାକୁ ଗଲେ ଥାନା ଅଧିକାରୀଙ୍କ ବ୍ୟବହାର ସେମାନଙ୍କୁ ଅତିଷ୍ଠ କରୁଛି। ସମସ୍ତଙ୍କୁ ବାନ୍ଧି ପଠାଇ ଦେବାର ଧମକ ମଧ୍ୟ ମିଳୁଛି। ଏପରି କି ଗଣମାଧ୍ୟମରେ ମୁହଁ ଖୋଲିଲେ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମାନ ଢଙ୍ଗରେ ଧମକ ଦିଆଯାଉଛି। ଏ ନେଇ କିଛି ସାଧାରଣ ଲୋକ ପୋଲିସ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଚୁପ ରହୁଛନ୍ତି। ଥାନା ପୋଲିସ ମାମଲା ରୁଜୁ ନ କରିବା ଏକ ଅଭ୍ୟାସରେ ପରିଣତ ହେଲାଣି। ବିଭିନ୍ନ ଆଳ ଦେଖାଇ ପୋଲିସ ଅଧିକାଂଶ ସମୟରେ ଏତଲା ରଖୁନାହିଁ। ରାଜନୀତି ଚାପରେ ହେଉ କିମ୍ବା ଲାଞ୍ଚଖୋର ମନୋବୃତ୍ତି ଯୋଗୁ ଅଭିଯୋଗକାରୀଙ୍କୁ ଫେରାଇ ଦିଆଯାଉଛି ା ଏଭଳି ଅଭିଯୋଗ କରିଛନ୍ତି ଗତ ୨୩ା୧୦ା୨୦୧୯ ତାରିଖରେ ଥାନାରେ ଅଭିଯୋଗ କରିଥିବା ବାଉଁଶଗଡ ପଞ୍ଚାୟତ ଶ୍ରୀକୃଷ୍ଣପୁର ଗ୍ରାମର ଉପେନ୍ଦ୍ର କୁମାର ସ୍ବାଇଁ। ସେହିଭଳି ବଜ୍ରକୋଟ ଗ୍ରାମର ଲିଙ୍ଗରାଜ ସାମନ୍ତରାୟ ଗତ ୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ମାମଲା ରୁଜୁ କଲାନାହିଁ। ବରଂ ଗାଳିଗୁଲଜ କରି ଥାନାରୁ ତଡିଦେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କୁ ପୋଲିସର ଅଣଦେଖା ଅପରାଧୀଙ୍କୁ ପ୍ରୋତ୍ସାହନ ଦେଉଛି। ମାମଲା ରୁଜୁ କରୁ ନ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡା ଆଇନ ରହିଛି। ହେଲେ ତାହା ରଣପୁର ଥାନାରେ କାର୍ଯ୍ୟକାରୀ ହେଉନି। ଅଧିକାଂଶ ଘଟଣାରେ ପୋଲିସ ଏତଲା ନ ରଖି ଅଭିଯୋଗ ହୋଇନି ସଫେଇ ଦେଇଚାଲିଛି। ଅନ୍ୟପଟେ ଥାନାରେ ଭିତ୍ତିଭୂମିର ଅଭାବ ରହିଛି। ମାନବସମ୍ବଳ କମ ରହିଥିବାରୁ ପୋଲିସ ବାବୁ ଏତଲା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ ବୋଲି ସଫେଇ ଦେଉଛି। ଏତଲା ନ ରଖିବାକୁ ନେଇ ଏସ୍‌ଡିପିଓ, ଏସ୍‌ପିଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି। ବରଂ ଥାନା ପୋଲିସର କଥା ସହ ତାଳଦେଇ ଉପରିସ୍ଥ ଅଧିକାରୀ ଅଭିଯୋଗ ନ ଥିବା ଦର୍ଶାଇ ସହଯୋଗ କରିଆସୁଛନ୍ତି। ଏଣୁ ଆଇନ ତା’ ବାଟରେ ରହୁଥିଲା ବେଳେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁନି। ଭିତ୍ତିଭୂମି ସଜାଡି ଆଇନକୁ କଡାକଡି ପାଳନ କଲେ ଅଧିକାଂଶ ପୋଲିସ ଅଫିସର ବନ୍ଧା ହୋଇ ଜେଲ ଯିବେ ବୋଲି ଜଣେ ଅବସରପ୍ରାପ୍ତ ଏସ୍‌ପି ପ୍ରକାଶ କରିଛନ୍ତି। ଏଥିସହିତ ଥାନା ଓ ଫାଣ୍ଡି ପୋଲିସ ମାନସିକତାରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରଣପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କୁ ପଚାରିବାରୁ ସେ ଏହି ପ୍ରସଙ୍ଗରେ କୌଣସି ମତ ଦେବାକୁ ମନା କରିଥିଲେ। ନୟାଗଡ ଏସ୍‌ପି ଶଶିଭୂଷଣ ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ମୁଁ ଅବଗତ ନ ଥିଲି, ଆପଙ୍କଠାରୁ ଜାଣିବାକୁ ପାଇଲି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ କହିଥିଲେ, ରଣପୁର ଥାନାରେ ମୋ ସରକାର କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ। ଛୋଟ ଛୋଟ କଥାରେ ପୋଲିସ ସାଧାରଣ ଲୋକଙ୍କୁ ବାନ୍ଧି ଜେଲ ପଠାଇ ଦେଉଛି। ଥାନା ଅଧିକାରୀଙ୍କ ବଦଳି ପାଇଁ ମୁଁ ପୋଲିସ ଡିଜିଙ୍କୁ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri