Posted inଖେଳ

ରଣଜୀ ଟ୍ରଫି: ରାଜେଶଙ୍କ ଶତକ ସତ୍ତ୍ୱେ ଓଡ଼ିଶା ୨୯୩ରେ ସୀମିତ

କଟକ ଅଫିସ,୬ା୨-  ମହାରାଷ୍ଟ୍ରର ନାଗୋଥାନେ ସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ଦ୍ୱିତୀୟ ଦିବସ ଖେଳ ବୁଧବାର ଶେଷ ହୋଇଛି। ଉଇକେଟ କିପର ରାଜେଶ ଧୂପର(୧୧୦ ରନ) ପ୍ରଥମଶ୍ରେଣୀ କ୍ରିକେଟରେ ପ୍ରଥମ ଶତକ ହାସଲ କରିଥିଲେ ହେଁ ଓଡ଼ିଶା ପ୍ରଥମ ଇନିଂସ ୨୯୩ ରନରେ ସୀମିତ ରହିଛି। ମହାରାଷ୍ଟ୍ର ଦ୍ୱିତୀୟ ଦିବସ ଖେଳର ଷ୍ଟମ୍ପ ଅପସାରଣ ସୁଦ୍ଧା ଋତୁରାଜ ଗାଏକ୍ୱାଡଙ୍କ ଶତକ ସହାୟତାରେ ୨ ଉଇକେଟ ହରାଇ ୨୧୯ରନ କରିଛି। ଫଳରେ ଘରୋଇ ଦଳ ୮ ଉଇକେଟ ସୁରକ୍ଷିତ ଥାଇ ୭୪ରନ ପଛରେ ରହିଛି। ଭ୍ରମଣକାରୀ ଓଡ଼ିଶା ଗୁରୁବାର ମହାରାଷ୍ଟ୍ରକୁ ଅଳ୍ପ ରନ୍‌ ବ୍ୟବଧାନରେ ଅଲଆଉଟ୍‌ କରିବାକୁ ଚେଷ୍ଟା କରିବ ବୋଲି ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି କହିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ମଙ୍ଗଳବାର ଖେଳ ଶେଷ ସୁଦ୍ଧା ୫ ଉଇକେଟ ହରାଇ ୨୨୦ରନ କରିଥିଲା। ଓପନର ଶାନ୍ତନୁ ମିଶ୍ର ୮୪ରନ ଓ ଉଇକେଟ କିପର ରାଜେଶ ୬୭ରନରେ ଅପରାଜିତ ଥିଲେ। ଶାନ୍ତନୁ ବ୍ୟକ୍ତିଗତ ସ୍କୋରରେ କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ଅଶୟ ପାଲକାରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ପରେ ଦେବବ୍ରତ ପ୍ରଧାନ ଖାତା ଖୋଲିବା ପୂର୍ବରୁ ମୁକେଶ ଚୌଧୁରୀଙ୍କ ଶିକାର ହୋଇଥିଲେ। ୨୨୬ରନରେ ଓଡ଼ିଶା ୭ମ ଉଇକେଟ ହରାଇଥିଲା। ୮ମ ଉଇକେଟରେ ରାଜେଶ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩୩ରନ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୨୫୦ ଅତିକ୍ରମ କରାଇଥିଲେ। ୧୩ବଲରୁ ୫ଟି ଚୌକା ଓ ଗୋଟିଏ ଛକା ବଳରେ ୨୮ରନ କରି ସୂର୍ଯ୍ୟକାନ୍ତ ଅଶୟ ପାଲକାରଙ୍କ ପରବର୍ତ୍ତୀ ଶିକାର ହୋଇଥିଲେ। ହେଲେ ଉଇକେଟ କିପର ରାଜେଶ ଧୂପର ପ୍ରଥମଦିନ ଭଳି ବୁଧବାର ମଧ୍ୟ ବଡ଼ଶଟ୍‌ ମାଧ୍ୟମରେ ରନ୍‌ ସଂଗ୍ରହ ଜାରି ରଖିଥିଲେ। ମହାରାଷ୍ଟ୍ର ବୋଲରଙ୍କୁ ଆକ୍ରମଣାତ୍ମକ ଶୈଳୀରେ ସମ୍ମୁଖୀନ କରୁଥିଲେ ରାଜେଶ। ୧୩୯ ବଲରୁ ସେ ଶତକ ପୂରଣ କରିଥିବାବେଳେ ଅନ୍ତିମ ପର୍ଯ୍ୟନ୍ତ ୧୧୦ରନରେ ଅପରାଜିତ ଥିଲେ। ଏହା ମଧ୍ୟରେ ୬ଟି ଚୌକା ଓ ୭ଟି ଛକା ସାମିଲ ଥିଲା। ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ରାଜେଶ ମହାନ୍ତି ୦ ଓ ପପୁ ରାୟ ୧ରନରେ ଆଉଟ ହୋଇଥିଲେ। ଅଶୟ ପାଲକାର ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ମୁକେଶ ଚୌଧୁରୀ ଓ ସତ୍ୟଜିତ ବଚଭଙ୍କୁ ୨ଟି ଲେଖାଏ ଉଇକେଟ ମିଳିଥିଲା। ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ମହାରାଷ୍ଟ୍ର ୩୮ରନରେ ଦୁଇ ଓପନରଙ୍କୁ ହରାଇଥିଲା। ସ୍ବପ୍ନିଳ ଗୁଗାଲେଙ୍କୁ ୭ରନରେ ରାଜେଶ ମହାନ୍ତି କ୍ୟାଚ୍‌ ଆଉଟ କରିଥିବା ବେଳେ ଅନ୍ୟତମ ଓପନର ଜୟ ପାଣ୍ଡେ ୧୭ରନରେ ସୂର୍ଯ୍ୟକାନ୍ତଙ୍କ ଶିକାର ହୋଇଥିଲେ। ୩ୟ ଉଇକେଟରେ ୧୮୧ରନ୍‌ ଭାଗୀଦାର ସୃଷ୍ଟି ହେବା ଯୋଗୁ ଓଡ଼ିଶା ଶିବିରରେ ନିରାଶ ଖେଳିଛି। ଋତୁରାଜ ଗାଏକ୍ବାଡ ୧୧୦ ଓ ଅଧିନାୟକ ଅଙ୍କିତ ବାୱନେ ୮୦ରନରେ ଅପରାଜିତ ଅଛନ୍ତି।
ରାଜେଶଙ୍କ ପ୍ରଥମ ଶତକ
୧୪ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବା ପରେ ଉଇକେଟ କିପର ରାଜେଶ ଧୁପର କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ଧୁଆଁଧାର ବ୍ୟାଟ୍ସମ୍ୟାନ ଭାବେ ପରିଚିତ ରାଜେଶ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ନିଜ ବ୍ୟାଟିଂ ଶୈଳୀର ଛାପ ଛାଡ଼ିଛନ୍ତି। ଗତ ସିଜନରେ ଡ୍ରିମସ ଗ୍ରାଉଣ୍ଡରେ ତାମିଲନାଡୁ ବିପକ୍ଷରେ କରିଥିବା ୯୭ରନ ତାଙ୍କର ସର୍ବାଧିକ ସ୍କୋର ଥିଲା। ରାଜେଶଙ୍କ ଘର କଟକରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri