Posted inଖେଳ

ରଣଜୀ ଟ୍ରଫି: ରାଜେଶଙ୍କ ଶତକ ସତ୍ତ୍ୱେ ଓଡ଼ିଶା ୨୯୩ରେ ସୀମିତ

କଟକ ଅଫିସ,୬ା୨-  ମହାରାଷ୍ଟ୍ରର ନାଗୋଥାନେ ସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ଦ୍ୱିତୀୟ ଦିବସ ଖେଳ ବୁଧବାର ଶେଷ ହୋଇଛି। ଉଇକେଟ କିପର ରାଜେଶ ଧୂପର(୧୧୦ ରନ) ପ୍ରଥମଶ୍ରେଣୀ କ୍ରିକେଟରେ ପ୍ରଥମ ଶତକ ହାସଲ କରିଥିଲେ ହେଁ ଓଡ଼ିଶା ପ୍ରଥମ ଇନିଂସ ୨୯୩ ରନରେ ସୀମିତ ରହିଛି। ମହାରାଷ୍ଟ୍ର ଦ୍ୱିତୀୟ ଦିବସ ଖେଳର ଷ୍ଟମ୍ପ ଅପସାରଣ ସୁଦ୍ଧା ଋତୁରାଜ ଗାଏକ୍ୱାଡଙ୍କ ଶତକ ସହାୟତାରେ ୨ ଉଇକେଟ ହରାଇ ୨୧୯ରନ କରିଛି। ଫଳରେ ଘରୋଇ ଦଳ ୮ ଉଇକେଟ ସୁରକ୍ଷିତ ଥାଇ ୭୪ରନ ପଛରେ ରହିଛି। ଭ୍ରମଣକାରୀ ଓଡ଼ିଶା ଗୁରୁବାର ମହାରାଷ୍ଟ୍ରକୁ ଅଳ୍ପ ରନ୍‌ ବ୍ୟବଧାନରେ ଅଲଆଉଟ୍‌ କରିବାକୁ ଚେଷ୍ଟା କରିବ ବୋଲି ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି କହିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ମଙ୍ଗଳବାର ଖେଳ ଶେଷ ସୁଦ୍ଧା ୫ ଉଇକେଟ ହରାଇ ୨୨୦ରନ କରିଥିଲା। ଓପନର ଶାନ୍ତନୁ ମିଶ୍ର ୮୪ରନ ଓ ଉଇକେଟ କିପର ରାଜେଶ ୬୭ରନରେ ଅପରାଜିତ ଥିଲେ। ଶାନ୍ତନୁ ବ୍ୟକ୍ତିଗତ ସ୍କୋରରେ କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ଅଶୟ ପାଲକାରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ପରେ ଦେବବ୍ରତ ପ୍ରଧାନ ଖାତା ଖୋଲିବା ପୂର୍ବରୁ ମୁକେଶ ଚୌଧୁରୀଙ୍କ ଶିକାର ହୋଇଥିଲେ। ୨୨୬ରନରେ ଓଡ଼ିଶା ୭ମ ଉଇକେଟ ହରାଇଥିଲା। ୮ମ ଉଇକେଟରେ ରାଜେଶ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩୩ରନ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୨୫୦ ଅତିକ୍ରମ କରାଇଥିଲେ। ୧୩ବଲରୁ ୫ଟି ଚୌକା ଓ ଗୋଟିଏ ଛକା ବଳରେ ୨୮ରନ କରି ସୂର୍ଯ୍ୟକାନ୍ତ ଅଶୟ ପାଲକାରଙ୍କ ପରବର୍ତ୍ତୀ ଶିକାର ହୋଇଥିଲେ। ହେଲେ ଉଇକେଟ କିପର ରାଜେଶ ଧୂପର ପ୍ରଥମଦିନ ଭଳି ବୁଧବାର ମଧ୍ୟ ବଡ଼ଶଟ୍‌ ମାଧ୍ୟମରେ ରନ୍‌ ସଂଗ୍ରହ ଜାରି ରଖିଥିଲେ। ମହାରାଷ୍ଟ୍ର ବୋଲରଙ୍କୁ ଆକ୍ରମଣାତ୍ମକ ଶୈଳୀରେ ସମ୍ମୁଖୀନ କରୁଥିଲେ ରାଜେଶ। ୧୩୯ ବଲରୁ ସେ ଶତକ ପୂରଣ କରିଥିବାବେଳେ ଅନ୍ତିମ ପର୍ଯ୍ୟନ୍ତ ୧୧୦ରନରେ ଅପରାଜିତ ଥିଲେ। ଏହା ମଧ୍ୟରେ ୬ଟି ଚୌକା ଓ ୭ଟି ଛକା ସାମିଲ ଥିଲା। ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ରାଜେଶ ମହାନ୍ତି ୦ ଓ ପପୁ ରାୟ ୧ରନରେ ଆଉଟ ହୋଇଥିଲେ। ଅଶୟ ପାଲକାର ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ମୁକେଶ ଚୌଧୁରୀ ଓ ସତ୍ୟଜିତ ବଚଭଙ୍କୁ ୨ଟି ଲେଖାଏ ଉଇକେଟ ମିଳିଥିଲା। ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ମହାରାଷ୍ଟ୍ର ୩୮ରନରେ ଦୁଇ ଓପନରଙ୍କୁ ହରାଇଥିଲା। ସ୍ବପ୍ନିଳ ଗୁଗାଲେଙ୍କୁ ୭ରନରେ ରାଜେଶ ମହାନ୍ତି କ୍ୟାଚ୍‌ ଆଉଟ କରିଥିବା ବେଳେ ଅନ୍ୟତମ ଓପନର ଜୟ ପାଣ୍ଡେ ୧୭ରନରେ ସୂର୍ଯ୍ୟକାନ୍ତଙ୍କ ଶିକାର ହୋଇଥିଲେ। ୩ୟ ଉଇକେଟରେ ୧୮୧ରନ୍‌ ଭାଗୀଦାର ସୃଷ୍ଟି ହେବା ଯୋଗୁ ଓଡ଼ିଶା ଶିବିରରେ ନିରାଶ ଖେଳିଛି। ଋତୁରାଜ ଗାଏକ୍ବାଡ ୧୧୦ ଓ ଅଧିନାୟକ ଅଙ୍କିତ ବାୱନେ ୮୦ରନରେ ଅପରାଜିତ ଅଛନ୍ତି।
ରାଜେଶଙ୍କ ପ୍ରଥମ ଶତକ
୧୪ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବା ପରେ ଉଇକେଟ କିପର ରାଜେଶ ଧୁପର କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ଧୁଆଁଧାର ବ୍ୟାଟ୍ସମ୍ୟାନ ଭାବେ ପରିଚିତ ରାଜେଶ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ନିଜ ବ୍ୟାଟିଂ ଶୈଳୀର ଛାପ ଛାଡ଼ିଛନ୍ତି। ଗତ ସିଜନରେ ଡ୍ରିମସ ଗ୍ରାଉଣ୍ଡରେ ତାମିଲନାଡୁ ବିପକ୍ଷରେ କରିଥିବା ୯୭ରନ ତାଙ୍କର ସର୍ବାଧିକ ସ୍କୋର ଥିଲା। ରାଜେଶଙ୍କ ଘର କଟକରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri