Posted inଖେଳ

ରଣଜୀ ଟ୍ରଫି: ଦୃଢ଼ ସ୍ଥିତିରେ ଓଡ଼ିଶା; ଅଭିଷେକ-ଦେବବ୍ରତଙ୍କ ଶତକୀୟ ଭାଗୀଦାରି

କଟକ ଅଫିସ,୨୯ା୧-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳ ଶେଷ ହୋଇଛି। ଘରୋଇ ପରିବେଶରେ ଓଡ଼ିଶାର ପ୍ରଦର୍ଶନ ଆସାମ ଉପରେ ଭାରି ରହିଛି। ଓଡ଼ିଶାର ପ୍ରଥମ ଇନିଂସରେ ୪୩୬ରନ କରିବାପରେ ଆସାମ ୩ ଉଇକେଟ ବିନିମୟରେ ୫୯ରନ କରିଛି। ମ୍ୟାଚ୍‌ର ୩ୟ ଦିବସ ତଥା ବୁଧବାର ଖେଳର ପ୍ରଥମ ସେସନ୍‌ରେ ଆସାମକୁ ଅଲଆଉଟ କରି ମ୍ୟାଚ୍‌କୁ ନିଜ କବ୍‌ଜାକୁ ନେବା ଲକ୍ଷ୍ୟରେ ରହିଛି ଓଡ଼ିଶା।
ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ୩ ଉଇକେଟ ହରାଇ ୨୧୫ରନ କରିଥିଲା। ଗୋବିନ୍ଦ ପୋଦ୍ଦାର ୫୪ରନରେ ଓ ବିପ୍ଳବ ସାମନ୍ତରାୟ ୩୨ରନରେ ଅପରାଜିତ ଥିଲେ। ମଙ୍ଗଳବାର ଖେଳ ଆରମ୍ଭର ୩ୟ ଓଭରରେ ଗୋବିନ୍ଦଙ୍କୁ ୫୮ରନରେ ରଞ୍ଜିତ ମାଲି ଏଲବିଡବ୍ଲ୍ୟୁ କରିଥିଲେ। ପରବର୍ତ୍ତୀ ଓଭରରେ ଅରୂପ ଦାସଙ୍କ ଶିକାର ହୋଇଥିଲେ ବିପ୍ଳବ। ବିପ୍ଳବ ୩୭ରନ କରିଥିବା ବେଳେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ୨୨୪ରନରେ ଓଡ଼ିଶା ୫ମ ଉଇକେଟ ହରାଇଥିଲା। ତେବେ ଅଭିଷେକ ରାଉତ ଓ ଦେବବ୍ରତ ପ୍ରଧାନଙ୍କ ଶତକୀୟ ଭାଗୀଦାରି ଯୋଗୁ ଦଳୀୟ ସ୍କୋର ୪୦୦ ଅତିକ୍ରମ କରିଥିଲା। ଉଇକେଟ କିପର ରାଜେଶ ଧୁପର ୧୩ରନରେ ୬ଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହେବା ପରେ ଅଭିଷେକ-ଦେବବ୍ରତ ୭ମ ଉଇକେଟ ଯୋଡ଼ିରେ ୧୩୦ରନ ସଂଗ୍ରହ କରିଥିଲେ। ଅଭିଷେକ ୮୧ବଲରୁ ଓ ଦେବବ୍ରତ ୮୮ବଲରୁ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଅଭିଷେକ ୭୧ରନ କରିଥିବା ବେଳେ ପ୍ରିତମ ଦାସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତାଙ୍କ ଇନିଂସରେ ୯ଟି ଚୌକା ଦେଖିବାକୁ ମିଳିଥିଲା। ବ୍ୟାଟିଂ କ୍ରମ ୯ନଂରେ ସୂର୍ଯ୍ୟକାନ୍ତ ପ୍ରଧାନ କ୍ରିଜ୍‌କୁ ଆସିବା ମାତ୍ରେ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ। ତେବେ ଡ୍ରିଙ୍କ୍ସ ବ୍ରେକ୍‌ର ପୂର୍ବ ଓ ପରବର୍ତ୍ତୀ ଓଭରରେ ଓଡ଼ିଶା ୨ଟି ଉଇକେଟ ହରାଇଥିଲା। ଦେବବ୍ରତ ୭୯ରନରେ ଓ ରାଜେଶ ମହାନ୍ତି ୧୨ରନରେ ପ୍ୟାଭିଲିୟନ ଫେରିଥିଲେ। ୧୫ବଲରୁ ୩ ଚୌକା ଓ ୧ ଛକା ବଳରେ ସୂର୍ଯ୍ୟକାନ୍ତ ୩୧ରନ କରି ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଆସାମ ପକ୍ଷରୁ ଅରୁପ ଦାସ ଓ ରଞ୍ଜିତ ମାଲି ୪ଟି ଲେଖାଏ ଉଇକେଟ ହାସଲ କରିଥିବା ବେଳେ ପ୍ରୀତମ ଦାସ ୨ଟି ଉଇକେଟ ପାଇଥିଲେ।
ପ୍ରଥମ ଇନିଂସ ଆରମ୍ଭ କରି ଆସାମ ୩୩ଓଭର ଖେଳି ୩ ଉଇକେଟ ବିନିମୟରେ ମାତ୍ର ୫୯ରନ କରିଛି। ଦ୍ୱିତୀୟ ଓଭରର ଶେଷ ବଲରେ ବସନ୍ତ ଆସାମର ଓପନର ବିପ୍ଳବ ସାଇକିଆଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ। ଅନ୍ୟତମ ଓପନର ଶୁଭମ ମଣ୍ଡଳ ୧୨ରନରେ ସୂର୍ଯ୍ୟକାନ୍ତଙ୍କ ଶିକାର ହୋଇଥିଲେ। ଗୋକୁଳ ଶର୍ମା ୮ରନରେ ରନଆଉଟ ହୋଇଥିବା ବେଳେ ରିଷଭ ଦାସ ୨୪ ଓ ରିୟାନ ପରାଗ ୧୪ରନରେ ଅପରାଜିତ ଅଛନ୍ତି। ପ୍ରଥମ ଇନିଂସରେ ଆସାମ ୩୭୭ରନ ପଛରେ ରହିଛି।
ଫଲୋଅନ ଦେବାକୁ ଚେଷ୍ଟା କରିବୁ
ପିଚ୍‌ ଏବେ ସାମାନ୍ୟ ଧିମା ହୋଇଛି। ତଥାପି ପେସ୍‌ ବୋଲରମାନଙ୍କ ପ୍ରାଧାନ୍ୟ ରହିବ। ୩ୟ ଦିବସର ପ୍ରଥମ ସେସନ ଖେଳ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସେସନ୍‌ରେ ଆସାମକୁ ଅଲଆଉଟ କରିବାକୁ ଲକ୍ଷ୍ୟ ରଖିଛୁ। ଅଳ୍ପ ରନରେ ଅଲଆଉଟ କରିବା ସହ ଫଲୋଅନ ଦେଇ ପୁନର୍ବାର ବ୍ୟାଟିଂ ଆମନ୍ତ୍ରଣ କରିବାକୁ ଚେଷ୍ଟା କରିବୁ ବୋଲି ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି କହିଛନ୍ତି।
ସୂର୍ଯ୍ୟକାନ୍ତଙ୍କ ସୁପର ଫିଲ୍ଡିଂ
ଆସାମ ଅଧିନାୟକ ଗୋକୁଳ ଶର୍ମାଙ୍କୁ ରନଆଉଟ କରିବା ଓଡ଼ିଶା ନିମନ୍ତେ ଏକ ବଡ ବ୍ରେକଥ୍ରୁ ଥିଲା। ଆସାମ ଅତ୍ୟନ୍ତ ଧିମା ଗତିରେ ବ୍ୟାଟିଂ କରିବା ସହିତ ଭାଗୀଦାରି ଯୋଡ଼ିବାକୁ ଚେଷ୍ଟା କରୁଥିଲା। ଅଧିନାୟକ ଗୋକୁଳ ମିଡ୍‌ଅନ ଅଞ୍ଚଳକୁ ମାରିଥିବା ଏକ ଶଟ୍‌କୁ ସୂର୍ଯ୍ୟକାନ୍ତ ଚମତ୍କାର ଫିଲ୍ଡିଂ କରି ଅଟକାଇ ଦେଇଥିଲେ। ଇତି ମଧ୍ୟରେ ଗୋକୁଳ ବୋଲିଂ ପାର୍ଶ୍ୱ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ। ହେଲେ ରିଷଭ ଅନ୍ୟ ପାର୍ଶ୍ୱରୁ ରନ ନ ନେବା ଫଳରେ ଗୋକୁଳଙ୍କୁ ଫେରିବାକୁ ପଡ଼ିଥିଲା। ସୂର୍ଯ୍ୟକାନ୍ତ ବଲକୁ ଥ୍ରୋ କରିଥିଲେ ସୁଦ୍ଧା ଏହା ଉଇକେଟ କିପର ରାଜେଶଙ୍କ ହାତରୁ ମିସ୍‌ ହୋଇଥିଲା। ପରେ ଗୋବିନ୍ଦ ଓ ଅଭିଷେକଙ୍କ ସହାୟତାରେ ଗୋକୁଳ ରନ୍‌ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri