Posted inଖେଳ

ରଣଜୀ ଟ୍ରଫି: କର ବା ମର ସ୍ଥିତିରେ ଓଡ଼ିଶା

କଟକ ଅଫିସ,୧୨।୨- ଚଳିତ ରଣଜୀ ସିଜନର ଅନ୍ତିମ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ବୁଧବାରଠାରୁ ଖେଳାଯିବ। ଏହିକ୍ରମରେ ଓଡ଼ିଶା ଏହାର ଅନ୍ତିମ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ନିମନ୍ତେ ଓଡ଼ିଶା ପାଇଁ ଏହା ଶେଷ ସୁଯୋଗ। ବର୍ତ୍ତମାନ ସୁଦ୍ଧା ୮ ମ୍ୟାଚ୍‌ରୁ ୩୫ ପଏଣ୍ଟ ହାସଲ କରି ଘରୋଇ ଓଡ଼ିଶା ଏଲିଟ ଗ୍ରୁପ-ସି’ର ଦ୍ୱିତୀୟ ସ୍ଥାନରେ ରହିଛି। ସମାନ ସଂଖ୍ୟକ ମ୍ୟାଚ୍‌ରୁ ୩୯ ପଏଣ୍ଟ ହାସଲ କରି ଜମ୍ମୁ କଶ୍ମୀର ଶୀର୍ଷରେ ଥିବା ବେଳେ ୩୩ ପଏଣ୍ଟ ପାଇ ସର୍ଭିସେସ୍‌ ୩ୟ ସ୍ଥାନରେ ରହିଛି। ଏହି ୩ ଦଳ ଏଲିଟ ଗ୍ରୁପ-ସି’ରୁ କ୍ବାର୍ଟର ଫାଇନାଲ ଦୌଡ଼ର ପ୍ରମୁଖ ଆଶାୟୀ ରହିଛନ୍ତି। ୨୩ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ଥିବା ଝାଡ଼ଖଣ୍ଡ କ୍ବାର୍ଟର ଦୌଡ଼ରେ ନାହିଁ, ତଥାପି ପୂର୍ବ ରେକର୍ଡକୁ ନଜର ପକାଇଲେ ଓଡ଼ିଶା ବିପକ୍ଷରେ ଏହି ଦଳର ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଛି। ଏଣୁ ଘରୋଇ ବାରବାଟୀ ଗ୍ରାଉଣ୍ଡରେ ଓଡ଼ିଶା ପାଇଁ ଚଳିତ ସିଜନର ଏହି ମ୍ୟାଚ୍‌ କର ବା ମର ସଦୃଶ ହୋଇଛି। ବିଜୟ ପଏଣ୍ଟ ହାସଲ କଲେ ହିଁ ଓଡ଼ିଶା ୨ ବର୍ଷର ବ୍ୟବଧାନ ପରେ ପୁଣିଥରେ କ୍ବାର୍ଟର ଫାଇନାଲରେ ଖେଳିବାକୁ ଯୋଗ୍ୟତା ହାସଳ କରିବ। ଗତ ୨୦୧୬-୧୭ ସିଜନରେ ଦଳ ଶେଷ ଥର ପାଇଁ କ୍ବାର୍ଟରରେ ପ୍ରବେଶ କରିଥିଲା।

ସିଜନ ପ୍ରାରମ୍ଭରୁ ଚମତ୍କାର ପ୍ରଦର୍ଶନ ସହ ଓଡ଼ିଶା ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। ହେଲେ ଗତ ୩ଟି ମ୍ୟାଚ୍‌ରେ ଓଡ଼ିଶା ୨ଟି ପରାଜୟର ସମ୍ମୁଖୀନ ହୋଇଛି। ଜମ୍ମୁ କଶ୍ମୀର ଓ ମହାରାଷ୍ଟ୍ରଠାରୁ ହାରି ଦଳ କ୍ବାର୍ଟର ପାଇଁ ସଂଘର୍ଷ କରୁଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଦଳରେ ଏକାଧିକ ଅନ୍ତର୍ଜାତୀୟ ଓ ଆଇପିଏଲ ତାରକା ରହିଛନ୍ତି। ସୌରଭ ତିୱାରୀଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ଦଳରେ ଉତ୍କର୍ଷ ସିଂ, ବିରାଟ ସିଂ, ରାହୁଲ ଶୁକ୍ଳା, ଇଶାଙ୍କ ଜାଗୀ, ଶାହବାଜ ନଦିମ୍‌, ଇଶାନ କିଶାନ, ବରୁଣ ଆରୋନ୍‌ ଭଳି ନାମିଦାମୀ ଖେଳାଳି ଅଛନ୍ତି। ଇଶାନ, ବରୁଣ ଓ ଇଶାଙ୍କଙ୍କୁ ଗତ କିଛି ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିନି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ପେସ୍‌ ବୋଲିଂକୁ ପ୍ରାଧ୍ୟାନ୍ୟ ଦେଇ ଓଡ଼ିଶା ବିଜୟ ପଏଣ୍ଟ ହାସଲ କରିଛି। ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନ ଦଳର ପେସ୍‌ ଭାର ସୁଚାରୁରୂପେ ସମ୍ଭାଳିଛନ୍ତି। ଓପନର ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀଙ୍କ ପ୍ରଦର୍ଶନ ଆଶାନୁରୂପ ଭଲ ରହିଛି। ମହାରାଷ୍ଟ୍ର ବିପକ୍ଷରେ ଶତକ ହାସଲ କରି ଗୋବିନ୍ଦ ପୋଦ୍ଦାର ଫର୍ମକୁ ଫେରିବା ଦଳ ପାଇଁ ଆଶ୍ୱସ୍ତି ଆଣିଛି। ବିପ୍ଳବ ସାମନ୍ତରାୟ ଓ ଉଇକେଟକିପର ରାଜେଶ ଧୂପର ମଧ୍ୟ ଆବଶ୍ୟକସ୍ଥଳେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ଚଳିତ ସିଜନରେ ଆଖିଦୃଶିଆ ପ୍ରଦର୍ଶନ କରି ପାରିନାହାନ୍ତି। ଝାଡ଼ଖଣ୍ଡ ବିପକ୍ଷରେ ଦଳଗତ ପ୍ରଦର୍ଶନ ଭିତ୍ତିରେ ଓଡ଼ିଶା ବିଜୟ ପଏଣ୍ଟ ହାତେଇବାକୁ ଲକ୍ଷ୍ୟ ରଖିବ। ଅଧିନାୟକ ଶୁଭ୍ରାଂଶୁ କହିଛନ୍ତି ଯେ, ଘରୋଇ ପରିବେଶରେ ଦଳ ଯାହା ହେଲେ ବି ଜିତିବାକୁ ଲକ୍ଷ୍ୟ ରଖିଛି। ଚଳିତ ସିଜନରେ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦଳର ମନୋବଳ ଦୃଢ଼ ରହିଛି। କ୍ବାର୍ଟରରେ ସ୍ଥାନ ସୁରକ୍ଷିତ ପାଇଁ ସମସ୍ତ ଚେଷ୍ଟା କରିବୁ ବୋଲି ଶୁଭ୍ରାଂଶୁ କହିଛନ୍ତି। ଝାଡ଼ଖଣ୍ଡ କୋଚ୍‌ ରାଜୀବ କୁମାର ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରିଛନ୍ତି। ଚଳିତ ସିଜନରେ ଦଳରେ ଅନେକ ନବାଗତ ଖେଳିବା ପାଇଁ ସୁଯୋଗ ପାଇଛନ୍ତି। ଫଳରେ ପ୍ରଦର୍ଶନ କିଛି ମାତ୍ରାରେ ଖରାପ ରହିଛି। ଓଡ଼ିଶାର ପ୍ରଦର୍ଶନକୁ ଲକ୍ଷ୍ୟ ରଖି ଆମେ ଗେମ୍‌ ପ୍ଲାନ ପ୍ରସ୍ତୁତ କରିଛୁ। ନିଶ୍ଚିତ ଭାବେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହେବ ବୋଲି କୋଚ୍‌ ରାଜୀବ ଅଭ୍ୟାସ ସେସନ ଅବସରରେ କହିଛନ୍ତି।
ଶେଷ ୫ ମୁକାବିଲା
ଝାଡ଼ଖଣ୍ଡ ବିପକ୍ଷ ଶେଷ ୫ଟି ମୁକାବିଲାରେ ଓଡ଼ିଶା ମାତ୍ର ଗୋଟିଏ ମ୍ୟାଚ ଜିତିଛି। ୨୦୧୩ ସଂସ୍କରଣରେ ଓଡ଼ିଶା ବିଜୟୀ ହୋଇଥିବା ବେଳେ ୨୦୧୬, ୨୦୧୮ ଓ ୨୦୦୪ରେ ଝାଡ଼ଖଣ୍ଡ ମ୍ୟାଚ୍‌ ଜିତିଥିଲା। ୨୦୦୬ରେ ଖେଳାଯାଇଥିବା ମ୍ୟାଚ୍‌ ଡ୍ର ରହିଥିଲା।
ଓଡ଼ିଶା ରଣ୍‌ଜୀ ଦଳ: ଶୁଭ୍ରାଂଶୁ ସେନାପତି(ଅଧିନାୟକ), ବିପ୍ଳବ ସାମନ୍ତରାୟ(ଉପଅଧିନାୟକ), ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ, ଦେବାଶିଷ ସାମନ୍ତରାୟ, ରଣଜିତ ସିଂ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା, ରାଜେଶ ଧୂପର(ଉଭୟ ଉଇକେଟ କିପର), ପପୁ ରାୟ। ରଶ୍ମି ରଞ୍ଜନ ପରିଡ଼ା-କୋଚ୍‌, ଶୁଭକାନ୍ତ ସାହୁ-ଫିଜିଓ, ମନୋଜ କୁମାର ବିଶ୍ୱାଳ-ଟ୍ରେନର ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri