Posted inଖେଳ

ରଣଜୀ ଟ୍ରଫି: କର ବା ମର ସ୍ଥିତିରେ ଓଡ଼ିଶା

କଟକ ଅଫିସ,୧୨।୨- ଚଳିତ ରଣଜୀ ସିଜନର ଅନ୍ତିମ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ବୁଧବାରଠାରୁ ଖେଳାଯିବ। ଏହିକ୍ରମରେ ଓଡ଼ିଶା ଏହାର ଅନ୍ତିମ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ନିମନ୍ତେ ଓଡ଼ିଶା ପାଇଁ ଏହା ଶେଷ ସୁଯୋଗ। ବର୍ତ୍ତମାନ ସୁଦ୍ଧା ୮ ମ୍ୟାଚ୍‌ରୁ ୩୫ ପଏଣ୍ଟ ହାସଲ କରି ଘରୋଇ ଓଡ଼ିଶା ଏଲିଟ ଗ୍ରୁପ-ସି’ର ଦ୍ୱିତୀୟ ସ୍ଥାନରେ ରହିଛି। ସମାନ ସଂଖ୍ୟକ ମ୍ୟାଚ୍‌ରୁ ୩୯ ପଏଣ୍ଟ ହାସଲ କରି ଜମ୍ମୁ କଶ୍ମୀର ଶୀର୍ଷରେ ଥିବା ବେଳେ ୩୩ ପଏଣ୍ଟ ପାଇ ସର୍ଭିସେସ୍‌ ୩ୟ ସ୍ଥାନରେ ରହିଛି। ଏହି ୩ ଦଳ ଏଲିଟ ଗ୍ରୁପ-ସି’ରୁ କ୍ବାର୍ଟର ଫାଇନାଲ ଦୌଡ଼ର ପ୍ରମୁଖ ଆଶାୟୀ ରହିଛନ୍ତି। ୨୩ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ଥିବା ଝାଡ଼ଖଣ୍ଡ କ୍ବାର୍ଟର ଦୌଡ଼ରେ ନାହିଁ, ତଥାପି ପୂର୍ବ ରେକର୍ଡକୁ ନଜର ପକାଇଲେ ଓଡ଼ିଶା ବିପକ୍ଷରେ ଏହି ଦଳର ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଛି। ଏଣୁ ଘରୋଇ ବାରବାଟୀ ଗ୍ରାଉଣ୍ଡରେ ଓଡ଼ିଶା ପାଇଁ ଚଳିତ ସିଜନର ଏହି ମ୍ୟାଚ୍‌ କର ବା ମର ସଦୃଶ ହୋଇଛି। ବିଜୟ ପଏଣ୍ଟ ହାସଲ କଲେ ହିଁ ଓଡ଼ିଶା ୨ ବର୍ଷର ବ୍ୟବଧାନ ପରେ ପୁଣିଥରେ କ୍ବାର୍ଟର ଫାଇନାଲରେ ଖେଳିବାକୁ ଯୋଗ୍ୟତା ହାସଳ କରିବ। ଗତ ୨୦୧୬-୧୭ ସିଜନରେ ଦଳ ଶେଷ ଥର ପାଇଁ କ୍ବାର୍ଟରରେ ପ୍ରବେଶ କରିଥିଲା।

ସିଜନ ପ୍ରାରମ୍ଭରୁ ଚମତ୍କାର ପ୍ରଦର୍ଶନ ସହ ଓଡ଼ିଶା ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। ହେଲେ ଗତ ୩ଟି ମ୍ୟାଚ୍‌ରେ ଓଡ଼ିଶା ୨ଟି ପରାଜୟର ସମ୍ମୁଖୀନ ହୋଇଛି। ଜମ୍ମୁ କଶ୍ମୀର ଓ ମହାରାଷ୍ଟ୍ରଠାରୁ ହାରି ଦଳ କ୍ବାର୍ଟର ପାଇଁ ସଂଘର୍ଷ କରୁଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଦଳରେ ଏକାଧିକ ଅନ୍ତର୍ଜାତୀୟ ଓ ଆଇପିଏଲ ତାରକା ରହିଛନ୍ତି। ସୌରଭ ତିୱାରୀଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ଦଳରେ ଉତ୍କର୍ଷ ସିଂ, ବିରାଟ ସିଂ, ରାହୁଲ ଶୁକ୍ଳା, ଇଶାଙ୍କ ଜାଗୀ, ଶାହବାଜ ନଦିମ୍‌, ଇଶାନ କିଶାନ, ବରୁଣ ଆରୋନ୍‌ ଭଳି ନାମିଦାମୀ ଖେଳାଳି ଅଛନ୍ତି। ଇଶାନ, ବରୁଣ ଓ ଇଶାଙ୍କଙ୍କୁ ଗତ କିଛି ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିନି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ପେସ୍‌ ବୋଲିଂକୁ ପ୍ରାଧ୍ୟାନ୍ୟ ଦେଇ ଓଡ଼ିଶା ବିଜୟ ପଏଣ୍ଟ ହାସଲ କରିଛି। ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନ ଦଳର ପେସ୍‌ ଭାର ସୁଚାରୁରୂପେ ସମ୍ଭାଳିଛନ୍ତି। ଓପନର ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀଙ୍କ ପ୍ରଦର୍ଶନ ଆଶାନୁରୂପ ଭଲ ରହିଛି। ମହାରାଷ୍ଟ୍ର ବିପକ୍ଷରେ ଶତକ ହାସଲ କରି ଗୋବିନ୍ଦ ପୋଦ୍ଦାର ଫର୍ମକୁ ଫେରିବା ଦଳ ପାଇଁ ଆଶ୍ୱସ୍ତି ଆଣିଛି। ବିପ୍ଳବ ସାମନ୍ତରାୟ ଓ ଉଇକେଟକିପର ରାଜେଶ ଧୂପର ମଧ୍ୟ ଆବଶ୍ୟକସ୍ଥଳେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ଚଳିତ ସିଜନରେ ଆଖିଦୃଶିଆ ପ୍ରଦର୍ଶନ କରି ପାରିନାହାନ୍ତି। ଝାଡ଼ଖଣ୍ଡ ବିପକ୍ଷରେ ଦଳଗତ ପ୍ରଦର୍ଶନ ଭିତ୍ତିରେ ଓଡ଼ିଶା ବିଜୟ ପଏଣ୍ଟ ହାତେଇବାକୁ ଲକ୍ଷ୍ୟ ରଖିବ। ଅଧିନାୟକ ଶୁଭ୍ରାଂଶୁ କହିଛନ୍ତି ଯେ, ଘରୋଇ ପରିବେଶରେ ଦଳ ଯାହା ହେଲେ ବି ଜିତିବାକୁ ଲକ୍ଷ୍ୟ ରଖିଛି। ଚଳିତ ସିଜନରେ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦଳର ମନୋବଳ ଦୃଢ଼ ରହିଛି। କ୍ବାର୍ଟରରେ ସ୍ଥାନ ସୁରକ୍ଷିତ ପାଇଁ ସମସ୍ତ ଚେଷ୍ଟା କରିବୁ ବୋଲି ଶୁଭ୍ରାଂଶୁ କହିଛନ୍ତି। ଝାଡ଼ଖଣ୍ଡ କୋଚ୍‌ ରାଜୀବ କୁମାର ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରିଛନ୍ତି। ଚଳିତ ସିଜନରେ ଦଳରେ ଅନେକ ନବାଗତ ଖେଳିବା ପାଇଁ ସୁଯୋଗ ପାଇଛନ୍ତି। ଫଳରେ ପ୍ରଦର୍ଶନ କିଛି ମାତ୍ରାରେ ଖରାପ ରହିଛି। ଓଡ଼ିଶାର ପ୍ରଦର୍ଶନକୁ ଲକ୍ଷ୍ୟ ରଖି ଆମେ ଗେମ୍‌ ପ୍ଲାନ ପ୍ରସ୍ତୁତ କରିଛୁ। ନିଶ୍ଚିତ ଭାବେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହେବ ବୋଲି କୋଚ୍‌ ରାଜୀବ ଅଭ୍ୟାସ ସେସନ ଅବସରରେ କହିଛନ୍ତି।
ଶେଷ ୫ ମୁକାବିଲା
ଝାଡ଼ଖଣ୍ଡ ବିପକ୍ଷ ଶେଷ ୫ଟି ମୁକାବିଲାରେ ଓଡ଼ିଶା ମାତ୍ର ଗୋଟିଏ ମ୍ୟାଚ ଜିତିଛି। ୨୦୧୩ ସଂସ୍କରଣରେ ଓଡ଼ିଶା ବିଜୟୀ ହୋଇଥିବା ବେଳେ ୨୦୧୬, ୨୦୧୮ ଓ ୨୦୦୪ରେ ଝାଡ଼ଖଣ୍ଡ ମ୍ୟାଚ୍‌ ଜିତିଥିଲା। ୨୦୦୬ରେ ଖେଳାଯାଇଥିବା ମ୍ୟାଚ୍‌ ଡ୍ର ରହିଥିଲା।
ଓଡ଼ିଶା ରଣ୍‌ଜୀ ଦଳ: ଶୁଭ୍ରାଂଶୁ ସେନାପତି(ଅଧିନାୟକ), ବିପ୍ଳବ ସାମନ୍ତରାୟ(ଉପଅଧିନାୟକ), ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ, ଦେବାଶିଷ ସାମନ୍ତରାୟ, ରଣଜିତ ସିଂ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା, ରାଜେଶ ଧୂପର(ଉଭୟ ଉଇକେଟ କିପର), ପପୁ ରାୟ। ରଶ୍ମି ରଞ୍ଜନ ପରିଡ଼ା-କୋଚ୍‌, ଶୁଭକାନ୍ତ ସାହୁ-ଫିଜିଓ, ମନୋଜ କୁମାର ବିଶ୍ୱାଳ-ଟ୍ରେନର ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri