Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶା-ତ୍ରିପୁରା ମ୍ୟାଚ୍‌, ସ୍ପିନରଙ୍କ ଉପରେ ଓଡ଼ିଶାର ଭରସା

କଟକ ଅଫିସ,୩ା୧-  ତ୍ରିପୁରାର ଅଗରତାଲାସ୍ଥିତ ମହାରାଜା ବୀରବିକ୍ରମ କଲେଜ ଷ୍ଟାଡିୟମରେ ଶୁକ୍ରବାରଠାରୁ ଚଳିତ ରଣଜୀ ସିଜନର ୪ର୍ଥ ମ୍ୟାଚ୍‌ ଖେଳିବ ଓଡ଼ିଶା। ଘରୋଇ ତ୍ରିପୁରା ବିପକ୍ଷରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ଜିତି ଓଡ଼ିଶା ଦଳ ସିଜନରେ ବିଜୟ ଅଭିଯାନ ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିଛି। ଏବେ ସୁଦ୍ଧା ୩ଟି ଯାକ ମ୍ୟାଚ ବିଜୟୀ ହୋଇ ଓଡ଼ିଶା ଏଲିଟ ଗ୍ରୁପ୍‌-ସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ବିପକ୍ଷ ତ୍ରିପୁରା ଚଳିତ ସିଜନରେ ଏବେ ସୁଦ୍ଧା ଗୋଟିଏ ବି ମ୍ୟାଚ୍‌ ଜିତି ନ ପାରି ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛ। ଅନ୍ୟପକ୍ଷରେ ଅଗରତାଲାର ଏହି ଗ୍ରାଉଣ୍ଡରେ ସ୍ପିନ୍‌ ବୋଲରଙ୍କୁ ସୁହାଇବ ବୋଲି ପୂର୍ବାନୁମାନ କରାଯାଉଛି। ଏଣୁ ଦଳ ସ୍ପିନରଙ୍କ ଉପରେ ଭରସା କରି ମ୍ୟାଚ୍‌କୁ ଓହ୍ଲାଇବ।
ଗତ ୩ଟି ଯାକ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିବା ବାମହାତୀ ସ୍ପିନର ପପୁ ରାୟ ଦଳରେ ସାମିଲହେବା ସମ୍ଭାବନା ଅଧିକ। ଏହାଛଡ଼ା ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତଙ୍କ ସମେତ ଶାନ୍ତନୁ ମିଶ୍ର ଓଡ଼ିଶାର ସ୍ପିନ୍‌ ଆକ୍ରମଣ ସମ୍ଭାଳିବେ ବୋଲି ଆଶା କରାଯାଉଛି। ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱାଧୀନ ଓଡ଼ିଶା ଗତ ୩ଟି ଯାକ ମ୍ୟାଚ୍‌ରେ ପେସ୍‌ ବୋଲରଙ୍କ ସଫଳତା ଯୋଗୁ ବିଜୟ ହାସଲ କରିବାରେ ସମର୍ଥ ହୋଇଛି। ୪ର୍ଥ ମୁକାବିଲାରେ ଦଳକୁ ସ୍ପିନରଙ୍କ ସହାୟତା ଆବଶ୍ୟକ ରହିଥିବା ଜଣାପଡ଼ିଛି। ଅନୁରାଗ ଷଡ଼ଙ୍ଗୀ ଆହତ ହୋଇ ଦଳରୁ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନରେ ଦଳକୁ ଫେରିଥିବା ରଣଜିତ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ସମ୍ଭାବନା ଅଛି। ଦୁଇ ଓପନର ସନ୍ଦୀପ ପଟ୍ଟନାୟକ ଓ ଅନୁରାଗ ଆହତଜନିତ ସମସ୍ୟା ଯୋଗୁ ଦଳଠାରୁ ଦୂରେଇ ରହିଛନ୍ତି। ପୂର୍ବତନ ଅଧିନାୟକ ଗୋବିନ୍ଦ ବାଧ୍ୟହୋଇ ଗତ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ଓପନିଂ ଦାୟିତ୍ୱ ସମ୍ଭାଳିଥିଲେ। ଅନ୍ୟତମ ଓପନର ଶାନ୍ତନୁ ମିଶ୍ର ଏହି ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳି ଦଳକୁ ଜିତାଇବା ସହ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ମଧ୍ୟ ହୋଇଥିଲେ । ଏଣୁ ତ୍ରିପୁରା ବିପକ୍ଷ ମ୍ୟାଚ୍‌ରେ ଓପନିଂ ଯୋଡ଼ି ଅପରିବର୍ତ୍ତିତ ରହିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।
ଓଡ଼ିଶା ପଲା ଭାରି
ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ଖେଳାଯାଇଥିବା ଗତ ୪ଟି ଯାକ ମ୍ୟାଚ୍‌ରେ ତ୍ରିପୁରାକୁ ବିଜୟ ମିଳିପାରିନାହିଁ । ୨ଟି ମ୍ୟାଚ୍‌ ଅମୀମାସିତ ଥିବା ବେଳେ ଓଡ଼ିଶା ୨ଟିରେ ବିଜୟୀ ହୋଇଛି। ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପାଣିପାଗ ଓ ପିଚ୍‌ ସ୍ପିନ୍‌ ବୋଲିଂକୁ ସୁହାଇବ। ଏହି ପିଚ୍‌ରେ ଅଧିକ ରନ୍‌ ସଂଗ୍ରହ କରିବାର ସୁଯୋଗ ମଧ୍ୟ ଅଛି। ଦଳ ଭଲ ପ୍ରଦର୍ଶନ ନିଶ୍ଚିତ ଭାବେ କରିବ ବୋଲି ଅଧିନାୟକ ସେନାପତି କହିଛନ୍ତି।

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି(ଅଧିନାୟକ), ବିପ୍ଳବ ସାମନ୍ତରାୟ(ଉପ ଅଧିନାୟକ), ଗୋବିନ୍ଦ ପୋଦ୍ଦାର, ଦେବାଶିଷ ସାମନ୍ତରାୟ, ରଣଜିତ ସିଂ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା(ଉଇକେଟ କିପର), ରାଜେଶ ଧୂପର(ଉଇକେଟ କିପର), ଅଙ୍କିତ ଯାଦବ, ପପୁ ରାୟ। ରଶ୍ମିରଞ୍ଜନ ପରିଡ଼ା କୋଚ୍‌, ଶୁଭକାନ୍ତ ସାହୁ ଫିଜିଓ, ମନୋଜ କୁମାର ବିଶ୍ୱାଳ ଟ୍ରେନର।

ବାରବାଟୀ ମ୍ୟାଚ୍‌ ଡ୍ରିମ୍‌ସକୁ ସ୍ଥାନାନ୍ତର
ଆସନ୍ତା ୨୭ ତାରିଖରେ ବାରବାଟୀରେ ଓଡ଼ିଶା-ଆସାମ ରଣଜୀ ଟ୍ରଫି ମ୍ୟାଚ ଖେଳାଯିବ ବୋଲି ନିର୍ଦ୍ଧାରଣ କରାଯାଇଥିଲା । ଏହି ମ୍ୟାଚ୍‌କୁ ଡ୍ରିମ୍‌ସ ଗ୍ରାଉଣ୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ଜାନୁୟାରୀ ୨୬ରେ ବାରବାଟୀରେ ଜିଲା ପ୍ରଶାସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମ ରହିଥିବାରୁ ଗ୍ରାଉଣ୍ଡ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ମ୍ୟାଚ୍‌ ସ୍ଥାନାନ୍ତର ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଚେଷ୍ଟା କରୁଛି। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସହ ଓସିଏ ପକ୍ଷରୁ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri