Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶାର ହ୍ୟାଟ୍ରିକ ବିଜୟ; ପଏଣ୍ଟ ଟେବୁଲ ଶୀର୍ଷରେ ଓଡ଼ିଶା

କଟକ ଅଫିସ,୨୯ା୧୨-ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ଦଳର ବିଜୟ ଧାରା ଅବ୍ୟାହତ ରହିଛି। ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌କୁ ଶନିବାର ୧୦ ଉଇକେଟରେ ଜିତିଛି ଓଡ଼ିଶା। ଏଥିସହିତ ଚଳିତ ଟୁର୍ନାମେଣ୍ଟରେ ଲଗାତର ୩ୟ ବିଜୟ ହାସଲ କରିଛି। ପେସ୍‌ ବୋଲିଂକୁ ସୁହାଉଥିବା ଡ୍ରିମ୍ସର ଏହି ପିଚ୍‌ରେ ଶତକୀୟ ଇନିଂସ ଖେଳିଥିବା ଓଡ଼ିଶା ଓପନର ଶାନ୍ତନୁ ମିଶ୍ର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି। ଅନ୍ୟପକ୍ଷରେ ୩ଟି ମ୍ୟାଚ୍‌ରୁ ୨୧ ପଏଣ୍ଟ ହାସଲ କରି ଓଡ଼ିଶା ଏଲିଟ୍‌ ଗ୍ରୁପ-ସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।
ଉତ୍ତରାଖଣ୍ଡର ପ୍ରଥମ ଇନିଂସ ୧୧୭ ରନ ଜବାବରେ ଓଡ଼ିଶା ସମସ୍ତ ଉଇକେଟ ହରାଇ ୨୫୩ରନ କରିଥିଲା। ପ୍ରଥମ ଇନିଂସରେ ୧୩୬ରନ ଅଗ୍ରଣୀ ନେଇଥିଲା ଓଡ଼ିଶା। ଶୁକ୍ରବାର ତଥା ମ୍ୟାଚ୍‌ର ୩ୟ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ୪ ଉଇକେଟ ବିନିମୟରେ ୫୪ରନ କରିଥିଲା। ଦୀକ୍ଷାଂଶୁ ନେଗି ୨୩ ରନରେ ଓ କର୍ନ କୌଶଲ ୦ରେ ଅପରାଜିତ ଥିଲେ। ଶନିବାର ଅନ୍ତିମ ଦିବସରେ କର୍ନ ୧୨ରନ କରି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ତାଙ୍କୁ ବସନ୍ତ ମହାନ୍ତି ବୋଲ୍ଡ କରି ଓଡ଼ିଶା ନିମନ୍ତେ ୫ମ ସଫଳତା ଦେବା ସହ ବିଜୟ ଆଶାକୁ ମଜଭୁତ କରିଥିଲେ। ପରେ ନେଗି ୪୦ରନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଥିଲେ। ୯୪ ରନରେ ଉତ୍ତରାଖଣ୍ଡ ୬ଟି ଉଇକେଟ ହରାଇଥିଲା। ବ୍ୟାଟିଂ କ୍ରମ ୮ନଂରେ କ୍ରିଜକୁ ଆସିଥିବା ଧନରାଜ ଶର୍ମା ଧୂଆଁଧାର ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ଧନରାଜ ୩୩ଟି ବଲରୁ ୪ଟି ଲେଖାଏ ଚୌକା ଓ ଛକା ବଳରେ ୫୦ରନ ପୂରଣ କରିଥିଲେ। ଅନ୍ୟପକ୍ଷରେ ଓଡ଼ିଶା ବୋଲରମାନେ ଅପର ପାର୍ଶ୍ୱରୁ ଉଇକେଟ ଦଖଲ ଜାରି ରଖିଥିଲେ। ରାହିଲ ଶାହା ୧୧ରନରେ ଓ ସନ୍ନି ରାଣା ଖାତା ଖୋଲିବା ପୂର୍ବରୁ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅର୍ଦ୍ଧଶତକ ହାସଲ କରିବାର ପରବର୍ତ୍ତୀ ବଲରେ ସୂର୍ଯ୍ୟକାନ୍ତଙ୍କ ୫ମ ଶିକାର ହୋଇଥିଲେ ଧନରାଜ। ଗୋଟିଏ ମ୍ୟାଚ୍‌ରେ ୫ଟି ଉଇକେଟ ଦଖଲ କରିବା କ୍ଷେତ୍ରରେ ସୂର୍ଯ୍ୟକାନ୍ତଙ୍କ ଏହା ୫ମ ସଫଳତା। ଅନ୍ତିମ ଉଇକେଟ ଭାଗୀଦାରିରେ ଉତ୍ତରାଖଣ୍ଡ ୩୯ରନ ସଂଗ୍ରହ କରିଥିଲା। ପ୍ରଦୀପ ଚାମୋଲି ଓ ଆକାଶ ମାଣ୍ଡୱାଲ ଏହି ଭାଗୀଦାରି ସୃଷ୍ଟି କରିଥିଲେ। ମାଣ୍ଡୱାଲଙ୍କୁ ୨୦ରନରେ ବୋଲ୍ଡ କରି ଦେବବ୍ରତ ଓଡ଼ିଶା ପାଇଁ ବିଜୟ ଆଶା ନିକଟତର କରିଦେଇଥିଲେ। ପ୍ରଦୀପ ୨୫ରନରେ ଅପରାଜିତ ଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ସର୍ବାଧିକ ୫ଟି, ବସନ୍ତ ମହାନ୍ତି ୩ଟି, ରାଜେଶ ମହାନ୍ତି ଓ ଦେବବ୍ରତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଦ୍ୱିତୀୟ ଇନିଂସରେ ଉତ୍ତରାଖଣ୍ଡ ୧୯୫ରନ ସଂଗ୍ରହ କରିବା ଯୋଗୁ ଓଡ଼ିଶା ସମ୍ମୁଖରେ ୬୦ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଦେବାଶିଷ ସାମନ୍ତରାୟ ଓ ଶାନ୍ତନୁ ଓପନିଂ କରିବାକୁ ଆସିଥିଲେ। ମୁଣ୍ଡରେ ବଲ ବାଜିବା ଯୋଗୁ ଦେବାଶିଷ ୭ରନରେ ରିଟାୟର୍ଡ ହଟ୍‌ ହୋଇଥିଲେ। ଦେବାଶିଷଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଫିଜିଓ ଶୁଭକାନ୍ତ ସାହୁ ସୂଚନା ଦେଇଛନ୍ତି। ଶାନ୍ତନୁ ଅପରାଜିତ ୨୯ରନ ଓ ଗୋବିନ୍ଦ ପୋଦ୍ଦାର ଅପରାଜିତ ୨୬ ରନ କରି ଓଡ଼ିଶାକୁ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri