Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶାର ଉତ୍କଣ୍ଠାପୂର୍ଣ୍ଣ ବିଜୟ

କଟକ ଅଫିସ,୩୧ା୧- ଟାଙ୍ଗୀ ସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଚମକପ୍ରଦ ବିଜୟ ହାସଲ କରିଛି। ପେସ୍‌ ବୋଲରଙ୍କ ପ୍ରଭାବଶାଳୀ ବୋଲିଂ ସହାୟତାରେ ଓଡ଼ିଶା ଏକ ଇନିଂସ ଓ ୩ରନରେ ଆସାମକୁ ପରାସ୍ତ କରିଛି। ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ଦେବବ୍ରତ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥି ସହିତ ଏଲିଟ୍‌ ଗ୍ରୁପ-ସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଫେରିଛି ଓଡ଼ିଶା। ୭ ମ୍ୟାଚ୍‌ରୁ ୫ ବିଜୟ ଓ ଗୋଟିଏ ଲେଖାଏ ପରାଜୟ, ଡ୍ର ସହିତ ଓଡ଼ିଶା ୩୫ ପଏଣ୍ଟ ହାସଲ କରିଛି। ଆସନ୍ତା ୪ ତାରିଖରେ ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ମହାରାଷ୍ଟ୍ର ବିପକ୍ଷରେ ଦଳ ପରବର୍ତ୍ତୀ ମ୍ୟାଚ୍‌ ଖେଳିବ।
ଆସାମ ୧୯୫ରେ ସୀମିତ
ଓଡ଼ିଶାର ପ୍ରଥମ ଇନିଂସ ୪୩୬ରନ ଜବାବରେ ଆସାମ ୨୩୮ରନରେ ଅଲଆଉଟ ହୋଇଥିଲା। ଫଲୋଅନ ପାଇ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଗୋକୁଳ ଶର୍ମାଙ୍କ ନେତୃତ୍ୱାଧୀନ ଆସାମ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବିନା ଉଇକେଟରେ ୧୦୨ରନ କରିଥିଲା। ଦୁଇ ଓପନର ଶୁଭମ ମଣ୍ଡଳ ୪୦ରନ ଓ କୁନାଲ ସାଇକିଆ ୬୨ରନରେ ଅପରାଜିତ ଥିଲେ। ମ୍ୟାଚ୍‌କୁ ବଞ୍ଚାଇବା ଲକ୍ଷ୍ୟରେ ଥିଲା ଭ୍ରମଣକାରୀ ଆସାମ। ଏପରିକି ୯୬ରନ ପଛରେ ଥିବାରୁ ଓଡ଼ିଶା ସମ୍ମୁଖରେ ଆସାମ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ଦୁଇ ଓପନରଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। କୁନାଲ ୭୨ରନ କରିଥିବା ବେଳେ ଦେବବ୍ରତ ପ୍ରଧାନଙ୍କ ବଲରେ ବଡ୍‌ ଶଟ୍‌ ଖେଳିବାକୁ ଯାଇ ତ୍ରୁଟି କରିଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିବା ସହ ଓଡ଼ିଶାକୁ ବହୁ ମୂଲ୍ୟବାନ ବ୍ରେକଥ୍ରୁ ମିଳିଥିଲା। ପରେ ରିଷଭ ଦାସ ୭ ଓ ଅଧିନାୟକ ଗୋକୁଳ ୯ରନ କରି ଦେବବ୍ରତଙ୍କ ପରବର୍ତ୍ତୀ ଶିକାର ହୋଇଥିଲେ। ଦଳ ୧୫୬ରନରେ ୩ଟି ଉଇକେଟ ହରାଇଥିବା ବେଳେ ଗୋଟିଏ ପାର୍ଶ୍ୱରେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ବାମହାତୀ ବ୍ୟାଟ୍ସମ୍ୟାନ ତଥା ଓପନର ଶୁଭମ ମଣ୍ଡଳ। ଶୁଭମ ୭୪ରନ କରିଥିବା ବେଳେ ରାଜେଶ ମହାନ୍ତିଙ୍କ ଦ୍ରୁତ ବଲରେ ଶାନ୍ତନୁ ମିଶ୍ରଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହୋଇଥିଲେ। ଏହି ଉଇକେଟ ପରେ ଆସାମର ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ ଭୁଶୁଡ଼ି ପଡ଼ିଥିଲା। ରିୟାନ ପରାଗ ୧, ସାହିଲ ଜୈନ ୫, ବିପ୍ଳବ ସାଇକିଆ ୧, ରଞ୍ଜିତ ମାଲି ୧, ପ୍ରୀତମ ଦାସ ୪, ଅରୁପ ଦାସ ୧୩ରନରେ ଆଉଟ ହୋଇଥିବା ବେଳେ କ୍ରୀଷ୍ଣା ଦାସ ୮ରନରେ ଅପରାଜିତ ଥିଲେ। ୧୯୫ରନରେ ଆସାମର ଦ୍ୱିତୀୟ ଇନିଂସ ସୀମିତ ରହିଯାଇଥିଲା। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନଙ୍କୁ ୩ଟି ଲେଖାଏ ଉଇକେଟ ମିଳିଥିଲା।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୪୩୬/ଅଲଆଉଟ।
ଆସାମ ପ୍ରଥମ ଇନିଂସ: ୨୩୮/ଅଲଆଉଟ।
ଆସାମ ଦ୍ୱିତୀୟ ଇନିଂସ: ୧୯୫/ଅଲଆଉଟ(ଶୁଭମ୍‌ ମଣ୍ଡଳ-୭୪, କୁନାଲ ସାଇକିଆ-୭୨, ରାଜେଶ ମହାନ୍ତି ୧୦.୪-୩-୩୦-୪, ଦେବବ୍ରତ ପ୍ରଧାନ ୧୮-୪-୫୩-୩, ସୂର୍ଯ୍ୟକାନ୍ତ ପ୍ରଧାନ ୧୮-୩-୫୩-୩।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri