Posted inଖେଳ

ରଣଜୀ ଟ୍ରଫିରେ ଓଡ଼ିଶା: ନିରାଶରେ ଶେଷ ହେଲା ସିଜନ

କଟକ ଅଫିସ,୨୪ା୨: ଚଳିତ ରଣଜୀ ଟ୍ରଫି ସିଜନରେ କ୍ୱାର୍ଟର ଫାଇନାଲରୁ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିଛି। ଘରୋଇ ପରିବେଶରେ ଓଡ଼ିଶା ସେମିରେ ପ୍ରବେଶ କରିବାର ଏକାଧିକ ସୁଯୋଗ ରହିଥିଲା। ହେଲେ ସୁଯୋଗ ହାତଛଡ଼ା କରି ରାଜ୍ୟ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି ଓଡ଼ିଶା ଦଳ।
ସୋମବାର ୫ମ ଦିନର ଖେଳ ଖରାପ ଆଲୋକ ଯୋଗୁଁ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା। ରବିବାର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୭ ଉଇକେଟ ହରାଇ ୩୬୧ରନ କରିଥିଲା। ସୋମବାର ଦଳୀୟ ସ୍କୋରରେ ୧୨ରନ ଯୋଡ଼ି ହେବା ସହ ବଳକା ୩ ଉଇକେଟର ପତନ ଘଟିଥିଲା। ମୁକେଶ କୁମାରଙ୍କୁ ୬ରନରେ ଦେବବ୍ରତ ଏଲବିଡବ୍ଲ୍ୟ କରିବା ପରେ ଶାହବାଜ ଅହମ୍ମଦ ୬୪ ଓ ନୀଳକଣ୍ଠ ଦାସ ଖାତା ଖୋଲିବା ପୂର୍ବରୁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଥିଲେ। ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ଥିଲା ୩୩୨। ଏଣୁ ୨୫୦ରନରେ ଅଲଆଉଟ ହୋଇଥିବା ଓଡ଼ିଶା ସମ୍ମୁଖରେ ୪୫୫ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୧୦ ଓଭରର ଖେଳରୁ ବିନା ଉଇକେଟରେ ଓଡ଼ିଶା ୩୯ରନ କରିଥିବା ବେଳେ କୋହଲା ପାଗ ଓ ଖରାପ ଆଲୋକ ସମସ୍ୟା ସୃଷ୍ଟି କରିଥିଲେ। ଫଳରେ ମ୍ୟାଚ୍‌କୁ ସାମୟିକ ମୂହୁର୍ତ୍ତ ପାଇଁ ବନ୍ଦ ରଖିଥିଲେ ଅମ୍ପାୟର। ଗୋଟିଏ ଦିବସରେ ୪୦୦ରୁ ଉର୍ଦ୍ଧ୍ୱ ସ୍କୋର ସଂଗ୍ରହ କରିବା କଷ୍ଟସାଧ୍ୟ ଥିଲେ ସୁଦ୍ଧା ମ୍ୟାଚ୍‌ ପୁର୍ନବାର ଆରମ୍ଭ ହେବାର କୌଣସି ସମ୍ଭାବନା ସୃଷ୍ଟି ନ ହେବାରୁ ଓଡ଼ିଶାର ସେମି ଫାଇନାଲ ଆଶା ମଉଳି ଯାଇଥିଲା।

ଶାନ୍ତନୁ, ଦେବାଶିଷ ସର୍ବାଧିକ ରନ୍‌
ଚଳିତ ରଣଜୀ ସିଜିନରେ ଓଡ଼ିଶା ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ଓପନିଂ ଦାୟିତ୍ୱ ସମ୍ଭାଳୁଥିବା ତଥା ଡାହାଣହାତୀ ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ର। ୯ଟି ମ୍ୟାଚ୍‌ର ୧୬ଟି ଇନିଂସରୁ ୩୮.୫୭ ଆଭରେଜରେ ସେ ୫୪୦ରନ କରିଛନ୍ତି। ଏଥି ମଧ୍ୟରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକୀୟ ଇନିଂସ ରହିଛି। କ୍ବାର୍ଟର ଫାଇନାଲରେ ଶାନ୍ତନୁ ୬୨ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ମହାରାଷ୍ଟ୍ର ଓ ଆସାମ ବିପକ୍ଷରେ ଅନ୍ୟ ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ଥିବା ବେଳେ ଉତ୍ତରାଖଣ୍ଡ ବିପକ୍ଷରେ ୧୧୦ରନର ଶତକୀୟ ଇନିଂସ ଖେଳିଥିଲେ ଭୁବନେଶ୍ୱରର ଏହି ୨୫ ବର୍ଷୀୟ ଖେଳାଳି। ସେହିପରି ୮ଟି ମ୍ୟାଚ୍‌ର ୧୨ଟି ଇନିଂସରୁ ୫୩.୫୦ ଆଭରେଜରେ ୫୩୫ରନ କରିଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ। ଦେବାଶିଷଙ୍କ କ୍ୟାରିୟର ପାଇଁ ଏହି ସିଜନ୍‌ ଶ୍ରେଷ୍ଠ ରହିଛି। ସର୍ଭିସେସ୍‌ ବିପକ୍ଷରେ ୧୯୫ରନ ଓ ଝାଡ଼ଖଣ୍ଡ ବିପକ୍ଷରେ ୧୫୬ରନର ଇନିଂସ ଦେବାଶିଷଙ୍କ ବ୍ୟାଟିଂ ପରାକାଷ୍ଠାର ପ୍ରମାଣ ଦେଇଛି। ଏହାଛଡ଼ା କ୍ବାର୍ଟର ଫାଇନାଲ ମୁକାବିଲାରେ ମଧ୍ୟ ଶାନ୍ତନୁଙ୍କ ବ୍ୟତୀତ ଦ୍ୱିତୀୟ ଖେଳାଳି ଭାବେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଚଳିତ ସିଜନରେ ଦେବାଶିଷ ୨ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।
ସୂର୍ଯ୍ୟକାନ୍ତ ନାମରେ ସର୍ବାଧିକ ଛକା, ଉଇକେଟ
ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟକାନ୍ତ ପ୍ରଧାନ। ୧୦ଟି ମ୍ୟାଚ୍‌ରୁ ୪୦ଟି ଉଇକେଟ ନେବା ସହ ସେ ସିଜନରେ ଓଡ଼ିଶାର ସର୍ବାଧିକ ଉଇକେଟହାସଲକାରୀ ହୋଇଛନ୍ତି। ତାଙ୍କ ପଛକୁ ଅଛନ୍ତି ବସନ୍ତ ମହାନ୍ତି(୩୪ ଉଇକେଟ) ଓ ରାଜେଶ ମହାନ୍ତି(୩୨ ଉଇକେଟ)। ହରିୟାଣା ବିପକ୍ଷ ମ୍ୟାଚ୍‌ରେ ଉଭୟ ଇନିଂସରେ ୧୨୨ରନ ବ୍ୟୟ କରି ସେ ୧୧ଟି ଉଇକେଟ ହାସଲ କରିଥିଲେ। ଓଡ଼ିଶା ବୋଲର ମାନଙ୍କ ସ୍କୋରକୁ ନଜର ପକାଇଲେ ଆଗରେ ରହିଛନ୍ତି ସୂର୍ଯ୍ୟକାନ୍ତ। ସେ ଗୋଟିଏ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ମୋଟ୍‌ ୨୫୭ରନ କରିଛନ୍ତି। ଏହି ସିଜିନରେ ସର୍ବାଧିକ ଛକା ମଧ୍ୟ ଏହି ବୋଲର ଅଲରାଉଣ୍ଡରଙ୍କ ନାମରେ ରହିଛି। ସେ ମୋଟ୍‌ ୧୫ଟି ଛକା ମାରିଛନ୍ତି। ୭ଟି ଛକା ସହ ପଛକୁ ଅଛନ୍ତି ରାଜେଶ ଧୂପର।
ଛାପ ଛାଡ଼ିଲେ ନବାଗତ ‘ଦେବବ୍ରତ’


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri