ରଞ୍ଜନଙ୍କ ୨୦୧୯-୨୦ ଯାତ୍ରା

୨୦୧୯-୨୦ ଯାତ୍ରା ସିଜନ୍‌ ପାଇଁ ଯାତ୍ରାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଆଉ ଯାହା ହେବ ଫିଲ୍‌ଡରେ (ଯାତ୍ରା ହେଉଥିବା ସ୍ଥାନରେ) ହେବ। ୨୦୧୯-୨୦ ଯାତ୍ରାବର୍ଷ ପାଇଁ ଯୁବ ନିର୍ଦ୍ଦେଶକ ରଞ୍ଜନ ବିଶ୍ୱାଳ ଦୁଇଗୋଟି ନାଟକ ପ୍ରସ୍ତୁତ କରିଛନ୍ତି। ଦୁଇଟି ଯାକ ନାଟକରେ ତାଙ୍କ ସହିତ ଅଛନ୍ତି ନାଟ୍ୟକାର ସୁକାନ୍ତ ମଲ୍ଲିକ। ଏହି ଦୁଇଗୋଟି ନାଟକ ହେଉଛି ‘ବାଘାଯତୀନ ଲୋକନାଟ୍ୟ’ର ‘ତମ ସିନ୍ଦୂର କୋଉ ସ୍ବାମୀର’ ଏବଂ ‘ସ୍ବର୍ଣ୍ଣମହଲ’ର ‘ସାବତ ସ୍ବାମୀ’। ଦୁଇଗୋଟି ନାଟକ ଭିନ୍ନ ସ୍ବାଦର ନାଟକ। ‘ତମ ସିନ୍ଦୂର କୋଉ ସ୍ବାମୀର’ ନାଟକଟି ଜଣେ ଉଚ୍ଚାଭିଳାଷୀ ଅଭିଆଡ଼ି ଝିଅର କାହାଣୀକୁ ନେଇ ଗତିଶୀଳ ହୋଇଥିବା ବେଳେ ‘ସାବତ ସ୍ବାମୀ’ ନାଟକରେ ସ୍ବାମୀସ୍ତ୍ରୀଙ୍କ ସମ୍ପର୍କର ପରିଭାଷାକୁ ସ୍ପଷ୍ଟ କରାଯାଇଛି। ଏତଦ୍‌ବ୍ୟତୀତ, ପାର୍ବତୀ ଗଣନାଟ୍ୟ ପାଇଁ ରଞ୍ଜନ ଏକ ନାଟକ ପ୍ରସ୍ତୁତ କରିବେ। ତାହାକୁ ସେ ଫିଲ୍‌ଡରେ ପ୍ରସ୍ତୁତ କରିବେ ବୋଲି ସୂଚନା ଦେଇଛନ୍ତି ରଞ୍ଜନ।

ସୂଚନାଯୋଗ୍ୟ ଯେ, ଗତ ଯାତ୍ରା ଋତୁରେ ନିର୍ଦ୍ଦେଶକ ରଞ୍ଜନ ‘ଧଉଳି ଗଣନାଟ୍ୟ’ ପାଇଁ ‘କଳାକାହ୍ନୁ ମୋର କାଳିଆ ସୁନା’, ‘ତ୍ରିନାଥ ଗଣନାଟ୍ୟ’ ପାଇଁ ‘ମୋ ସ୍ତ୍ରୀର ଗପ ନ କହିଲେ ପାପ’ ଏବଂ ‘ଯାତ୍ରା ମନ୍ଦିର’ ପାଇଁ ‘ଅଗ୍ନି ପରୀକ୍ଷା’ ଆଦି ନାଟକ ପ୍ରସ୍ତୁତ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ତାଙ୍କର ନାଟକଗୁଡ଼ିକ ଯାତ୍ରାପ୍ରେମୀଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ରଞ୍ଜନ ଆଶାବାଦୀ ।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଫ୍ୟାନ୍ସଙ୍କ ଭିଡ଼ ଯୋଗୁ ବିମାନବନ୍ଦରରେ ପଡ଼ିଗଲେ ସୁପରଷ୍ଟାର ବିଜୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧୨: ସୁପରଷ୍ଟାର ବିଜୟ ଯେଉଁଠାକୁ ଯାଆନ୍ତି, ପ୍ରଶଂସକମାନେ ତାଙ୍କୁ ଘେରି ଯାଆନ୍ତି । ଏହି ଅଭିନେତା ହଜାର ହଜାର ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri