ରଜ ସଂକ୍ରାନ୍ତିରେ ମାନିଲେନି ଲକଡାଉନ୍‌

ଭଞ୍ଜନଗର,୧୬ା୬ (ଡି.ଏନ୍‌.ଏ.) – ଭଞ୍ଜନଗର ଅଞ୍ଚଳରେ ସଙ୍ଗରୋଧ କେନ୍ଦ୍ର ବାହାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଏଭଳି ସ୍ଥିତିରେ ଲୋକେ କାମ ପାଇଁ ହେଉ କି ଅନ୍ୟ କାରଣରୁ ଲକଡାଉନ୍‌ ନିୟମ ନ ମାନିବା ଚିନ୍ତାର ବିଷୟ ହୋଇଛି। ଜିଲାରେ ୩୦ ଯାଏ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡ଼ାଉନ ରହିଥିଲା। ସୋମବାର ରଜ ସଂକ୍ରାନ୍ତି ଥିବାରୁ ଲୋକେ ଲକ୍‌ଡାଉନ୍‌ ନିୟମକୁ ଫୁ କରି ଦେଇଥିବା ଦେଖାଯାଇଥିଲା। ସକାଳ ୭ଟାରୁ ୫ ଘଣ୍ଟା ପାଇଁ କେବଳ ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଥିବାବେଳେ ଭଞ୍ଜନଗର ଅଞ୍ଚଳର ଅଧିକାଂଶ ମନ୍ଦିର ବେଆଇନ ଭାବେ ଖୋଲିଥିବା ଦେଖାଯାଇଥିଲା। ଢ଼ୁଢ଼ୁଆ ଶିବ ମନ୍ଦିରରେ ପୂଜା ଚାଲିଥିବା ବେଳେ ତହସିଲଦାର ଆଲୋକ ପ୍ରଧାନ ଅଚାନକ ସେଠାରେ ପହଞ୍ଚି ପୂଜା କରିବାକୁ ଯାଇଥିବା ଲୋକଙ୍କ ଉପରେ ଜରିମାନା ପକାଇଥିଲେ। ଏଥିସହ ପୂଜାରୀଙ୍କୁ ତାଗିଦ୍‌ କରିଥିଲେ। ସେହିଭଳି ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ପ୍ରଧାନ, ଥାନା ଅଧିକାରୀ ସୁଦିପ୍ତ ସାହୁ ଲଣ୍ଡେଇସାହିର ୨ କୋଚିଂ ସେଣ୍ଟର ଉପରେ ସକାଳେ ଚଢ଼ାଉ କରିଥିଲେ। କୋଚିଂ ସେଣ୍ଟର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ ଜିଲାପାଳ କହିଛନ୍ତି । ଏଥିସହ ସହରର ବିଭିନ୍ନ ଛକରେ ଉପଜିଲାପାଳଙ୍କ ନେତୃତ୍ୱରେ ବାଇକ୍‌ ଓ କାରରେ ଯାଉଥିବା ଲୋକଙ୍କୁ ଯାଞ୍ଚ କରାଯାଇଥିଲା । ଯେଉଁମାନେ କୋଭିଡ଼୍‌ ନିୟମ ଉଲ୍ଲଂଘନ କରିଥିଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ବ୍ଲକ ଓ ଏନଏସିରେ ସଙ୍ଗରୋଧ କେନ୍ଦ୍ର ବାହାରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ରାଶନ ଦୋକାନ ମାଲିକ ଓ ଅନ୍ୟ ଜଣେ ସରକାରୀ କର୍ମଚାରୀ ଥିବା ଜଣାପଡ଼ିଛି। ତେବେ ପ୍ରଶାସନ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ

ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ତାମିଲ ବାବୁଙ୍କୁ ଧର…ମୋହନ ସରକାରଙ୍କୁ କାହିଁକି ଏମିତି କହିଲେ ରଣେନ୍ଦ୍ର

ଭୁବନେଶ୍ୱର,୧୦।୧୨(ରବି ନାରାୟଣ ଜେନା):ନିର୍ବାଚନ ବେଳେ ତାମିଲ ବାବୁ ଚାବି ନେଇଗଲେ ବୋଲି କହୁଥିଲ। ଏବେ ତାମିଲ ବାବୁଙ୍କୁ ଧର ବୋଲି ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri