ବ୍ରହ୍ମପୁର ଅଫିସ, ୧୦ା୮-ଗଞ୍ଜାମ ଜିଲାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ବ୍ରହ୍ମପୁର ଆମ୍ବପୁଆଠାରେ ନିର୍ମାଣ ହେବାକୁ ଥିବା ରାଜ୍ୟର ପ୍ରଥମ ରକ୍ ଗାର୍ଡେନ (ଶିଳାକୃତି ପ୍ରଦର୍ଶନସ୍ଥଳ) ସ୍ବପ୍ନ ବାସ୍ତବ ରୂପ ନେବ। ଏଥିପାଇଁ ଚିହ୍ନଟ ୯ ଏକର ଜାଗା ଚାରିପଟେ ପ୍ରାୟ ଦେଢ଼ବର୍ଷ ତଳୁ ପାଚେରି ନିର୍ମାଣ ହୋଇଥିଲା। ରକ୍ ଗାର୍ଡେନ ପାଇଁ ପ୍ରାୟ ୮.୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଏହାର ଟେଣ୍ଡର ଆରମ୍ଭ କରିବାକୁ ଶୁକ୍ରବାର ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷ(ବିଡିଏ)ର ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ହୋଇଛି।
ସମ୍ମିଳନୀ କକ୍ଷରେ ଉପାଧ୍ୟକ୍ଷ ତଥା ବ୍ରହ୍ମପୁର ମହାନଗର ନିଗମ(ବିଏମସି) କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ବୈଠକରେ ବ୍ରହ୍ମପୁରରେ ନିର୍ମାଣ ହେବାକୁ ଥିବା ରାଜ୍ୟର ଏହି ପ୍ରଥମ ରକ୍ ଗାର୍ଡେନ ପ୍ରକଳ୍ପର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସହରରେ ବିଲ୍ଡିଂ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ଆପୁ୍ରୁଭାଲ ପ୍ରଦାନ ଦିଗରେ ରହିଥିବା ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସେପ୍ଟେମ୍ବର ୬ରେ ପେଣ୍ଡିଂ ରହିଥିବା ସମସ୍ତ ଆପ୍ରୁଭାଲ ସମସ୍ୟା ସମାଧାନ କରାଯିବ ବୋଲି କମିଶନର ସୂଚନା ଦେଇଥିଲେ। ଆଗକୁ ବିଲ୍ଡିଂ ଆପ୍ରୁଭାଲରେ ଯେଭଳି ବିଳମ୍ବ ନ ହେବ ସେଥିପାଇଁ ବିଡିଏ କାର୍ଯ୍ୟାଳୟରେ ଇ-ଅଫିସ ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ରେଲୱେ ଓଭରବ୍ରିଜ(ଆରଓବି) ତଳେ ବିଡିଏ ପକ୍ଷରୁ ବସିବା ନିମନ୍ତେ ବ୍ୟବସ୍ଥା, ପାର୍କିଂ, ଦେକାନ ଗୃହ ନିର୍ମାଣ କରାଯିବ। ବ୍ରହ୍ମପୁରରେ ୨୦୦୦, ଗୋପାଳପୁର ଓ ଛତ୍ରପୁରରେ ଆଗାମୀ ଦିନରେ ୧୦୦୦ ଚାରାରୋପଣ କରିବାକୁ ଯୋଜନା ରଖାଯାଇଛି।
ସୌନ୍ଦର୍ଯ୍ୟକରଣ ପାଇଁ ସହରର ସମସ୍ତ ଓପନ ସ୍ପେସରେ କନସେପ୍ଟ ପାର୍କ, ଚାରାରୋପଣ କରାଯିବାକୁ କୁହାଯାଇଥିଲା। ଗଞ୍ଜାମ ହାଟ ପ୍ରକଳ୍ପ ନେଇ ଆସନ୍ତା ୨୭ରେ ହେବାକୁ ଥିବା ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା। ବୈଠକରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଡିଏ ସଚିବ ସମ୍ବିତ୍ ରାଉତ ଏବଂ ବିଡିଏର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...
ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…
ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...
ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...
୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ
ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...
ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
Archives


