Posted inUncategorized

ରକ୍ଷକ ସାଜୁଛି ଭକ୍ଷକ

ହାତୀ ଏକ ଐତିହ୍ୟ ପ୍ରାଣୀ। ଏହାର ସୁରକ୍ଷା ଜରୁରୀ। ନଚେତ୍‌ ଯେଉଁଭଳି ଭାବେ ହାତୀ ଶିକାର ଏବଂ ମୃତ୍ୟୁ ବଢ଼ିଚାଲିଛି, ଆଗାମୀ ଦଶନ୍ଧିରେ ଏମାନଙ୍କୁ ଆଉ ଦେଖିବାକୁ ମିଳିବା କଷ୍ଟକର ହୋଇପଡ଼ିବ। ବିଶେଷକରି ରାଜ୍ୟରେ ବଢ଼ୁଥିବା ହାତୀ ଶିକାରକୁ ରୋକାଯିବା ସହ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ବିଭାଗୀୟ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବ୍ୟବସ୍ଥା କରିବାର ଆବଶ୍ୟକ ରହିଛି। ଅପରପକ୍ଷରେ ହାତୀ ସୁରକ୍ଷା ପାଇଁ ଆବଶ୍ୟକ ବାସସ୍ଥଳୀ, ଜଙ୍ଗଲ ଅଭାବ କାରଣରୁ ସେମାନେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହଁା ହେଉଛନ୍ତି। ଫଳରେ ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ସ୍ଥିତି ମଧ୍ୟ ଉପୁଜୁଛି । ଏଥିରେ କେତେବେଳେ ହାତୀର ଜୀବନ ଯାଉଛି ତ, କେତେବେଳେ ମଣିଷ ଜୀବନ ଯାଉଛି। ତେଣୁ ହାତୀ ବଂଶ ରକ୍ଷା ଏବଂ ଏହାର ସୁରକ୍ଷା ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ପାଲିଟିଛି। ଶୁକ୍ରବାର ବିଶ୍ୱ ହାତୀ ଦିବସ ଉପଲକ୍ଷେ ଓଡ଼ିଶାରେ ହାତୀ ସୁରକ୍ଷା ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା।

ହାଇକୋର୍ଟରେ ହାତୀ
ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ବନ ବିଭାଗ ଏକଥାକୁ ଅନେକ ଥର ସ୍ବୀକାର କରିଛି। ବିଧାନସଭାରେ ମଧ୍ୟ ହାତୀ ମୃତ୍ୟୁର ତଥ୍ୟ ଉପସ୍ଥାପନା କରାଯାଏ। ହେଲେ ହାତୀ-ମଣିଷ ଦ୍ୱନ୍ଦ୍ୱ କେବେ କମିବାର ନାଁ ନେଉନାହିଁ। ଖୋଦ୍‌ ବନ ବିଭାଗ କର୍ମଚାରୀମାନେ କେତେବେଳେ ହାତୀକୁ ମାରି ମାଟିତଳେ ପୋତି ଦେଉଛନ୍ତି ତ ଆଉ କେତେବେଳେ ପୋଡ଼ି ପ୍ରମାଣ ନଷ୍ଟ କରିଦେଉଛନ୍ତି। ଏଭଳିସ୍ଥିତିରେ ହାତୀଙ୍କ ସୁରକ୍ଷାର ଶେଷ ଆଶା ଓ ଭରସା ସାଜିଛନ୍ତି ଓଡ଼ିଶା ହାଇକୋର୍ଟ। ଓଡ଼ିଶା ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ହାତୀ ମୃତ୍ୟୁ ପାଇଁ ବନ ବିଭାଗ ଉପରେ କ୍ଷୋଭ ପ୍ରକାଶ କରିବା ପରେ ଏବେ ହାତୀ ସଂରକ୍ଷଣ ନେଇ ନୂତନ ଆଶା ସଞ୍ଚାର ହୋଇଛି। ରାଜ୍ୟରେ ହାତୀ ଶିକାର ଏବଂ ମୃତ୍ୟୁକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ବାଥଁ ମାମଲାରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ୫ବର୍ଷରେ ହାତୀ ଶିକାର ଓ ଆନୁଷଙ୍ଗିକ ତାଲିକା ପ୍ରଦାନ କରାଯାଇଥିଲା। ଏପରି କି ହାତୀ ମୃତ୍ୟୁକୁ ନେଇ ମୋଟ ୧୪ଟି ମାମଲା ରୁଜୁ ହୋଇଥିବାବେଳେ ୨୮ଜଣଙ୍କୁ ଗିରଫ କରାଯାଇଥିବା ଉଲ୍ଲେଖ କରାଯାଇଥିଲା। ତେବେ ଏଥିରେ ହାତୀ ଶିକାର ଘଟଣା ସମ୍ପର୍କିତ ବହୁ ତଥ୍ୟ ପ୍ରଦାନ କରାଯାଇ ନ ଥିଲା, ଯାହାକୁ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଥିଲେ। ଏପରିକି ହାତୀ ଶିକାର ଗୁଳିରେ ହୋଇଥିବା ଜାଣିବା ପରେ ମଧ୍ୟ କାହିଁକି ଆର୍ମସ ଆକ୍ଟ ଲଗାଯାଇ ନ ଥିଲା ବୋଲି ମୁଖ୍ୟ ବିଚାରପତି ପିସିସିଏପ୍‌ଙ୍କୁ ପ୍ରଶ୍ନ କରିଥିଲେ। ଏଥିସହ ହାତୀ ଶିକାର ଘଟଣାରେ କେତେ ଜଣ ସାଧାରଣ ଲୋକ ଏବଂ କେତେ ଜଣ ବନକର୍ମଚାରୀ ସାମିଲ ହୋଇଛନ୍ତି ଏବଂ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ମୁଖ୍ୟ ବିଚାରପତି ପିସିସିଏଫ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଠଗଡ଼ ପାଇଁ ଲଜ୍ଜିତ ଓଡ଼ିଶା
ହାତୀ ଶିକାର ଓଡ଼ିଶା ପାଇଁ କାଳ ସାଜିଲାଣି। ଚଳିତବର୍ଷ ଆଠଗଡ଼ ବନଖଣ୍ଡ ବଡ଼ମ୍ବା ବନାଞ୍ଚଳରେ ଘଟିଥିବା ଘଟଣା କେବଳ ଓଡ଼ିଶାବାସୀଙ୍କୁ ନୁହେଁ, ସାରା ଦେଶରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚକିତ କରିଦେଇଛି। ଆଠଗଡ଼ ପାଇଁ ଓଡ଼ିଶା ଲଜ୍ଜିତ ହୋଇଛି। ଏପରିକି ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ରରୁ ୱାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ୍‌ ଆଠଗଡ଼ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ। ଘଟଣାକ୍ରମରେ ଆଠଗଡ଼ ବନଖଣ୍ଡ ବଡ଼ମ୍ବା ବନାଞ୍ଚଳରେ ଚଳିତବର୍ଷ ଗତ ମେ’ ମାସରୁ ଜୁନ୍‌ ମାସ ମଧ୍ୟରେ ମାଟି ତଳୁ ହାତୀ କଙ୍କାଳ ଉଦ୍ଧାର ହୋଇଥିଲା। ଗୋଟିଏ କି ଦୁଇଟି ନୁହେଁ ୪ଟି ହାତୀ କଙ୍କାଳ ଉଦ୍ଧାର ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଥିରେ ବନ ବିଭାଗର କର୍ମଚାରୀ ମଧ୍ୟ ସାମିଲ ଥିବା ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି। ବଡ଼ମ୍ବା ବନାଞ୍ଚଳରୁ ଭିନ୍ନ ଭିନ୍ନ ସ୍ଥାନରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଦୁଇଟି ହାତୀ କଙ୍କାଳ ଉଦ୍ଧାର କରିଥିଲା। ଏହାର ତଦନ୍ତ ବେଳେ ବନ ବିଭାଗ ଆଉ ଦୁଇଟି କଙ୍କାଳ ମାଟିତଳୁ ଉଦ୍ଧାର କରିଥିଲା। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ ଆଠଗଡ଼ ବନଖଣ୍ଡର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ବିଭାଗ ଅଧିକାରୀଙ୍କ ଖାମଖିଆଲି ଯୋଗୁ ଏହି ଘଟଣା ଘଟୁଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରିଥିଲେ। ତେଣୁ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ପାଇଁ ସେମାନେ ଦାବି କରିଥିଲେ। ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ ଗତ ଜୁନ୍‌ ୧୬ରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କଲେ। ଯେଉଁଥିରେ ଦୁଇଜଣ ବନ କର୍ମଚାରୀ ଏବଂ ଜଣେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଅଧିକାରୀ ରହିଛନ୍ତି। ତଦନ୍ତ କରି ରିପୋର୍ଟ ପଠାଇବା ପାଇଁ ଟିମ୍‌କୁ ଗୋଟେ ମାସେ ସମୟ ଦିଆଯାଇଥିଲା। କିନ୍ତୁ ମାସକରେ ତଦନ୍ତ ନ ସରିବାରୁ ଏସ୍‌ଆଇଟି ଆଉ ଗୋଟେ ସମୟ ମାଗିଥିବା ପିସିସିଏଫ୍‌ ପଲ୍‌ କହିଛନ୍ତି। ତେବେ ଏହି ଘଟଣାର ତଦନ୍ତବେଳେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରୁ ଜଣେ ଫରେଷ୍ଟର ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ବନ ବିଭାଗକୁ ମାସେ ଲାଗିଗଲା। ଏବେ ସେହି ଫରେଷ୍ଟର ଗିରଫ ହୋଇଛନ୍ତି। ଆଠଗଡ଼ ବନଖଣ୍ଡ ଏହି ଘଟଣାକୁ ନେଇ ଦୋଷ ମୁଣ୍ଡାଇଥିବା ବେଳେ ଆଉ ଏକ ଘଟଣା ଆଠଗଡ଼ ବନଖଣ୍ଡକୁ ଲଜ୍ଜିତ କରିଦେଇଥିଲା। ତାହା ଥିଲା ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣା। ବଡ଼ମ୍ବା ବନାଞ୍ଚଳର ଏଜ ଜଙ୍ଗଲରେ ଗୁଳିବିଦ୍ଧ ହାତୀ ବୁଲୁଥିବା ଖିର ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ ସୁଦ୍ଧା ବିଭାଗ ଏହାକୁ ଭ୍ରୂକ୍ଷେପ କରି ନ ଥିଲା। ପରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ଘଟଣା ବିଷୟରେ ଜାଣିବା ପରେ ଗୁଳିବିଦ୍ଧ ହାତୀର ଫଟୋ ସହିତ ଘଟଣା ସମ୍ପର୍କରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହାପରେ ବନ ବିଭାଗ ତପତ୍ରତା ଦେଖାଇଥିଲା। ପିସିସିଏଫ୍‌ ନିଜେ ସେହି ସ୍ଥାନକୁ ଯିବା ସହିତ ଘଟଣାର ଅନୁଧ୍ୟାନ କରିଥିଲେ। ହାତୀକୁ ଟ୍ରାଙ୍କୁଲାଇଜ କରି ଧରାଯିବା ସହିତ ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା। କିନ୍ତୁ କିଛିଦିନ ପରେ ଦନ୍ତା ହାତୀଟିର ମୃତ୍ୟୁ ଘଟିଥିଲା। ସମାନ ଏକ ଘଟଣା ଜୁଲାଇ ମାସ ଶେଷ ବେଳକୁ ସେହି ଅଞ୍ଚଳରେ ପୁଣି ଦେଖାଯାଇଥିଲା। ଆଉ ଏକ ଗୁଳିବିଦ୍ଧ ଦନ୍ତା ଜଙ୍ଗଲରେ ବୁଲୁଥିବା ଖବର ମିଳିଥିଲା। ତାକୁ ମଧ୍ୟ ଟ୍ରାଙ୍କୁଲାଇଜ କରି ଚିକିତ୍ସା ଆରମ୍ଭ କରିବାର ଦିନକ ପରେ ହାତୀଟିର ମୃତ୍ୟୁ ଘଟିଥିଲା। ତେବେ ପୂର୍ବ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାକୁ ନେଇ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଥିଲେ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ଦିଗରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri