ରକ୍ତଭଣ୍ଡାର ରକ୍ତ ଶୂନ୍ୟ

ଚମ୍ପୁଆ, ୫ା୬(ଡି.ଏନ.ଏ.)-ଜରୁରିକାଳୀନ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ରେଡକ୍ରସ ରକ୍ତ ଭଣ୍ଡାରର ସମସ୍ୟା ବଢିବାରେ ଲାଗିଛି। ଅନେକ ସମୟରେ ଏହି ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି। ଚମ୍ପୁଆ ଉପଖଣ୍ଡରେ ରକ୍ତଜନିତ ସମସ୍ୟାର ଦୂରୀକରଣ ପାଇଁ ୨୦୦୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ରକ୍ତ ଭଣ୍ଡାର ଉଦ୍‌ଘାଟନ କରାଯାଇଥିଲା। ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଝାଡ଼ଖଣ୍ଡ, ମୟୂରଭଞ୍ଜ, ସୁନ୍ଦରଗଡ଼ ସହିତ ଚମ୍ପୁଆ, ଯୋଡ଼ା, ବଡ଼ବିଲ ଓ ଝୁମ୍ପୁରା ଅଞ୍ଚଳରୁ ରୋଗୀମାନଙ୍କୁ ଏହି ରକ୍ତ ଭଣ୍ଡାର ମାଧ୍ୟମରେ ରକ୍ତ ପ୍ରଦାନ କରାଯାଉଥିଲା। ମାତ୍ର ବର୍ତ୍ତମାନ ଏହି ରକ୍ତଭଣ୍ଡାରରେ ଅନେକ ସମୟରେ ବିଭିନ୍ନ ଗ୍ରୁପର ରକ୍ତର ଅଭାବ ରହୁଥିବା ଦାୟିତ୍ୱରେ ଥିବା ଡାକ୍ତର ଜ୍ୟୋତିରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ରକ୍ତ ଭଣ୍ଡାର ପାଇଁ ପ୍ରତ୍ୟେକ ମାସ ୧୦୦ରୁ ୧୫୦ ରକ୍ତର ଆବଶ୍ୟକ ରହୁଥିବା ବେଳେ ମାତ୍ର ୫୦ରୁ ୬୦ ରକ୍ତ ସଂଗ୍ରହ କରାଯାଇପାରୁଛି। ଏ,ବି, ଓ+ ଗ୍ରୁପର ରକ୍ତର ଆବଶ୍ୟକତା ଅଧିକ ରହୁଥିବା ବେଳେ ଅନେକ ସମୟରେ ଗୋଟିଏ ଦୁଇଟି ରକ୍ତ ରହୁଛି। ଫଳରେ ରୋଗୀଙ୍କ ଆବଶ୍ୟକତା ପୂରଣ କରାଯାଇ ପାରୁନାହିଁ। ବିଭିନ୍ନ ସଙ୍ଗଠନ ଯଥା, ଚନ୍ଦ୍ରଶେଖର କଲେଜ, କଳିଙ୍ଗ ରି କ୍ରିଏସନ କ୍ଲବ, ସୋସିଆକ୍କ୍‌ବ କରଞ୍ଜିଆ, ଆକ୍ସିସ ବ୍ୟାଙ୍କ ଯୋଡା, ସମ୍ବାଦ ଆମ ଓଡ଼ିଶା, ବଡବିଲ ଶିଶୁ ମନ୍ଦିର, ଏଚ.ଡି.ଏଫ. ସି. ବ୍ୟାଙ୍କ ଯୋଡା, ଏଲଆଣ୍ଡଟି କନଷ୍ଟ୍ରକସନ୍‌, ବିଜୁ ଯୁବ ବାହିନୀ ଆଦି ସଙ୍ଗଠନ ପକ୍ଷରୁ ଅନେକ ସମୟରେ କ୍ୟାମ୍ପ କରାଯାଇ ରକ୍ତ ଗ୍ରହଣ କରାଯାଉଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇପାରୁନାହଁ। ଥାଲାସେମିଆଁ, ଡେଲିଭରି ରୋଗୀ ଓ ଜରୁରିକାଳୀନ ପରିସ୍ଥିତିରେ ରୋଗୀମାନଙ୍କୁ ରକ୍ତ ଭଣ୍ଡାରରୁ ମାଗଣା ରକ୍ତ ପ୍ରଦାନ କରାଯାଉଛି। ମାତ୍ର ରୋଗୀଙ୍କୁ ନେଇ ଆସୁଥିବା ରୋଗୀଙ୍କ ସମ୍ପର୍କୀୟମାନେ ପ୍ରାୟତଃ ନିଶା ସେବନ କରୁଥିବାରୁ ତାଙ୍କ ଠାରୁ ରକ୍ତ ଗ୍ରହଣ କରାଯାଉ ନାହିଁ। ଅନ୍ୟପକ୍ଷରେ ମାସକୁ ଗୋଟିଏ କ୍ୟାମ୍ପ ଏବଂ ଏନଜିଓମାନଙ୍କ ଦ୍ୱାରା ସଚେତନତା କରାଯାଇ କ୍ୟାମ୍ପ କରାଗଲେ ଏହି ସମସ୍ୟା ଦୂର ହୋଇପାରିବ। ବର୍ଷକୁ ୭ରୁ ୮ ଗୋଟି କରାଯାଉଥିବା କ୍ୟାମ୍ପ ପରିବର୍ତ୍ତେ ୧୦ରୁ ୧୫ଟି କରାଗଲେ ରକ୍ତର ଅଭାବ ରହିବ ନାହଁି ବୋଲି ଜ୍ୟୋତିରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri