ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ

ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ
ପାଟଣା,୧୫ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ପାଇଁ ଏବେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ କେନ୍ଦୁଝର ଜିଲା ରକ୍ତଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହାକୁ ଭରଣା କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବୁଧବାର ପାଟଣା ବ୍ଲକ ବିଜେଡି ପକ୍ଷରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ପାଟଣା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଜଗନ୍ନାଥ ନାଏକ କହିଛନ୍ତି। ଏଥିରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ମୋଟ୍‌ ୨୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଏହି ରକ୍ତଦାନ ଶିବିରରେ ଜିଲା ବିଜେଡି ସଭାପତି ତଥା ପୂର୍ବତନ ଏମ୍‌ପି.ମାଧବ ସର୍ଦ୍ଦାର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲା ବ୍ଲଡ୍‌ ବ୍ୟାଙ୍କର ଡ. ଅନୁଜା ତ୍ରିପାଠୀ, ଟେକ୍‌ନିସିଆନ ସ୍ନିଗ୍ଧା ରାୟ, ଜଗନ୍ନାଥ ମହାନ୍ତ ଓ ହେମରଞ୍ଜନ ମହାନ୍ତ ପ୍ରମୁଖ ରକ୍ତ ସଂଗହ କରିଥିଲେ।