ରକ୍ତଦାନ କଲେ ଶରୀରରୁ ରକ୍ତ କମେ ନାହିଁ : ମନରୁ ଦୂର କରନ୍ତୁ ଏହି ଭ୍ରମ

କୁହାଯାଏ ରକ୍ତଦାନ ମହାପୁଣ୍ୟ। ତଥାପି ଏହାକୁ ନେଇ ଲୋକଙ୍କ ମନରେ ଭ୍ରମଧାରଣା ରହିଛି। ରକ୍ତଦାନ କଲେ ଶରୀରରୁ ରକ୍ତ କମିଯାଏ ବୋଲି ଅନେକଙ୍କ ଧାରଣା। କିଛି ଲୋକ ଭାବନ୍ତି ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ। ଆଜି ଅର୍ଥାତ ଜୁନ୍‌ ୧୪ ବିଶ୍ୱ ରକ୍ତଦାନ ଦିବସ। ଏହି ପୁଣ୍ୟ ଦିନରେ ରକ୍ତଦାନ ସମ୍ପର୍କରେ ମନରେ ଥିବା କିଛି ଭ୍ରମଧାରଣା ଦୂର କରନ୍ତୁ।
ଦୁର୍ବଳ ଲୋକ ରକ୍ତଦାନ କରିବେ ନାହିଁ: ଲୋକଙ୍କ ମନରେ ଧାରଣା ଥାଏ ଦୁର୍ବଳ ଲୋକ ରକ୍ତଦାନ କଲେ ଆହୁରି ଦୁର୍ବଳ ହୋଇଯିବେ। ଏହା ଶରୀର ପ୍ରତି କୁପ୍ରଭାବ ପକାଇବ। କିନ୍ତୁ ନା ଏମିତି କିଛି ହୋଇ ନ ଥାଏ। ଆପଣଙ୍କ ଓଜନ ୫୦ କିଲୋଗ୍ରାମ ଥିଲେ ରକ୍ତଦାନ କରିପାରିବେ।
ମହିଳାମାନେ କରିବେ ନାହିଁ ରକ୍ତଦାନ : ଅଧିକାଂଶ ଲୋକ ଭାବନ୍ତି ମହିଳାମାନେ ରକ୍ତଦାନ କରିବା ଉଚିତ ନୁହଁ। କିନ୍ତୁ ଶରୀରରେ ହିମୋଗ୍ଲୋବିନ୍‌ର ମାତ୍ରା କେତେ ଅଛି ତାହା ଦେଖି ମହିଳାମାନେ ରକ୍ତଦାନ କରିପାରିବେ। ହିମୋଗ୍ଲୋବିନ୍‌ ଏକ ପ୍ରୋଟିନ୍‌, ଯାହା ରକ୍ତର ରଙ୍ଗକୁ ଲାଲ୍‌ କରିଥାଏ।
ଶାକାହାରୀଙ୍କୁ ରକ୍ତଦାନ ମନା : ଲୋକଙ୍କ ମନରେ ଭ୍ରମଧାରଣା ଥାଏ ମାଂସାହାରୀଙ୍କଠାରେ ଅଧିକ ଆଇରନ୍‌ ଥିବାରୁ ସେମାନେ ରକ୍ତଦାନ କରିପାରିବେ। କିନ୍ତୁ ଶାକାହାରୀ ମଧ୍ୟ ରକ୍ତଦାନ କରିବାରେ କୌଣସି ଅସୁବିଧା ନ ଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। କାରଣ ପାଳଙ୍ଗ, ରାଜ୍‌ମା ଏବଂ କିସ୍‌ମିସ୍‌ରେ ଅଧିକ ହିମୋଗ୍ଲୋବିନ୍‌ ଥାଏ। ତେଣୁ ଶାକାହାରୀ ରକ୍ତଦାନ କରିପାରିବେ।
ଶରୀରରେ ରକ୍ତ ସୀମିତ : ଅଧିକାଂଶ ଲୋକ ଭାବିଥାନ୍ତି ଶରୀରରେ ରକ୍ତ ସୀମିତ। ତେଣୁ କାହାକୁ ରକ୍ତଦାନ କଲେ ଏହା ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ। ଯେତେବେଳେ ରକ୍ତଦାନ କରିବେ ସେତେବେଳେ ରେଡ୍‌ ବ୍ଲଡ୍‌ ସେଲ୍‌ସର କମ୍‌ ସିଗ୍‌୍‌ନାଲ ମିଳିଥାଏ। ଏଥିରେ ଅଧିକ ଆର୍‌ବିଏସ୍‌ ସୃଷ୍ଟି ହୋଇଥାଏ। ତେଣୁ ରକ୍ତଦାନ କଲେ ଆପଣ କେବେ ବି ରୋଗରେ ପଡ଼ିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri