ରକ୍ତଅଭାବ ଦୂର ଲାଗି ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର

ଜୁନାଗଡ,୧୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଆହ୍ବାନକ୍ରମେ ରବିବାର ଜୁନାଗଡ ବ୍ଲକ ଚିଲଗୁଡା ନୀଲମାଧବ ଉଚ୍ଚ ବିଦ୍ୟାଳୟରେ ଜିଲା ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଚିଲଗୁଡା ଫାଣ୍ଡି ଅଞ୍ଚଳର ନଅ ପଞ୍ଚାୟତର ୪୬ଜଣ ରକ୍ତଦାନ କରିଥିଲେ। ଜୁନାଗଡ ଥାନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହାନ୍ତ, ଜୁନାଗଡ ଭାରପ୍ରାପ୍ତ ଥାନାଧିକାରୀ ଉତ୍ତମ କୁମାର ସାହୁ, ଚିଲଗୁଡା ଫାଣ୍ଡି ଅଧିକାରୀ ବୀରବନ୍ଧୁ ସେଠୀ, ମୁଣ୍ଡରାଗୁଡା ସରପଞ୍ଚ ଅମୃତାଞ୍ଜଳି ଭାଟି, ବାଙ୍କପଲାସ ସରପଞ୍ଚ ଲକ୍ଷ୍ମୀ ଛତ୍ରିଆ, ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ସଭାପତି ସୁଜିତ ପାଢୀ, ବିଜୁ ଯୁବ ବାହିନୀ ସଦସ୍ୟ, ସାମାଜିକ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।