ଯୋଡ଼ାମୁଣ୍ଡ ଶିଶୁ ଅଲଗା ହେଲେ

ଢାକା: ହଙ୍ଗେରୀର ଏକ ଚିକିତ୍ସକ ଦଳ ସଫଳତାର ସହିତ ବାଂଲାଦେଶର ମୁଣ୍ଡଯୋଡା ଯମଜ ଶିଶୁଙ୍କୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଉକ୍ତ ଡାକ୍ତରୀ ଟିମ୍‌କୁ ୩୩ଘଣ୍ଟାର ପରିଶ୍ରମ କରିବାକୁ ପଡିଥିଲା। ଉଭୟ ଶିଶୁଙ୍କ ଖପୁରି ଯୋଡି ହୋଇ ରହିଥିଲା। ସ୍ଥାନୀୟ ମିଲିଟାରି ହସ୍ପିଟାଲ୍‌ରେ ଏପରି ଏକ ବିରଳ ଅସ୍ତ୍ରୋପଚାର ସଫଳ ହେବା ପରେ ଶିଶୁଦ୍ୱୟଙ୍କ ମାତାପିତା ଆନନ୍ଦ ପ୍ରକାଶ କରିଛନ୍ତି।
ବାଂଲାଦେଶ ସାମରିକ ବିଭାଗ ଇଣ୍ଟର-ସର୍ଭିସ ପବ୍ଲିକ୍‌ ରିଲେଶନ୍ସର ସହକାରୀ ନିର୍ଦ୍ଦେଶକ ମହମ୍ମଦ ନୁର ଇସଲାମ୍‌ ଖବରଦାତାଙ୍କୁ କହିଛନ୍ତି, ଗୁରୁବାର ଅସ୍ତ୍ରୋପଚାର କରାଯିବା ପରେ ବର୍ତ୍ତମାନ ଶିଶୁଦୁହିଁଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।
ବୁଦାପେଷ୍ଟ ଭିତ୍ତିକ ମେଡିକାଲ ଏଡ୍‌ ଚାରିଟି ଆକ୍ସନ ଫର ଡିଫେନ୍ସଲେସ୍‌ ପିପୁଲ ଫାଉଣ୍ଡେଶନ୍‌(ଏଡିପିଏଫ୍‌)ର ଚିକିତ୍ସକ ଏବଂ ସ୍ଥାନୀୟ ଡାକ୍ତରମାନେ ଦୀର୍ଘ ୩୩ଘଣ୍ଟା ପରିଶ୍ରମ କରି ଯୋଡାଶିଶୁଙ୍କୁ ପୃଥକ୍‌ କରିବାରେ ସଫଳ ହୋଇଛନ୍ତି। ରବେୟା ଏବଂ ରୁକିୟା ନାମକ ଏହି ଦୁଇ ଶିଶୁଙ୍କ ବୟସ ଜୁଲାଇରେ ୩ବର୍ଷ ପୂରଣ ହୋଇଛି। ସେମାନଙ୍କ ପିତା ରଫିକୁଲ ଇସଲାମ୍‌ କହିଛନ୍ତି, ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ରହିଥିବା ଡାକ୍ତରଙ୍କଠାରୁ ସୂଚନା ମିଳିଛି।
ଜନ୍ମର ୫ଦିନ ପରେ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଢାକାର ବଙ୍ଗବନ୍ଧୁ ଶେଖ୍‌ ମୁଜିବ ମେଡିକାଲ ୟୁନିଭର୍ସିଟିକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଜଟିଳତା ଦୃଷ୍ଟିରୁ ଡାକ୍ତରମାନେ ସେତେବେଳେ ଅସ୍ତ୍ରୋପଚାର କରି ନ ଥିଲେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଶିଶୁଙ୍କର ଏହି ଅବସ୍ଥା ଜାଣିବା ପରେ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜାନୁୟାରୀ ୪ରେ ବାଂଲାଦେଶ ସ୍ବାସ୍ଥ୍ୟମନ୍ତ୍ରୀ ମହମ୍ମଦ ନସିମ ଯୋଡାମୁଣ୍ଡ ଶିଶୁଙ୍କ ମାତାପିତାଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥତ୍କ ସହାୟତା ପ୍ରଦାନ କରିବା ପରେ ସେମାନେ ଶିଶୁଙ୍କୁ ନେଇ ହଙ୍ଗେରି ଯାତ୍ରା କରିଥିଲେ। ଯୋଡା ଶିଶୁଙ୍କୁ ଚଳିତବର୍ଷ ଜାନୁୟାରୀଠାରୁ ୭ମାସ ପର୍ଯ୍ୟନ୍ତ ହଙ୍ଗେରୀ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ଜୁଲାଇ ୨୨ରେ ଦୁହିଁଙ୍କୁ ଢାକା ଅଣାଯାଇଥିଲା। ସାଙ୍ଗରେ ଥିଲେ ପାଖାପାଖି ୩୦ଜଣିଆ ଡାକ୍ତର ଟିମ୍‌। ସେମାନେ ଅପରେଶନ୍‌ କାର୍ଯ୍ୟ ସଫଳତାର ସହିତ ସମ୍ପାଦନ କରିଥିବାରୁ ରଫିକୁଲ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଆମେ ଡାକ୍ତର ଟିମ୍‌ ଏବଂ ସାହାଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ବାସ୍ତବରେ କୃତଜ୍ଞ। ଆମେ ଆଜି ପୁନର୍ଜୀବନ ଲାଭକରିବା ଭଳି ଅନୁଭବ କରୁଛୁ।’
୨୦୧୬ ଜୁଲାଇ ୧୬ରେ ପାବ୍‌ନା ଜିଲାର ଏକ ଚିକିତ୍ସାଳୟରେ ସିଜରିଆନ୍‌ ଅପରେଶନ୍‌ ଦ୍ୱାରା ଯୋଡା ଶିଶୁଙ୍କୁ ପ୍ରସବ କରାଯାଇଥିଲା। ଶିକ୍ଷକ ଦମ୍ପତି ରଫିକୁଲ ଏବଂ ତସ୍‌ଲିମା ଖାତୁନ ଯୋଡାଶିଶୁଙ୍କୁ ଅଲଗା କରାଯାଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri