Categories: ଜାତୀୟ

ଯୋଗୀଙ୍କ ରାସ୍ତାରେ କମଳନାଥ: ୫ ବର୍ଷରେ ନିର୍ମାଣ ହେବ ୩ ଶହ ସ୍ମାର୍ଟ ଗୋଶାଳା

ଭୋପାଳ,୧୬।୬: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଦ ଚିହ୍ନ ଅନୁସରଣ କରିବା ଆରମ୍ଭ କରିଛନ୍ତି। ଏହି ମର୍ମରେ ରାଜ୍ୟରେ ଗୋବଂଶର ସୁରକ୍ଷା ପାଇଁ ୫ ବର୍ଷରେ ୩ ଶହ ସ୍ମାର୍ଟ ଗୋଶାଳା ନିର୍ମାଣ ଲାଗି ଯୋଜନା ଆରମ୍ଭ ହୋଇଛି। ଏହାର ନିର୍ମାଣ କାର୍ଯ୍ୟ ବିଦେଶୀ କମ୍ପାନୀକୁ ଦିଆଯିବ ବୋଲି ରାଜ୍ୟ ପଶୁପାଳନ ମନ୍ତ୍ରୀ ଲାଖନ ସିଂ ଯାଦବ ସୂଚନା ଦେଇଛନ୍ତି। ଏଠାରେ ଏସିର ଉପଯୋଗ କରାଯିବ। ପ୍ରତିବର୍ଷ ସମ୍ପୃକ୍ତ କମ୍ପାନୀ ୬୦ଟି ସ୍ମାର୍ଟ ଗୋଶାଳା ନିର୍ମାଣ କରି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବ ବୋଲି ପଶୁପାଳନ ମନ୍ତ୍ରୀ କହିଛନ୍ତି।

Share