Categories: ଜାତୀୟ

ଯୋଗୀଙ୍କୁ ଭେଟିଲେ ଅଦିତି ସିଂ, ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶର କଂଗ୍ରେସ ବିଧାୟିକା ଅଦିତି ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଫଳରେ ସେ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ କହିଛନ୍ତି, ଯେଉଁ ଲୋକ ନିଜ ସ୍ବାର୍ଥ କଥା ଚିନ୍ତା କରନ୍ତି ସେମାନଙ୍କ କୌଣସି ବିଚାରଧାରା ନ ଥାଏ। ସୂଚନାଯୋଗ୍ୟ, ଗାନ୍ଧୀଜିଙ୍କ ୧୫୦ତମ ଜନ୍ମ ଦିବସ ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ପଦଯାତ୍ରା ଆୟୋଜନ କରିଥିଲେ। ଏହାପରେ ସେ ଭାଜପାରେ ଯୋଗ ଦେବାର ଚର୍ଚ୍ଚା ଉଠିଛି। ନିକଟରେ ତାଙ୍କୁ ଉତ୍ତର ପ୍ରଦେଶ ସରକାର ଓ୍ବାଇ ପ୍ଲସ୍‌ ସୁରକ୍ଷା ଯୋଗାଇଦେବାକୁ ଘୋଷଣା କରିଥିଲେ।

Share