ଯେଉଁ ଖଣିର ହୀରା ନେଇ ପାରିବେ ସାଧାରଣ ଜନତା

ହୀର ଖଣି ସାଧାରଣତଃ କମ୍ପାନୀମାନଙ୍କ ଅଧିନରେ ଥାଏ। ଯେଉଁମାନେ ଏହାକୁ କ୍ରୟ କରିଥାଆନ୍ତି। ହେଲେ ଏମିତି ଏକ ଖଣି ଅଛି ଯେଉଁଠୁ ସାଧାରଣ ଜନତା ମଧ୍ୟ ହୀରା ଆଣିପାରିବେ। ଆମେରିକାର ଆରକାନସସ ରାଜ୍ୟର ପାଇକ କାଉଣ୍ଟିରେ ମରଫ୍ରେସବୋରୋରେ ରହିଛି ଏମିତି ଏକ ହୀରା ଖଣି। ଆରକାନସସ ନ୍ୟାଶନାଲ ପାର୍କରେ ଥିବା ୩୭.୫ ଏକର ସ୍ଥାନରେ ହୀରା ମିଳେ ବୋଲି କୁହାଯାଏ। ପ୍ରଥମେ ୧୯୦୬ରେ ଏଠାରେ ହୀରା ମିଳିଥିବା ଜଣାଯାଏ। ସେଥିପାଇଁ ଏହାକୁ ‘ଦ କ୍ରେଟର ଅଫ୍‌ ଡାଇମଣ୍ଡ’ ବୋଲି ମଧ୍ୟ କୁହାଯାଏ। ୧୯୦୬ରେ ଜନ ହଡଲେଷ୍ଟେନ ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଫାର୍ମରେ ୨ ଖଣ୍ଡ ଚମକୁଥିବା କ୍ରିଷ୍ଟଲ ମିଳିଥିଲା। ସେ ଏହାକୁ ପରୀକ୍ଷା କରିବାରୁ ଜଣାପଡିଲା କି ଏହା ହୀରା। ଏହାପରେ ନିଜର ୨୪୩ ଏକର ଜମିକୁ ସେ ଗୋଟିଏ ହୀରା କମ୍ପାନୀକୁ ଉଚ୍ଚ ଦାମରେ ବିକ୍ରି କରି ଦେଇଥିଲେ। ୧୯୭୨ରେ କମ୍ପାନୀ କିଣିଥିବା ସ୍ଥାନଟି ନ୍ୟାଶନାଲ ପାର୍କ ଅଧିନରେ ଚାଲି ଆସିଥିଲା। ଏହାପରେ ଆରକାନସସ ଡିପାର୍ଟମେଣ୍ଟ ଅଫ୍‌ ପାର୍କ ଆଣ୍ଡ ଟୁରିଜିମ ଏହାକୁ କ୍ରୟ କରି ସାଧାରଣ ଜନତାଙ୍କ ପାଇଁ ଖୋଲି ଦେଇଥିଲେ। ହେଲେ ଏହି ହୀରା ଖଣିରୁ ହୀରା ଖୋଜିବା ପାଇଁ ଲୋକଙ୍କୁ ଅଳ୍ପକିଛି ଅର୍ଥ ଦେବାକୁ ପଡିଥାଏ। କୁହାଯାଏ ଏପର୍ଯ୍ୟନ୍ତ ଲୋକଙ୍କୁ ହଜାର ହଜାର ହୀରା ମିଳିସାରିଲାଣି। ନ୍ୟାଶନାଲ ପାର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୧୯୭୨ରୁ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ହୀରା ମିଳି ସାରିଲାଣି। ‘ଅଙ୍କଲ ସୋମ’ ନାମକ ହୀରା ଏହିଠାରୁ ମିଳିଥିବା କୁହାଯାଏ। ଯାହା ୪୦ କ୍ୟାରେଟ ଥିଲା। ଆମେରିକାରେ ଏପର୍ଯ୍ୟନ୍ତ ମିଳିଥିବା ହୀରା ମଧ୍ୟରେ ଏହା ସବୁଠାରୁ ବଡ ବୋଲି କୁହାଯାଏ। ହେଲେ ଏଠାରେ ପ୍ରାୟ ୪-୫ କ୍ୟାରେଟର ହୀରା ମିଳିଥାଏ। ଲୋକେ ବହୁ ସଂଖ୍ୟାରେ ଏଠାକୁ ହୀରା ଖୋଜିବାକୁ ଆସିଥାଆନ୍ତି। ହେଲେ ଯାହାର ଭାଗ୍ୟରେ ଏହାଥାଏ ତାହା ମିଳିଥାଏ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri