ଯେଉଁଠି ୨ଶହ ଟଙ୍କାରେ ନିଜ ସନ୍ତାନଙ୍କୁ ବିକ୍ରି କରି ଦିଅନ୍ତି ଅଭିଭାବକ

ବନଜୁଲ,୧୯।୧: ଆଫ୍ରିକାର ଗାମ୍ବିଆରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଏଠାରେ ଅଭିଭାବକମାନେ ନିଜ ସନ୍ତାନଙ୍କୁ ମାତ୍ର ୨ଶହ ଟଙ୍କାରେ ବିକ୍ରି କରୁଥିବା କୁହାଯାଏ। ବ୍ରିଟିଶ ମିଡିଆ ଦ ସନରେ ଏହି ଖବର ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ଏଠାରେ ବିକ୍ରି କରାଯାଉଥିବା ପିଲାମାନଙ୍କୁ କ୍ରୟ କରି କ୍ରେତାମାନେ ତାଙ୍କ ସହ ବଳାତ୍କାର କରନ୍ତି ବୋଲି କୁହାଯାଉଛି। ଗରିବ ଦେଶ ଆଫ୍ରିକା ଅର୍ଥପାଇଁ ଏଭଳି କରୁଥିବା ଓ ଏହାର ଖରାପ ଆଇନ ବ୍ୟବସ୍ଥାର ଅନେକ ଲୋକ ଫାଇଦା ଉଠାଉଛନ୍ତି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। କୁହାଯାଏ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଖୋଲାଖୋଲି ପିଲାଙ୍କୁ କିଣାବିକା କରିଥାଆନ୍ତି ଓ ଏହାପରେ ସେମାନଙ୍କୁ ବଳାତ୍କାର କରିଥାଆନ୍ତି। ଆଫ୍ରିକାରେ ଥିବା ରେସ୍ତୋରାଁରେ ବିଦେଶୀ ପର୍ଯ୍ୟଟକଙ୍କ ସହ ନାବାଳିକାମାନଙ୍କୁ ଅନେକ ସମୟରେ ଦେଖିବାକୁ ମିଳିଥାଏ। ବିଶେଷଜ୍ଞ ଓ ଚାଇଲ୍ଡ ପ୍ରୋଟେକସନ୍‌ ଆଲାଏନ୍ସ ଇନ୍‌ ଦ ଗାମ୍ବିଆ(Child Protection Alliance in The Gambia)ର ମତ ଅନୁଯାୟୀ ବିଦେଶୀ ପର୍ଯ୍ୟଟକମାନେ ନାବାଳିକାଙ୍କୁ ଟାର୍ଗେଟ କରିଥାଆନ୍ତି। ଅନେକ ଅଭିଭାବକ ଏହା ଜାଣିଥିଲେ ମଧ୍ୟ ଅର୍ଥପାଇଁ ଚୁପ୍‌ ରୁହନ୍ତି। ଆଉ କେତେଜଣ ଏବିଷୟରେ ଅଜ୍ଞ ଥାଆନ୍ତି।

Share