Categories: ଫୁରସତ

ଯେଉଁଠି ହୁଏ ମାଛ ବର୍ଷା

ଆମେରିକାର ଉଟାହରେ ଦେଖିବାକୁ ମିଳେ ଏକ ଅଦ୍ଭୁତ ଦୃଶ୍ୟ। ଏଠାରେ ଆକାଶରୁ ମାଛ ବର୍ଷା ହୋଇଥାଏ। ଏହି ଦୃଶ୍ୟ ଦେଖିବାକୁ ବେଶ୍‌ ମନଲୋଭା। ମାଉଣ୍ଟେନ୍‌ ଲେକ୍‌ ଉପରେ ହୋଇଥାଏ ଏହି ମାଛ ବର୍ଷା। ହେଲେ ଏହା ପ୍ରାକୃତିକ ଭାବେ ନୁହେଁ ଏହା ମନୁଷ୍ୟକୃତ। ସୂଚନା ଅନୁଯାୟୀ, ହେଲିକପ୍ଟର ଯୋଗେ ପାହାଡ ଉପରେ ତିଆରି କରାଯାଇଥିବା ମାଉଣ୍ଟେନ୍‌ ଲେକ୍‌ରେ ମାଛ ବର୍ଷା କରାଯାଇଥାଏ। ଏହି ମାଛ ଗୁଡିକର ଲମ୍ବ ୧-୩ ସେଣ୍ଟିମିଟର ମଧ୍ୟରେ ହୋଇଥାଏ। ଏଥିମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ମାଛ ବଞ୍ଚିବାର ସମ୍ଭାବନା ଥାଏ। ଏଭଳି କରିବାର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା। ତେବେ ଏହା ଖୁବ୍‌ ଉଚ୍ଚ ହୋଇଥିବାରୁ ମାଛମାନଙ୍କୁ ଅନ୍ୟ ଉପାୟରେ ନେବା ଏତେ ସହଜ ହୋଇ ନ ଥାଏ। ସଡ଼କ ପଥରେ ନେଲେ ଅଧିକାଂଶ ମାଛ ମରିଯାଇଥାଆନ୍ତି। ତେଣୁ ସେଠାକାର ହ୍ରଦରେ ମାଛଗୁଡିକୁ ହେଲିକପ୍ଟର ମାଧ୍ୟମରେ ଛଡା ଯାଇଥାଏ। ଯଦି ଏଭଳି ନ କରାଯାଏ ତେବେ ହ୍ରଦ ଖାଲି ଖାଲି ଲାଗିବ ଓ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମିଯିବ। ତେଣୁ ପ୍ରତିବର୍ଷ ଅଗଷ୍ଟ ମାସରେ ଏଠାରେ ହେଲିକପ୍ଟର ମାଧ୍ୟମରେ ମାଛ ଯାଆଁଳ ଛଡା ଯାଇଥାଏ।

Share