Categories: ଫୁରସତ

ଯେଉଁଠି ରୋଗ ଉପଶମ ପାଇଁ ପିଆଯାଏ ଅସରପା ସରବତ୍‌

ଅସରପା ନାଁ ଶୁଣିଲେ ଅନେକ ଘୃଣା କରୁଥିବାବେଳେ ଚୀନ୍‌ରେ ଏହାକୁ ବ୍ୟବସାୟ କରାଯାଏ। ଅସରପାରେ ଥିବା ଅଦ୍ଭୁତ ଔଷଧୀୟ ଗୁଣ ଯୋଗୁ ଚାଇନାରେ ଏହାକୁ ବେଶ୍‌ ପସନ୍ଦ କରାଯାଏ। ସ୍ଥାନୀୟ ଶିଚାଙ୍ଗ୍‌ ସହରର ଏକ ଔଷଧ କମ୍ପାନୀ ପ୍ରତିବର୍ଷ ୬ଶହ କୋଟି ଅସରପା ପାଳନ କରିଥାଏ। ଏଥିପାଇଁ ବିରାଟକାୟ ସ୍ଥାନରେ ଅସରପା ପାଳନ ନିମନ୍ତେ ସମସ୍ତ ବ୍ୟବସ୍ଥା କରିଥାଏ କମ୍ପାନୀ। ସୌରରଶ୍ମିଠାରୁ ଦୂରରେ ରଖି ଏମାନଙ୍କର ବଂଶବିସ୍ତାର କରିଥାଏ। କମ୍‌ ସମୟରେ ଯେପରି ଅଧିକ ଅସରପା ଚାଷ କରିହେବ ସେନେଇ କମ୍ପାନୀ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଇଥାଏ। ଅସରପା ବୁଢ଼ା ହୋଇଯିବା ପରେ ସେମାନଙ୍କୁ ମାରି ସରବତ୍‌ ତିଆରି କରାଯାଏ। ଏହି ସରବତ୍‌ଙ୍କୁ ଚୀନ୍‌ର ବୟସ୍କଙ୍କୁ ସେବନ କରିବାକୁ ଦିଆଯାଏ। ଅସରପା ସରବତ୍‌ ସେବନ ଦ୍ୱାରା ବାନ୍ତି, ପେଟ ଯନ୍ତ୍ରଣା, ଅଲସର୍‌, ଶ୍ୱାସ ଭଳି ଆହୁରି ଅନେକ ସମସ୍ୟାରୁ ଉପଶମ ମିଳିଥାଏ।

Share