Categories: ଫୁରସତ

ଯେଉଁଠି ମା’ ଯାଆନ୍ତି ବିଦେଶ; ଘର ସମ୍ଭାଳନ୍ତି ବାପା…

ସାଧାରଣତଃ ଅଧିକ ରୋଜଗାର ତଥା ପିଲାଙ୍କୁ ଭଲ ଭାବେ ଲାଳନ ପାଳନ କରିବା ପାଇଁ ବାପାମାନେ ବିଦେଶରେ ଚାକିରି କରିବାକୁ ଯାଇଥାଆନ୍ତି। ମାତ୍ର ପୂର୍ବ ଇଣ୍ଡୋନେସିଆରେ ମହିଳାମାନେ ବିଦେଶରେ ଚାକିରି କରିବାକୁ ଘରଛାଡ଼ି ଚାଲିଯାଆନ୍ତି। ଏଠାରେ ବାପାମାନେ ଘର ସମ୍ଭାଳନ୍ତି। ୧୯୮୦ଠାରୁ  ଏଠାକାର ମହିଳାମାନେ ଘରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଏଭଳି କରିବା ଆରମ୍ଭ କରିଥିଲେ। ଅଧିକାଂଶ ମହିଳା ବିନା ବୈଧ କାଗଜପତ୍ରରେ ବିଦେଶରେ କାମ କରିଥାନ୍ତି। ବେଳେବେଳେ ସେମାନେ ଅତ୍ୟାଚାରର ଶିକାର ମଧ୍ୟ ହୋଇଥାନ୍ତି। ଏଠାକାର ଅଞ୍ଚଳକୁ ‘ବିନା ମା’ ଗାଁ’ ଭାବେ ଅଭିହିତ କରାଯାଇଥାଏ। କେତେକ ମା’ ଘରେ ଏକ ବର୍ଷର ପିଲାଙ୍କୁ ଛାଡି ବିଦେଶ ଯାଇଥାନ୍ତି।

Share