Categories: ଫୁରସତ

ଯେଉଁଠି ବିବାହରେ ବର ଘରକୁ ଆସନ୍ତି କନ୍ୟାଯାତ୍ରୀ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ସାଧାରଣତଃ ବିବାହରେ କନ୍ୟାଘରକୁ ବରଯାତ୍ରୀ ଆସିଥାନ୍ତି। ତେବେ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଆଦି କେତେକ ଜନଜାତି ସମ୍ପ୍ରଦାୟରେ ବରଘର ପକ୍ଷରୁ ବିବାହର ଏକ ସପ୍ତାହ ପୂର୍ବରୁ କନ୍ୟାକୁ ଘରକୁ ଅଣାଯାଇଥାଏ। ବରଘରେ ବିବାହ ଭୋଜିର ଆୟୋଜନ ହୋଇଥାଏ। ଏହି ବିବାହରେ କନ୍ୟାଘର ସଦସ୍ୟ ବରଘରକୁ କନ୍ୟାଯାତ୍ରୀ ଭାବେ ଆସିଥାନ୍ତି। ଏହାକୁ କେତେକ ତୋଳା କନିଆ ବିବାହ ବୋଲି କହିଥାନ୍ତି। ବରଘର ପକ୍ଷରୁ ଏଭଳି ବିବାହରେ କନ୍ୟାଘରଠାରୁ କନିଆ କିଣାଯାଇଥାଏ। ଏହାକୁ କନ୍ୟାସୁନା କୁହାଯାଏ।

Share