ଯେଉଁଠି ବାଦୁଡିଙ୍କୁ କରାଯାଏ ପୂଜା

ଏମିତି ତ ଆପଣ ବାଦୁଡ଼ି ଦେଖିଥିବେ। ବାଦୁଡି ଘରେ ବସିଲେ ତାକୁ ଅଶୁଭ ମନେ କରାଯାଏ କିନ୍ତୁ ବିହାରର ବୈଶାଳୀ ଜିଲାରେ ରାଜାପାକର ପ୍ରଖଣ୍ଡରେ ସରସଇ ଗାଁରେ ନା କେବଳ ବାଦୁଡ଼ିମାନଙ୍କର ପୂଜା ହୁଏ, ସେଠାରେ ଲୋକମାନେ ମଧ୍ୟ ମାନନ୍ତି ଯେ ବାଦୁଡ଼ିମାନେ ସେମାନଙ୍କର ରକ୍ଷା ମଧ୍ୟ କରୁଛନ୍ତି। ଏହି ବାଦୁଡ଼ିମାନଙ୍କୁ ଦେଖିବାକୁ ପର୍ଯ୍ୟଟକମାନଙ୍କର ମଧ୍ୟ ଭିଡ଼ ଲାଗି ରହୁଛି। ଏଠାରେ ଲୋକମାନେ ସେମାନଙ୍କୁ ସମୃଦ୍ଧିର ପ୍ରତୀକ ଦେବୀ ଲକ୍ଷ୍ମୀ ଭାବରେ ମାନନ୍ତି। ବାଦୁଡ଼ିମାନେ ଏଠାରେ କେବେଠାରୁ ଅଛନ୍ତି ଏହା କେହି ଜାଣି ନାହାନ୍ତି। ପ୍ରାୟ ୫୦ ହଜାରୁ ଅଧିକ ବାହୁଡି ଏଠାରେ ରୁହନ୍ତି। ବହୁ ବର୍ଷ ପୂର୍ବେ ସରସଇ ଗାଁରେ ହଇଜା ବ୍ୟାପିଥିଲା। ଯେବେଠାରୁ ବାଦୁଡିମାନେ ଏଠାରେ ବାସ କରିବା ଆରମ୍ଭ କଲେ ସେବେଠାରୁ ହଇଜା ଏବଂ ମହମାରୀ ହେବାର ଦେଖାଯାଉନାହିଁ।

Share