Categories: ଫୁରସତ

ଯେଉଁଠି ପ୍ରତିଦିନ ବୃଦ୍ଧିପାଉଛି ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା

ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳର ଢୋଲକଲ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗଣେଶ ମୂର୍ତ୍ତି। ପ୍ରାୟ ୧୧୦୦ ବର୍ଷ ପୁରୁଣା ଏହି ମୂର୍ତ୍ତିଟିର ଉଚ୍ଚତା ପ୍ରତିଦିନ ବୃଦ୍ଧି ପାଇଥାଏ। ସମୁଦ୍ର ପତ୍ତନଠାରୁ ୧୩ହଜାର ଫୁଟ୍‌ ଉଚ୍ଚରେ ଏହା ଅବସ୍ଥିତ। ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ଅନେକ ଗବେଷଣା ଚାଲିଥିଲେ ବି ପ୍ରକୃତ ରହସ୍ୟର ଆଜିଯାଏ ଉନ୍ମୋଚନ ହୋଇପାରୁ ନାହଁି। ଏଭଳି ଅଲୌକିକ ତଥା ରହସ୍ୟମୟ ମୂର୍ତ୍ତିକୁ ଦେଖିବାକୁ ଅନେକଙ୍କ ମଧ୍ୟରେ କୌତୁହଳ ପ୍ରକାଶ ପାଇଛି। କିନ୍ତୁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚତ୍ବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପ୍ରଥମତଃ ମାଓ ଅଧ୍ୟ୍ୟୁଷିତ ଅଞ୍ଚଳ ହୋଇଥିବାରୁ ମନରେ ଭୟ ତ ରହିଥାଏ। ତା’ସାଙ୍ଗକୁ ଜଙ୍ଗଲିଆ ରାସ୍ତା ଖୁବ୍‌ ବିପଦପୂର୍ଣ୍ଣ। ଏଠାରେ ମହାବିନାୟକଙ୍କ କଳା ମୁଗୁନି ପଥରରେ ନିର୍ମିତ ମୂର୍ତ୍ତିର ଅବସ୍ଥିତିକୁ ନେଇ ଅନେକ ଜନଶ୍ରୁତି ରହିଛି। କୁହାଯାଏ, ଏହା ହେଉଛି ଗଜାନନ ଏବଂ ପର୍ଶୁରାମଙ୍କ ସେହି ଅଦେଖା ଯୁଦ୍ଧଭୂମି ଯେଉଁଠାରେ ଭଗବାନ ଗଣେଶଙ୍କ ଭଙ୍ଗା ଦାନ୍ତର କିଛି ଅଂଶ ଆଜି ବି ମହଜୁଦ୍‌ ରହିଛି। ତେଣୁ ତାଙ୍କୁ ଏକଦନ୍ତ ବୋଲି ମଧ୍ୟ କୁହାଯାଏ। ପ୍ରତିଦିନ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଉଥିବାରୁ ଆଭୂଷଣ ମଧ୍ୟ ଆପଣାଛାଏଁ ଛୋଟ ହେବାରେ ଲାଗିଛି। ଏହା କାହଁିକି ଓ କିପରି ହେଉଛି ତାହା ରହସ୍ୟମୟ।

Share