Categories: ଫୁରସତ

ଯେଉଁଠି ଚା’, କଫି ଭଳି ପିଆଯାଏ କୋବ୍ରା ରକ୍ତ

ସାପକୁ ଭୋଜନ ଭାବେ ପ୍ରୟୋଗ କରିବା କିଛି ଦେଶରେ ପ୍ରଚଳିତ ରହିଛି। ଅନେକ ଦେଶରେ ସେନାଙ୍କୁ କୌଣସି ବିପଦଜ୍ଜନକ ପରିସ୍ଥିତିରେ ନିଜ ଜୀବନ ବଞ୍ଚାଇବାକୁ ସାପକୁ ମାରି ଖାଇବାର ପ୍ରଶିକ୍ଷଣ ମଧ୍ୟ ଦିଆଯାଏ। ମହିଳାମାନେ ଏହାକୁ ନିଜ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇଁ ପିଇଥାନ୍ତି। ଜାକର୍ତ୍ତାର ଅଧିକାଂଶ ସ୍ଥାନରେ କୋବ୍ରା ରକ୍ତ ବିକ୍ରି କରାଯାଇଥାଏ। କିନ୍ତୁ ଇଣ୍ଡୋନେସିଆର ଜାର୍କାରେ ବିଷାକ୍ତ କୋବ୍ରା ସାପର ରକ୍ତ ପାନ କରିବା ପରମ୍ପରା ସବୁଠୁ ଅଲଗା ଏବଂ ଭୟାନକ। ଏହା ପ୍ରଥମ ଦେଶ ଯେଉଁଠାରେ କୋବ୍ରା ରକ୍ତକୁ ଚା’ ଏବଂ କଫି ଭଳି ପିଆଯାଇଥାଏ। ସକାଳ ୫ଟାରୁ ରାତି ୧୧ଟା ଯାଏ ଏହି ଦୋକାନ ଖୋଲା ରହିଥାଏ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏଠାକାର ଲୋକଙ୍କ ବିଶ୍ୱାସ କୋବ୍ରା ରକ୍ତ ପିଇବା ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟ ସୁସ୍ଥସବଳ ରହିଥାଏ। କୌଣସି ପ୍ରକାରର ରୋଗ ହେବାର ଆଶଙ୍କା ନ ଥାଏ। ସକାଳ ଓ ସନ୍ଧ୍ୟାରେ ଲୋକେ ଏହାକୁ ଚା’ କଫି ଭଳି ପିଇ ମନକୁ ଶାନ୍ତି କରିଥାନ୍ତି। ଲୋକଙ୍କ ଚାହିଦାକୁ ଦେଖି ପ୍ରତିଦିନ ଦୋକାନୀମାନେ ହଜାର ହଜାର ସାପଙ୍କ ହତ୍ୟା କରିଥାନ୍ତି।

Share