Posted inଫୁରସତ

ଯେଉଁଠି କନ୍ୟାକୁ ବିବାହ କରନ୍ତି ବରର ଭଉଣୀ

ବିବାହକୁ ନେଇ କେଉଁଠି କେତେ ପ୍ରକାରର ନିୟମ ରହିଛି। ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। କାରଣ ଏଠାରେ ବର, କନ୍ୟା ଘରକୁ ବିବାହ ପାଇଁ ଯାଇ ନ ଥାଏ। ଏଠାରେ ବର ନିଜ ଘରେ ମା’ଙ୍କ ପାଖରେ ରହି ଥାଆନ୍ତି। ବରଙ୍କଠାରୁ ସାନ ଅବିବାହିତ ଭଉଣୀ ଅବା ଘରର ଯେ କେହି ଅବିବାହିତ ମହିଳା କନ୍ୟା ଘରକୁ ବିବାହ ପାଇଁ ଯାଇଥାଆନ୍ତି। ସେଠାରେ ସେ କନ୍ୟାକୁ ବିବାହ କରିବା ସହ ସାତଫେରା ମଧ୍ୟ ନେଇ ଥାଆନ୍ତି। ଭଉୟ କନ୍ୟା ଓ ବରଙ୍କ ଅବିବାହିତ ଭଉଣୀ ବିବାହର ସମସ୍ତ କାର୍ଯ୍ୟ ସାରି କନ୍ୟାକୁ ନେଇ ଘରକୁ ଫେରିବା ପରେ ବରକନ୍ୟା ଏକାଠି ରହିଥାଆନ୍ତି। ଉକ୍ତ ଗ୍ରାମର ମୁଖିଆ ରାମସିଂଭାଇ ରାଥଓ୍ବା କୁହନ୍ତି ଲୋକଙ୍କର ବିଶ୍ୱାସ ରହିଛି କି ଏମିତି ନ କଲେ ଉଭୟ ପରିବାରରେ ଅଘଟଣ ଘଟିଥାଏ। ସେଥିପାଇଁ ଏଠାକାର ୩ଟି ଗାଁର ଲୋକେ ଆଜି ପର୍ଯ୍ୟନ୍ତ ଏହି ପ୍ରଥାକୁ ପାଳନ କରି ଆସୁଛନ୍ତି। ଆଉ ଯେଉଁମାନେ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ବାହାଘର ଭାଙ୍ଗି ଯାଇଛି ନଚେତ୍‌ ଘରେ ଅନ୍ୟ କୌଣସି ଅସୁବିଧା ଦେଖାଦେଇଛି। ତେଣୁ ସୁରଖେଡା ଗାଁର ଲୋକେ ଆଦି ପର୍ଯ୍ୟନ୍ତ ଏହା ପାଳନ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ବାହୁଡ଼ା ରଥଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ…

ବାହୁଡ଼ା ଯାତ୍ରାରେ ଜଗା ଦର୍ଶନ ହେଲା ଶେଷ ଦର୍ଶନ : ଦେଖିବାକୁ ଆସି…

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ଗୋପାଳପୁର ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍…

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri