ଯୁବ କଂଗ୍ରେସ ପକ୍ଷରୁ ଗାନ୍ଧୀଙ୍କ ତିରୋଧାନ ଦିବସ

ଫୁଲବାଣୀ ଅଫିସ, ୩୦ା୧-କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଫୁଲବାଣୀରେ ଗୁରୁବାର ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଗାନ୍ଧି ଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ସେଠାରେ ଏକ ସଭା ହୋଇଥିଲା । ଲୋକସଭା ଯୁବ କଂଗ୍ରେସ ସଭାପତି ନନ୍ଦ କିଶୋର ଦାସ ଏଥିରେ ଅଧ୍ୟକ୍ଷତା କରି ଦେଶକୁ ସ୍ବାଧୀନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗାନ୍ଧୀଙ୍କୁ ହତ୍ୟା କରାଗଲା । ତାଙ୍କ ସ୍ବପ୍ନର ଭାରତ କେବଳ ସ୍ବପ୍ନରେ ରହିଯାଇଛି । ଗାନ୍ଧିଜୀଙ୍କ ସତ୍ୟପଥକୁ ଅନୁକରଣ କରି ଦେଶକୁ ଆଗେଇ ନେବାକୁ ଏବେ ସମୟ ଆସିଛି ବୋଲି ସେ କହିଥିଲେ । ପରେ ଗାନ୍ଧୀ ସ୍ମୃତି ଭବନ ଏବଂ ମେଡିକାଲ ଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ନଗର କଂଗ୍ରେସ ସଭାପତି ବିଜୟ କୁମାର ମହାନ୍ତି, କଂଗ୍ରେସ ଏସ୍‌ସି ସେଲ ସଭାପତି ଶିବଶଙ୍କର ବେହେରା, ପୂର୍ବତନ ଛାତ୍ର ନେତା ଆଶିଷ କୁମାର ବେହେରା, ବଳଦେବ ବେହେରା, ବସନ୍ତ କୁମାର ପାଢ଼ୀ, ସାକିର ଖାଁଙ୍କ ସମେତ ବହୁ କଂଗ୍ରେସ କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।