Categories: ଖେଳ

ଯୁବିଙ୍କ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୦।୭- ସୋସିଆଲ ମିଡିଆରେ ଗତ କିଛିଦିନ ହେଲେ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ ଲୋକପ୍ରିୟତା ହାସଲ କରିଛି। ଏହି ଚ୍ୟାଲେଞ୍ଜରେ ବୋଟଲକୁ ସ୍ପର୍ଶ ନ କରି କ୍ୟାପ୍‌ ଖୋଲିବାକୁ ହୁଏ। କ୍ରିକେଟରେ ନିଜ ଛକା ପାଇଁ ଜଣାଯାଉଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଅଭିନବ ଉପାୟରେ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ଯୁବି ବଟଲର କ୍ୟାପ୍‌ ଖୋଲିବା ଲାଗି ଟେନିସ୍‌ ବଲ ଓ ବ୍ୟାଟ୍‌ର ବ୍ୟବହାର କରିଛନ୍ତି। ସେ ବଲ୍‌କୁ ବ୍ୟାଟ୍‌ରେ ମାରିଥିଲେ, ଯାହାକି ବଟଲରୁ କ୍ୟାପ୍‌ ଖୋଲିଦେଇଥିଲା। ହେଲେ ବଟଲଟି ପଡ଼ିଯାଇଥିଲା। ଏହି ଭିଡ଼ିଓକୁ ଯୁବି ଟୁଇଟରରେ ପୋଷ୍ଟ କରି ପୂର୍ବତନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା, ଭାରତୀୟ ଓପ୍‌ନର ଶିଖର ଧାଓ୍ବନ ଓ କ୍ରିସ୍‌ ଗେଲଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଏଥିସହ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଲାଗି ଏକ ସ୍ବତନ୍ତ୍ର ସର୍ତ୍ତ ରଖିଛନ୍ତି। ଯୁବିଙ୍କ ଏହି ଭିଡିଓକୁ ୨.୫ ନିୟୁତ ଫଲୋଅର୍ସ ଦେଖିସାରିଛନ୍ତି ଏବଂ ୮.୪ ଲକ୍ଷ ପସନ୍ଦ ମଧ୍ୟ କରିଛନ୍ତି।

Share